ଶିଶୁ ଅନନ୍ତଙ୍କ ସାରସ୍ବତ ସୃଷ୍ଟିକର୍ମ

ଡ. ଭବାନୀ ଶଙ୍କର ଦାଶ

ଷୋଡ଼ଶ ଶତାବ୍ଦୀବେଳକୁ ପ୍ରାୟ ସମଗ୍ର ଭାରତବର୍ଷରେ ମୁସଲମାନ ଶାସନ ଅଭିଯାନ ପ୍ରଖର ହୋଇଉଠିଥିଲା। ଭାରତର ଗୋଟିଏ ପରେ ଗୋଟିଏ ଅଞ୍ଚଳ ମୁସଲମାନ ଶାସନାଧୀନ ହେଉଥିଲା ବେଳେ ଓଡ଼ିଶାରେ ସୂର୍ଯ୍ୟବଂଶୀ ରାଜାମାନଙ୍କର ପ୍ରଚଣ୍ଡ ପ୍ରଭାବୀ ରାଜତ୍ୱ ଯୋଗୁ ସ୍ବାଧୀନ ଓଡ଼ିଶା ଭୂଖଣ୍ଡ ବାହ୍ୟ ଆକ୍ରମଣକୁ ସଦର୍ପେ ପ୍ରତିହତ କରି ସଗର୍ବେ ମଥାଟେକି ରହିଥିଲା। ମାତ୍ର କ୍ରମେ ବିଭିନ୍ନ କାରଣରୁ ଏହା ନିସ୍ତେଜ ହୋଇ ଆସିଲା। ତେବେ ଏହିଭଳି ଏକ ସନ୍ଧିକ୍ଷଣରେ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ବୈଷ୍ଣବ ମତବାଦର ମହାପ୍ଳାବନ ହୋଇଥିଲା ଓଡ଼ିଶାରେ। ଯେଉଁ ଅପରିମେୟ ଐଶୀ-ଶକ୍ତିସମ୍ପନ୍ନ ସିଦ୍ଧସାଧକ ପାଞ୍ଚଜଣ ଏହି ମହାପ୍ଳାବନର କର୍ଣ୍ଣଧାର ସାଜିଥିଲେ ସେମାନେ ହେଲେ ଯଶୋବନ୍ତ, ଅଚ୍ୟୁତ, ବଳରାମ, ଜଗନ୍ନାଥ ଓ ଅନନ୍ତ। ଏମାନେ ପଞ୍ଚସଖା ନାମରେ ପ୍ରସିଦ୍ଧ। ଦାସ ଭାବରେ ପରିଚିତ ହେବା ଏମାନଙ୍କର ଥିଲା ଭକ୍ତସୁଲଭ ସରଳତା। ଧାମ ଥିଲା ଶ୍ରୀକ୍ଷେତ୍ର।
ଏହି ପଞ୍ଚସଖାଙ୍କ ମଧ୍ୟରେ ଶିଶୁ ଅନନ୍ତ ଅନ୍ୟତମ। ଅନ୍ୟ ଚାରି ସଖାଙ୍କ ପରି ଅନନ୍ତ ଦାସଙ୍କ ଜନ୍ମ ସମୟ ମଧ୍ୟ ପ୍ରମାଣଭିତ୍ତିକ ନ ହୋଇ ଅନୁମାନ ନିର୍ଭର ହୋଇ ରହିଯାଇଛି। କାରଣ ପଞ୍ଚସଖାଙ୍କ ଠାର ବା ଇଙ୍ଗିତଧର୍ମୀ ଭାଷାର ବାସ୍ତବ ବିଶ୍ଳେଷଣ ନିର୍ଭୁଲ ଭାବେ ତଥାପି ହୋଇପାରିନାହିଁ। ଆଜି ମଧ୍ୟ ଓଡ଼ିଶାର ଲୋକକଥାରେ ଅଚ୍ୟୁତ ଠାର ଓ ଅନନ୍ତ ଗାର ଯଥେଷ୍ଟ ମହତ୍ତ୍ୱ ରଖିଥାଏ। ଅଚ୍ୟୁତାନନ୍ଦଙ୍କ ‘ଉଦୟକାହାଣୀ’ରେ ପଞ୍ଚସଖାଙ୍କ ଆବିର୍ଭାବ ସଂକେତରେ ଯାହା କୁହାଯାଇଛି, ତାହାର ସମୀକ୍ଷା(ପଣ୍ଡିତ ସୂର୍ଯ୍ୟନାରାୟଣଙ୍କ ଦ୍ୱାରା)ରୁ ଜଣାପଡ଼େ ଯେ, ୨୫ ଅଙ୍କରେ ଅର୍ଥାତ୍‌ ୧୪୮୬ରେ ଅନନ୍ତ ଦାସଙ୍କ ଜନ୍ମ । ଜନ୍ମ ସମୟ ଭଳି ଜନ୍ମସ୍ଥାନକୁ ନେଇ ପଣ୍ଡିତମାନଙ୍କ ମନରେ ଦ୍ୱନ୍ଦ୍ୱ ରହିଥିଲା। କେହି କେହି କୋଣାର୍କ ନିକଟରେ ତାଙ୍କ ଜନ୍ମ ହୋଇଥିବା କଥା କହିଥାନ୍ତି। ମାତ୍ର ମହାପୁରୁଷ ଶିଶୁ ଅନନ୍ତଙ୍କ ଜନ୍ମସ୍ଥାନ ଯେ ବାଲିପାଟଣା-ଏହା ନିର୍ବିବାଦ୍ୟ। ସୁଦର୍ଶନ ଦାସଙ୍କ ‘ଚୌରାଅଶୀ ଆଜ୍ଞା’ ଓ ଜଗନ୍ନାଥ ଦ୍ୱିଜଙ୍କ ରଚିତ ‘ଭକ୍ତିଚନ୍ଦ୍ରିକା’ରେ ଅନନ୍ତଙ୍କ ଜନ୍ମ ବାଲିପଡ଼ା ବୋଲି ଉଲ୍ଲେଖ ଅଛି। ବାଲିପଡ଼ା ହିଁ ପରବର୍ତ୍ତୀ ସମୟର ବାଲିପାଟଣା। ସମ୍ପ୍ରତି ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଅଟେ। ସୂର୍ଯ୍ୟକୁଳସମ୍ଭୂତ ଶିଶୁ ଅନନ୍ତ ଦାସ ଏହିଠାରେ ଘର କରି ରହିଥିଲେ। ଏହା ତାଙ୍କ ପୈତୃକ ଜନ୍ମସ୍ଥାନ।
ଏପରିକି ସୁଦର୍ଶନ ଦାସଙ୍କ ‘ଚୌରାଅଶୀ ଆଜ୍ଞା’ର ଅଣଷଠି ବୟାଙ୍ଗରୁ ଜାଣିବାକୁ ମିଳେ ଯେ, ବାଲିପାଟଣା ଶିଶୁମଠଠାରେ ଏକଦା ନିଗମ ଭାବର ପ୍ରବକ୍ତା ଐଶୀ-ଶକ୍ତିସମ୍ପନ୍ନ ଅନ୍ୟତମ ସଖା ସାଧକ ଯଶୋବନ୍ତ ଦାସ ସଶିଷ୍ୟ କିଛିଦିନ ଅବସ୍ଥାନ କରିଥିଲେ। ଶିଶୁ ଅନନ୍ତଙ୍କ ପୁତ୍ର ଅକ୍ରୂରଙ୍କ ସହିତ ଯଶୋବନ୍ତଙ୍କର ପରିଚୟ ହୋଇଥିଲା। ଅନନ୍ତ ଦାସ ଶିଶୁ ଅନନ୍ତରେ ପରିଣତ ହେବାକୁ ନେଇ ଅନେକ ଅଲୌକିକ କଥା ଜାଣିବାକୁ ମିଳେ। ଠିକ୍‌ ସେହିପରି ବାଲିପାଟଣାର ଜନଶ୍ରୁତିରେ ଅନେକ ଅଲୌକିକ ଉପାଖ୍ୟାନ ଏବେବି ସଜାଗ ରହିଛି। ଖଣ୍ଡିଆ କାନ୍ଥରେ ବସି ଯାତ୍ରାକରି ରାଜଦ୍ୱାରରୁ ପୀର ଖାଁର ଅଭିଯୋଗରୁ ଗରିବ ବେହେରାଟିକୁ ଉଦ୍ଧାର କରିଥିବା ଅନନ୍ତ ଦାସଙ୍କ ଐଶୀଲୀଳା ବହନ କରି ଏବେ ବି ଗାଁ ଫିରିକାପାଟଣା ଦଣ୍ଡାୟମାନ। ଏହା ବ୍ୟତୀତ ଯଦିଓ ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ ତଥାପି ଜାଣିବାକୁ ମିଳେ ଯେ, ବାଲିପାଟଣାର ଶିଶୁ ଅନନ୍ତଙ୍କୁ ଗଜପତି ରାଜା ଜଗନ୍ନାଥଙ୍କ ଦ୍ୱାରା ସ୍ବପ୍ନାବିଷ୍ଟ ହୋଇ ମନ୍ଦିରରେ ଥିବା ଶ୍ରୀମୂର୍ତ୍ତି ଦେବଙ୍କୁ ପ୍ରଦାନ କରିଥିଲେ। କଥିତ ଅଛି ଯେ, ଶ୍ରୀମୂର୍ତ୍ତି ଦେବ ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ମହାପ୍ରସାଦ ଯିବା ବାଟରେ ରହିଥିଲେ ଓ ପ୍ରତ୍ୟହ ତାଙ୍କର ପ୍ରଥମ ଦୃଷ୍ଟି ଶ୍ରୀମହାପ୍ରସାଦ ଉପରେ ପଡ଼ୁଥିଲା। ଗଜପତି ଖାଲି ପ୍ରଦାନ କରି ନ ଥିଲେ ବରଂ ଅନନ୍ତଙ୍କ ଜନ୍ମସ୍ଥାନ ବାଲିପାଟଣାରେ ପ୍ରତିଷ୍ଠା କରାଇଥିଲେ। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ ଶିଶୁମଠକୁ ଦାରୁର କିଛି ଅଂଶ ଆସୁଥିଲା। ମହାରାଜାଙ୍କ ତରଫରୁ ଶିଳ୍ପୀ ଓ ପଣ୍ଡାମାନେ ଆସି ବାଲିପାଟଣାରେ ଏହି କାର୍ଯ୍ୟ ସମାପନ କରୁଥିଲେ। ।
ଶିଶୁ ଅନନ୍ତଙ୍କ ସାରସ୍ବତ ସୃଷ୍ଟିକର୍ମ ସମୂହ ଏ ପର୍ଯ୍ୟନ୍ତ ଲୋକଲୋଚନର ଅନ୍ତରାଳରେ ରହିଯାଇଛି। ସେସବୁ ମଧ୍ୟରେ ହେତୁ ଉଦୟଭାଗବତ, ପିଣ୍ଡବ୍ରହ୍ମାଣ୍ଡ ଗୀତା, ଅର୍ଥତାରେଣୀ, ମନ୍ତ୍ରଚନ୍ଦ୍ରିକା, ଗରୁଡ଼ କେଶବ ଚଉତିଶା, ଆଗତ ଚୁମ୍ବକମାଳିକା, ଡିବିଡିବି ଢୋଲ, ଠୁଳଶୂନ୍ୟ ରାସ, ଗରୁଡ଼ ଅନନ୍ତ ସମ୍ବାଦ, ଉଦେ ବାଖର, ଛାଟ ବାଖର, ଠିକ ବାଖର ଓ ଅନେକ ଭଜନ ଓ ସ୍ତୋତ୍ର ଅନ୍ତର୍ଭୁକ୍ତ। ବାଖର ଶବ୍ଦ ମାଳିକା ଅର୍ଥରେ ଓଡ଼ିଶାରେ ବ୍ୟବହୃତ ହୋଇଥିଲେ ହେଁ ବାଖର ମାଳିକାର ଏକ ସ୍ବତନ୍ତ୍ର ପ୍ରବିଧି, ଯାହା ଉପରେ ଗବେଷଣା ଜରୁରୀ। ଜଣାଯାଏ ଯେ ଶିଶୁ ଅନନ୍ତଙ୍କର ଗାରକଟା ଯନ୍ତ୍ର ପାଇଁ ପ୍ରସିଦ୍ଧି ରହିଛି। ଦୁର୍ଭାଗ୍ୟର କଥା ଯେ, ଅନନ୍ତଙ୍କ ରଚନାବଳୀ ଭଳି ଏଇ ଗାରକଟା ଯନ୍ତ୍ର ମଧ୍ୟ ଏକ ଅନୁଦ୍‌ଘାଟିତ ରହସ୍ୟ ହୋଇରହିଛି।
ଅନ୍ୟ ସଖାଙ୍କ ଭଳି ଶିଶୁ ଅନନ୍ତଙ୍କ ମାଳିକାର ପ୍ରଚାର ପ୍ରସାର ହୋଇପାରିନାହିଁ। ତାଙ୍କ ମନ୍ତ୍ରଯାନ ବର୍ତ୍ତମାନର ଯନ୍ତ୍ରଯାନଠାରୁ ଥିଲା ଉନ୍ନତଧରଣ, ଯାହା ଗବେଷଣାସାପେକ୍ଷ। ଅନନ୍ତ ଦାସଙ୍କ ସାରସ୍ବତ କର୍ମ ସମୂହର ଯଥାର୍ଥ ବିନିଯୋଗ ହୋଇପାରିଲେ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱ ଚମତ୍କୃତ ହୁ୍‌ଅନ୍ତା। ଶିଶୁମଠଠାରେ ଅନନ୍ତ ଗବେଷଣାଗାରଟିଏ ପ୍ରତିଷ୍ଠା କରାଯାଇ ପଞ୍ଚସଖାଙ୍କ ସମ୍ପର୍କରେ ସ୍ବତନ୍ତ୍ର ଗବେଷଣା ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଆଗାମୀକାଲିର ଭାରତ ଏକ ଗରିମାମୟ ତେଜସ୍ବୀ ଓଡ଼ିଶାକୁ ଦେଖିପାରନ୍ତା।
ପ୍ରାଧ୍ୟାପକ, ଶିଶୁ ଅନନ୍ତ ମହାବିଦ୍ୟାଳୟ, ବାଲିପାଟଣା, ଖୋର୍ଦ୍ଧା
ମୋ-୯୪୩୭୨୭୯୧୪୨


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri