ପିଲା ରହିବେ ଫିଟ୍‌

ଅଧିକାଂଶ ମାତାପିତା ସେମାନଙ୍କ ପିଲାମାନଙ୍କୁ ମୋଟା ହୋଇଥିବାର ଦେଖି ଭାରି ଖୁସି ହୁଅନ୍ତି। ଆଉ ପିଲା ଯେପରି କୌଣସି କାରଣରୁ ଝଡି ନ ଯାଏ ବା ପତଳା ନ ହୋଇଯାଏ ସେଥିପ୍ରତି ଯତ୍ନଶୀଳ ମଧ୍ୟ ଥାଆନ୍ତି। ହେଲେ ଆପଣ ଜାଣନ୍ତି କି, ମୋଟା, ଗୁଲୁଗୁଲିଆ ପିଲାମାନେ ଦେଖିବାକୁ ତ ଭଲ ଲାଗନ୍ତି ହେଲେ ଏହି ମୋଟାପଣ ସେମାନଙ୍କଠାରେ ଅଳ୍ପ ବୟସରୁ ଡାଇବେଟିସ୍‌, ହୃଦ୍‌ରୋଗ, ରକ୍ତଚାପ ଭଳି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ପିଲାଙ୍କୁ ସ୍ଲିମ୍‌ ଏବଂ ଫିଟ୍‌ ରଖିବେ କିପରି ଜାଣି ରଖନ୍ତୁ ସେ ସମ୍ପର୍କରେ…
ସନ୍ତୁଳିତ ଖାଦ୍ୟାଭ୍ୟାସ: ବର୍ତ୍ତମାନ ସମୟରେ ଅଧିକାଂଶ ପିଲା ଫାଷ୍ଟ ଫୁଡ୍‌, ଜଙ୍କ୍‌ ଫୁଡ୍‌, ବିଭିନ୍ନ ପ୍ରକାରର ପ୍ୟାକେଜ୍‌ଡ ବା ଫ୍ରୋଜନ୍‌ ଫୁଡ୍‌ ପ୍ରତି ଅଧିକ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି, ଯାହା କି ସେମାନଙ୍କଠାରେ ମେଦ ବହୁଳତାର କାରଣ ସାଜୁଛି। ତେଣୁ ପିଲାର ଏସବୁ ଖାଦ୍ୟର ଅଭ୍ୟାସ ଥିଲେ ତୁରନ୍ତ ବଦଳାନ୍ତୁ। ପିଲାଙ୍କୁ ଅଧିକ ପନିପରିବା ଯୁକ୍ତ ସନ୍ତୁଳିତ ଖାଦ୍ୟ ସହିତ ପ୍ରଚୁର ପାଣି ପିଇବାକୁ ଦିଅନ୍ତୁ।
ଆକ୍ଟିଭ୍‌ ରଖନ୍ତୁ: ପିଲାମାନେ ଆଉଟ୍‌ଡୋର୍‌ ଗେମ୍‌ ଅପେକ୍ଷା ବର୍ତ୍ତମାନ ଇନ୍‌ଡୋର୍‌ ଗେମ୍‌ ଖେଳିବା ପ୍ରତି ଅଧିକ ଆଗ୍ରହୀ ହେଉଛନ୍ତି। ଅଧିକ ସମୟ ମୋବାଇଲ୍‌, କମ୍ପ୍ୟୁଟର, ଟିଭି ଆଦିରେ ସମୟ ବିତାଉଛନ୍ତି। ତା’ଛଡା ବର୍ତ୍ତମାନ କରୋନା ଯୋଗୁ ସ୍କୁଲ୍‌ ଯିବା କିମ୍ବା ବାହାରକୁ ଯିବା ବନ୍ଦ ଥିବାରୁ ସେମାନେ ଘରେ ରହି ରହି ମାନ୍ଦା ହୋଇଯାଉଛନ୍ତି। ଫଳରେ ସେମାନଙ୍କଠାରେ ମେଦବହୁଳତା ଦେଖିବାକୁ ମିଳୁଛି। ତେଣୁ ଏଥିରୁ ପିଲାଙ୍କୁ ଦୂରେଇ ରଖିବା ଲାଗି ପ୍ରତିଦିନ ଏକ୍ସରସାଇଜ୍‌, ଯୋଗ, ପ୍ରାଣାୟମ ଆଦି କରିବାକୁ ପରାମର୍ଶ ଦିଅନ୍ତୁ। ଏକ ଆକ୍ଟିଭ୍‌ ଲାଇଫ୍‌ ଷ୍ଟାଇଲ୍‌ ପିଲାଙ୍କ ଫିଟନେସ୍‌ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ।
ପର୍ଯ୍ୟାପ୍ତ ନିଦ୍ରା: ପିଲାଙ୍କ ଖାଦ୍ୟପେୟ ସହିତ ଆବଶ୍ୟକ ମାତ୍ରାରେ ନିଦ୍ରା ମଧ୍ୟ ସେମାନଙ୍କୁ ଫିଟ୍‌ ରହିବାରେ ସାହାଯ୍ୟ କରିଥାଏ। ତେଣୁ ପିଲା ଯେପରି ମୋବାଇଲ୍‌ ଦେଖିବା, ଭିଡିଓ ଗେମ୍‌ ଖେଳିବା ଆଦିରେ ଶୋଇବା ସମୟ ନଷ୍ଟ ନ କରେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଅତି କମ୍‌ରେ ୮-୧୦ ଘଣ୍ଟା ଶୋଇବା ଦ୍ୱାରା କ’ଣ ସବୁ ଉପକାରିତା ମିଳିବ ସେ ଦିଗରେ ସେମାନଙ୍କୁ ବୁଝାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଋତୁରେ ରୋଗ ଓ ପ୍ରତିକାର

ସାଧାରଣତଃ ବର୍ଷା ଋତୁରେ କେତେକ ନିର୍ଦ୍ଦିଷ୍ଟ ରୋଗର ପ୍ରକୋପ ବୃଦ୍ଧି ପାଇଥାଏ। ଏହି ସମୟରେ ରୋଗ ପ୍ରତି ସତର୍କ ନ ରହିବା, ରୋଗ ଦ୍ୱାରା ଆକ୍ରାନ୍ତ...

ଏସବୁ କୁଅଭ୍ୟାସ ଥିଲେ ହୋଇପାରନ୍ତି ମୋଟା

ଖାଲି ଖାଦ୍ୟ ଯୋଗୁ ଯେ ଲୋକେ ମୋଟା ହୁଅନ୍ତି ତାହା ନୁହେଁ, ଏକ ଗବେଷଣାରୁ ଜଣାପଡ଼ିଛି, କେତେକ ଖରାପ ଅଭ୍ୟାସ ଯୋଗୁ ଲୋକେ ଖୁବ୍‌ଶୀଘ୍ର ମୋଟା...

ଓଜନ କମାଇବ କମଳା ଚୋପା

ଆଜିକାଲି ଓଜନ ବୃଦ୍ଧି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଓଜନ କମାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କଲେ ମଧ୍ୟ ତାହା ଫଳପ୍ରଦ...

ମଧୁର ସମ୍ପର୍କ ଅନ୍ତରାଳେ…

ମିଛ, ସବୁ କଥାରେ ଯେମିତି ସ୍ପଷ୍ଟ ବାରିହୁଏ ମିଛକୁ। ହେଲେ ଇଏ ଏମିତି ଏକ ମିଛ ଯାହା ସମ୍ପର୍କକୁ ନିବିଡ଼ କରିଥାଏ, ଆଉ ସମସ୍ତଙ୍କୁ ଏକାଠି...

କେବଳ ଏହିସବୁ ଛୋଟ ଅଭ୍ୟାସ କରିଦିଏ ଦରିଦ୍ର: ଜାଣନ୍ତୁ କେଉଁ ବିଷୟରେ କହିଛନ୍ତି ଚାଣକ୍ୟ

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ରହିପାରିବ। ସେ ବ୍ୟକ୍ତିର ଏପରି କିଛି...

ବିବାହ ପରେ ପ୍ରଥମ ଭାଲେଣ୍ଟାଇନ ଡେ’କୁ ମନାନ୍ତୁ ଏମିତି

ବିବାହ ପରେ ପ୍ରଥମ ଭାଲେଣ୍ଟାଇନ୍ସ ଡେ’ ପାଇଁ ସ୍ତ୍ରୀ-ସ୍ବାମୀ ଉଭୟଙ୍କ ମନରେ ଏକ ଭିନ୍ନ ଉତ୍ସାହ ଥାଏ। କାରଣ ସେମାନେ ପ୍ରଥମ ଥର ଗୋଟିଏ ଘରେ,...

ଥାଇରଏଡ ରୋଗରୁ ମୁକ୍ତି ପାଇବା ପାଇଁ, ଆପଣାନ୍ତୁ ଏହି ଘରୋଇ ଉପଚାର

ଥଣ୍ଡା ଦିନରେ ଥାଇରଏଡ ରୋଗୀମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହି ରୋଗରୁ ମୁକ୍ତି ପାଇବା ପାଇଁ ପ୍ରାଚୀନ ଆୟୁର୍ବେଦିକ ଉପାୟରୁ ଆମେ ଘରେ...

ଘରେ ଅର୍ଥର ଅଭାବ ଲାଗି ରହୁଛି କି? ଏହି ଉପାୟ ଅବଲମ୍ବନ କରିଲେ ପାଇବେ ଲକ୍ଷ୍ମୀ, କୁବେରଙ୍କ କୃପା…

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ନିଜର ନୀତିଶାସ୍ତ୍ରରେ ଦେଇଛନ୍ତି। ରାଜନୀତିଠାରୁ ଆରମ୍ଭ କରି ସାମାଜିକ ଏବଂ...

Advertisement
Archives

Model This Week