ପିଲା ରହିବେ ଫିଟ୍‌

ଅଧିକାଂଶ ମାତାପିତା ସେମାନଙ୍କ ପିଲାମାନଙ୍କୁ ମୋଟା ହୋଇଥିବାର ଦେଖି ଭାରି ଖୁସି ହୁଅନ୍ତି। ଆଉ ପିଲା ଯେପରି କୌଣସି କାରଣରୁ ଝଡି ନ ଯାଏ ବା ପତଳା ନ ହୋଇଯାଏ ସେଥିପ୍ରତି ଯତ୍ନଶୀଳ ମଧ୍ୟ ଥାଆନ୍ତି। ହେଲେ ଆପଣ ଜାଣନ୍ତି କି, ମୋଟା, ଗୁଲୁଗୁଲିଆ ପିଲାମାନେ ଦେଖିବାକୁ ତ ଭଲ ଲାଗନ୍ତି ହେଲେ ଏହି ମୋଟାପଣ ସେମାନଙ୍କଠାରେ ଅଳ୍ପ ବୟସରୁ ଡାଇବେଟିସ୍‌, ହୃଦ୍‌ରୋଗ, ରକ୍ତଚାପ ଭଳି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ପିଲାଙ୍କୁ ସ୍ଲିମ୍‌ ଏବଂ ଫିଟ୍‌ ରଖିବେ କିପରି ଜାଣି ରଖନ୍ତୁ ସେ ସମ୍ପର୍କରେ…
ସନ୍ତୁଳିତ ଖାଦ୍ୟାଭ୍ୟାସ: ବର୍ତ୍ତମାନ ସମୟରେ ଅଧିକାଂଶ ପିଲା ଫାଷ୍ଟ ଫୁଡ୍‌, ଜଙ୍କ୍‌ ଫୁଡ୍‌, ବିଭିନ୍ନ ପ୍ରକାରର ପ୍ୟାକେଜ୍‌ଡ ବା ଫ୍ରୋଜନ୍‌ ଫୁଡ୍‌ ପ୍ରତି ଅଧିକ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି, ଯାହା କି ସେମାନଙ୍କଠାରେ ମେଦ ବହୁଳତାର କାରଣ ସାଜୁଛି। ତେଣୁ ପିଲାର ଏସବୁ ଖାଦ୍ୟର ଅଭ୍ୟାସ ଥିଲେ ତୁରନ୍ତ ବଦଳାନ୍ତୁ। ପିଲାଙ୍କୁ ଅଧିକ ପନିପରିବା ଯୁକ୍ତ ସନ୍ତୁଳିତ ଖାଦ୍ୟ ସହିତ ପ୍ରଚୁର ପାଣି ପିଇବାକୁ ଦିଅନ୍ତୁ।
ଆକ୍ଟିଭ୍‌ ରଖନ୍ତୁ: ପିଲାମାନେ ଆଉଟ୍‌ଡୋର୍‌ ଗେମ୍‌ ଅପେକ୍ଷା ବର୍ତ୍ତମାନ ଇନ୍‌ଡୋର୍‌ ଗେମ୍‌ ଖେଳିବା ପ୍ରତି ଅଧିକ ଆଗ୍ରହୀ ହେଉଛନ୍ତି। ଅଧିକ ସମୟ ମୋବାଇଲ୍‌, କମ୍ପ୍ୟୁଟର, ଟିଭି ଆଦିରେ ସମୟ ବିତାଉଛନ୍ତି। ତା’ଛଡା ବର୍ତ୍ତମାନ କରୋନା ଯୋଗୁ ସ୍କୁଲ୍‌ ଯିବା କିମ୍ବା ବାହାରକୁ ଯିବା ବନ୍ଦ ଥିବାରୁ ସେମାନେ ଘରେ ରହି ରହି ମାନ୍ଦା ହୋଇଯାଉଛନ୍ତି। ଫଳରେ ସେମାନଙ୍କଠାରେ ମେଦବହୁଳତା ଦେଖିବାକୁ ମିଳୁଛି। ତେଣୁ ଏଥିରୁ ପିଲାଙ୍କୁ ଦୂରେଇ ରଖିବା ଲାଗି ପ୍ରତିଦିନ ଏକ୍ସରସାଇଜ୍‌, ଯୋଗ, ପ୍ରାଣାୟମ ଆଦି କରିବାକୁ ପରାମର୍ଶ ଦିଅନ୍ତୁ। ଏକ ଆକ୍ଟିଭ୍‌ ଲାଇଫ୍‌ ଷ୍ଟାଇଲ୍‌ ପିଲାଙ୍କ ଫିଟନେସ୍‌ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ।
ପର୍ଯ୍ୟାପ୍ତ ନିଦ୍ରା: ପିଲାଙ୍କ ଖାଦ୍ୟପେୟ ସହିତ ଆବଶ୍ୟକ ମାତ୍ରାରେ ନିଦ୍ରା ମଧ୍ୟ ସେମାନଙ୍କୁ ଫିଟ୍‌ ରହିବାରେ ସାହାଯ୍ୟ କରିଥାଏ। ତେଣୁ ପିଲା ଯେପରି ମୋବାଇଲ୍‌ ଦେଖିବା, ଭିଡିଓ ଗେମ୍‌ ଖେଳିବା ଆଦିରେ ଶୋଇବା ସମୟ ନଷ୍ଟ ନ କରେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଅତି କମ୍‌ରେ ୮-୧୦ ଘଣ୍ଟା ଶୋଇବା ଦ୍ୱାରା କ’ଣ ସବୁ ଉପକାରିତା ମିଳିବ ସେ ଦିଗରେ ସେମାନଙ୍କୁ ବୁଝାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

ଜାତୀୟସ୍ତରରେ ସମ୍ମାନିତ ହେଲେ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି, ୧୨ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଅଞ୍ଚଳରର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟସ୍ତରରେ ସମ୍ବର୍ଦ୍ଧିତ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।…

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri