Posted inUncategorized

ପିଲାଙ୍କ ସ୍ବପ୍ନ

ନିଜ ପିଲାର ଉଜ୍ଜ୍ୱଳ ଭବିଷ୍ୟତ କେଉଁ ଅଭିଭାବକଙ୍କ କାମନା ନୁହେଁ । ହେଲେ କେବେ କେବେ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଭର୍ତ୍ତି କରାଇବାକୁ ନେଇ ସେମାନଙ୍କ ଜିଦ୍‌ ପିଲାର କ୍ୟାରିଅର୍‌ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ପିଲାର ଆଗ୍ରହ ଥିବା ଦିଗକୁ ସମ୍ମାନ ଜଣାଇବା ସହ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇଦେଲେ ତା’ର କ୍ୟାରିୟର୍‌ ଗଢ଼ିବାର ସ୍ବପ୍ନ ସାକାର ହୋଇପାରିବ ସେଥିରେ ସନ୍ଦେହ ନାହିଁ…

ପିଲାମାନେ ଭଲ ପାଠ ପଢ଼ନ୍ତୁ, ଭବିଷ୍ୟତରେ ଉତ୍ତମ କ୍ୟାରିୟର୍‌ ଗଢ଼ି ରୋଜଗାରକ୍ଷମ ହୁଅନ୍ତୁ, ଏହି ଆଶା ପ୍ରତିଟି ମାତାପିତାଙ୍କର ଥାଏ। ହେଲେ କେବେ କେବେ ପିଲାମାନଙ୍କୁ ନେଇ ସେମାନେ ଏତେ ଆଶାବାଦୀ ହୋଇଯାଆନ୍ତି ଯେ, ନିଜ ଇଚ୍ଛା ଆଗରେ ପିଲାଙ୍କ ଆଗ୍ରହ ଦବିଯାଉଥିବା ଦେଖିପାରନ୍ତି ନାହିଁ। ଫଳସ୍ବରୂପ ପିଲାମାନେ ମାତାପିତାଙ୍କୁ ସମ୍ମାନ ଦେବା ଲାଗି ହେଉ ଅବା ବାଧ୍ୟତାମୂଳକ ଭାବେ ନିଜ ସ୍ବପ୍ନ ବଦଳରେ ମାତାପିତାଙ୍କ ସ୍ବପ୍ନ ଶାକାର କରିବାକୁ ଆଗେଇ ଆସନ୍ତି। କେତେକେ ଏଥିରେ ସଫଳତା ହାସଲ କରୁଥିବା ବେଳେ ଅନ୍ୟମାନଙ୍କର ଉତ୍ତମ କ୍ୟାରିୟର୍‌ ଗଢ଼ିବାର ସ୍ବପ୍ନ ଅଧା ରହିଯାଇଥାଏ। ତେଣୁ ପିଲାଙ୍କୁ କ୍ୟାରିୟର୍‌ ଗଢ଼ିବା ଦିଗରେ ଠିକ୍‌ ମାର୍ଗଦର୍ଶନ କରିବା ସହ ସେମାନଙ୍କ ସ୍ବପ୍ନକୁ ସମ୍ମାନ ଦେଇ ପ୍ରୋତ୍ସାହନ ଯୋଗାଇଦେବା ଅଭିଭାବକଙ୍କ କର୍ତ୍ତବ୍ୟ:
ପିଲାର ଇଚ୍ଛାକୁ ସମ୍ମାନ ଦିଅନ୍ତୁ: ଆପଣଙ୍କ ପିଲା କେଉଁ ଦିଗରେ କ୍ୟାରିୟର୍‌ ଗଢ଼ିବାକୁ ଚାହୁଁଛି ଜାଣିବାକୁ ଚେଷ୍ଟା କରନ୍ତୁ। କେବଳ ଭଲ ପାଠ ପଢ଼ି ଅଧିକ ଦରମାଯୁକ୍ତ ସରକାରୀ ଚାକିରିଟିଏ ହିଁ ପିଲାର ଉତ୍ତମ ଭବିଷ୍ୟତର ମାପକାଠି ନ ଭାବି ତା’ର କେଉଁ ଦିଗରେ ଦକ୍ଷତା ରହିଛି ଦେଖନ୍ତୁ। ବର୍ତ୍ତମାନ ପାଠ ସହିତ ଖେଳକୁଦ, ନାଚ, ଗୀତ, ଅଭିନୟଠୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ କ୍ୟାରିୟର୍‌ ଗଢ଼ିବାର ସୁଯୋଗ ରହିଛି। ତେଣୁ ପିଲାର ସ୍ବପ୍ନକୁ ସମ୍ମାନ ଦେଇ ଆଗକୁ ବଢ଼ିବାର ସୁଯୋଗ ଦିଅନ୍ତୁ।
ନିଜ ଇଚ୍ଛାକୁ ଲଦି ଦିଅନ୍ତୁ ନାହିଁ: ଅଧିକାଂଶ କ୍ଷେତ୍ରରେ ଦେଖିବାକୁ ମିଳେ ପିଲା ଯେଉଁ ଦିଗରେ ଆଗେଇବାକୁ ଚାହାନ୍ତି ଅଭିଭାବକ ବିରୋଧ କରନ୍ତି। ବିଶେଷ କରି ପାରିବାରିକ ଆଭିଜାତ୍ୟ, ସମାଜରେ ଷ୍ଟାଟସ୍‌ ଆଦିକୁ ଗୁରୁତ୍ୱ ଦେଇ ହେଉ କିମ୍ବା ଅପୂରଣୀୟ ରହିଯାଇଥିବା ନିଜ ଲକ୍ଷ୍ୟକୁ ପିଲା ଦ୍ୱାରା ପୂରଣ କରିବା ଲାଗି ସେ କେଉଁ କ୍ଷେତ୍ରରେ କ୍ୟାରିୟର୍‌ ଗଢ଼ିବ ତାକୁ ନେଇ ବାଧ୍ୟ କରନ୍ତି। ହେଲେ ଏହାଦ୍ୱାରା ଯେ ସବୁବେଳେ ପିଲାର ଉନ୍ନତି ହେବ ତା’ ଭାବିବା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। ତେଣୁ ପିଲା ଉପରେ ନିଜ ଇଚ୍ଛା ଲଦି ଦିଅନ୍ତୁ ନାହିଁ କିମ୍ବା ବାଧ୍ୟ କରନ୍ତୁ ନାହିଁ।
ଯୋଗାଇ ଦିଅନ୍ତୁ ପ୍ରୋତ୍ସାହନ: ଆପଣଙ୍କ ପିଲା କେଉଁ କ୍ଷେତ୍ରରେ ଦକ୍ଷ ଏବଂ ପାରଙ୍ଗମ ସେ କଥା ଜାଣିବାକୁ ଚେଷ୍ଟା କରନ୍ତୁ। ଯଦି ସେ ତା’କୁ ନେଇ କ୍ୟାରିୟର ଗଢ଼ିବାର ସ୍ବପ୍ନ ଦେଖୁଥାଏ, ତେବେ ତାହାକୁ ଶାକାର କରିବା ଲାଗି ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଅନ୍ତୁ। ଦେଖିବେ ସେ ନିଶ୍ଚୟ ସଫଳତାର ଶୀର୍ଷକୁ ଯାଇ ଆପଣଙ୍କ ପାଇଁ ଗୌରବ ଆଣିଦେବ ।
କ୍ୟାରିୟରକୁ ନେଇ କରନ୍ତୁନି ପ୍ରତିଯୋଗିତା: ଅନେକ ଅଭିଭାବକ ଅନ୍ୟ କାହାର ପିଲା କେଉଁ କ୍ଷେତ୍ରରେ ଯାଉଥିବାର ଦେଖି ନିଜ ପିଲାଙ୍କୁ ମଧ୍ୟ ସେହି କ୍ଷେତ୍ରରେ ଦେଖିବାକୁ ଚାହାନ୍ତି। ଏମିତି କି ବାରମ୍ବାର ଅନ୍ୟର ଉଦାହରଣ ଦେଇ ପିଲାଙ୍କୁ ଉକ୍ତ ଦିଗରେ ଯିବାକୁ ବାଧ୍ୟ କରନ୍ତି। ହେଲେ କ୍ୟାରିୟର୍‌କୁ ନେଇ ପ୍ରତିଯୋଗିତା କରିବା ବଦଳରେ ପିଲାର ଇଚ୍ଛା ଜାଣି ଆଗକୁ ବଢ଼ିବାରେ ସହଯୋଗ କରିବା ହିଁ ବୁଦ୍ଧିମତ୍ତାର କାର୍ଯ୍ୟ।
ମାର୍ଗଦର୍ଶକ ସାଜନ୍ତୁ: ପିଲାଙ୍କ ଉପରେ ନିଜ ଇଚ୍ଛା ନ ଲଦି ତାଙ୍କ ଇଚ୍ଛାକୁ ସମ୍ମାନ ଦେବାର ଅର୍ଥ ନୁହେଁ, ଭୁଲ୍‌ ଦିଗରେ ବି ସହଯୋଗ କରିବା। ତେଣୁ ସର୍ବପ୍ରଥମେ ପିଲା ବାଛିଥିବା ଫିଲ୍ଡରେ ତା’ର ଦକ୍ଷତା ଏବଂ କାର୍ଯ୍ୟକ୍ଷମତାକୁ ଚିହ୍ନନ୍ତୁ। ଯଦି ଏହାକୁ ତା’କୁ ସଫଳତା ଆଣି ଦେବାରେ ସାହାଯ୍ୟ କରିବ ମନେ ନ ହୁଏ ତେବେ ଅଯଥା ସପୋର୍ଟ ନ କରି ଠିକ କ୍ୟାରିୟର ବାଛିବାରେ ମାର୍ଗଦର୍ଶନ କରନ୍ତୁ।

 

ପୁଅ ଇଚ୍ଛାକୁ ଗୁରୁତ୍ୱ ଦେଇଛି
ତାପସି ଜେନା(ବାଲେଶ୍ୱର)- ମୋର ଗୋଟିଏ ପୁଅ। ମୁଁ ଚାହୁଁଥିଲି ସେ ପେସାରେ ଓକିଲ ହେଉ। କିନ୍ତୁ ପୁଅର ସାମ୍ବାଦିକ ହେବାକୁ ସ୍ବପ୍ନ ଥିଲା । ସେ ଯଦିଓ ମୋ ଇଚ୍ଛାକୁ ପୂରଣ କରିବା ପାଇଁ ଭାବିଥିଲା ହେଲେ ତା’ର ସାମ୍ବାଦିକ ହେବା ନିଶା ଥିବାରୁ ଏବେ ସେ ଏହାକୁ ବୃତ୍ତି ଭାବେ ଆପଣେଇଛି। ମୋ ଇଚ୍ଛା ପୂରଣ କରିବା ପାଇଁ ମଧ୍ୟ ପ୍ରୟାସ କରୁଛି। ବେଳେବେଳେ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅଭିଭାବକଙ୍କ ଇଚ୍ଛା ବ୍ୟତୀତ ତା’ର ଇଚ୍ଛାକୁ ବି ଗ୍ରହଣ କରିବା ଦରକାର।
ଅଭିଭାବକଙ୍କ ସହଯୋଗ ଥିଲା
ମିତାଞ୍ଜଳି ଦାଶ(ତହସିଲଦାର,କଣ୍ଟାପଡ଼ା,କଟକ) ପିଲାଟି ବେଳୁ ଲକ୍ଷ୍ୟ ଥିଲା ପ୍ରଶାସନିକ ସେବାରେ ଯୋଗ ଦେବି। ଯଦିଓ ବାପା ଚାହୁଁଥିଲେ ମୁଁ ଡାକ୍ତର ହୁଏ, ତଥାପି ମୋ ଇଚ୍ଛାକୁ ସେ କେବେ ଅଣଦେଖା କରି ନାହାନ୍ତି । ବରଂ ସବୁବେଳେ ଉତ୍ସାହିତ କରିବା ସହ ନୂଆ ନୂଆ ଜିନିଷକୁ ଜାଣିବାର ଆଗ୍ରହ ମୋ ମନରେ ସୃଷ୍ଟି କରିଛନ୍ତି। ପରିବାର, ସାଙ୍ଗସାଥୀ ଓ ବନ୍ଧୁବାନ୍ଧବମାନଙ୍କ ତରଫରୁ ସମସ୍ତେ ସହଯୋଗର ହାତ ବଢ଼ାଇଛନ୍ତି। ହଁ, ବେଳେବେଳେ ବାହାର ଲୋକ ଝିଅପିଲାଟା, ଏ ଦିଗରେ କ’ଣ କରିବୁ ବୋଲି ପଚାରନ୍ତି ଏବଂ ଚାକିରି କରିବାକୁ ଇଚ୍ଛା ଯଦି ଶିକ୍ଷୟିତ୍ରୀ ହୋଇଯା ବୋଲି ପରାମର୍ଶ ଦିଅନ୍ତି। ହେଲେ, ସେସବୁ କଥା ନ ଶୁଣି ଯଥା ସମ୍ଭବ ପରିଶ୍ରମ କରି ଆଜି ମୋ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

ପଓ୍ବନ୍‌ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍‌

ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri