ଫୁଲବାଣୀ,୨୨ା୭(ରାକେଶ କୁମାର ରାଉତ)ଫୁଲବାଣୀ ପୂର୍ତ୍ତ ବିଭାଗରେ ଚାଲିଛି ମନମୁଖି କାର୍ଯ୍ୟ ା ଏଠାରେ କାର୍ଯ୍ୟରତ ଅଫିସ କର୍ମଚାରୀମାନେ ଦୀର୍ଘ ବର୍ଷ ହେବ ଗାଦି ମାଡି ବସିଛନ୍ତି ା ସେମାନଙ୍କ ସମ୍ପର୍କରେ ବିଭାଗକୁ ତଥ୍ୟ ମାଗିଲେ ଠିକ୍ ଭାବେ ଦିଆଯାଉନାହିଁ ା ଏପରିକି ସୁଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ ବି ତାହା ଭୁଲ ଦର୍ଶାଯାଉଛି। ଜାଣିଶୁଣି ବିଭାଗୀୟ ଅଧିକାରୀ ଏପରି କରୁଛନ୍ତି ା ମୁଖ୍ୟ ଯନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇଛନ୍ତି। ୧୦ ବର୍ଷ ଗୋଟିଏ ସ୍ଥାନରେ କାମ କରିଥିବା କର୍ମଚାରୀଙ୍କ ବିଷୟରେ ମୁଖ୍ୟ ଯନ୍ତ୍ରୀ ମାଗିଥିବା ତଥ୍ୟ ଗୋଳ ମାଳିଆ ଭାବେ ଦିଆଯାଇଛି। ହେଲେ ଆଜି ଯାଏ କୌଣସି କର୍ମଚାରୀଙ୍କ ଅନ୍ୟତ୍ର ବଦଳୀ ହୋଇନାହିଁ। ଯାହାକୁ ନେଇ ଠିକାଦାରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
୨୦୨୨ ଜୁଲାଇ ୧୮ ତାରିଖରେ ଚିଠି ନଂ ୯୫୯୩ରେ ବିଭାଗୀୟ ଉପ ସଚିବ ମୁଖ୍ୟ ଯନ୍ତ୍ରୀଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ା ଗୋଟିଏ ସ୍ଥାନରେ ୧୦ ବର୍ଷରୁ ଅଧିକ ଦିନ ପୁରଣ କରିଥିବା ଅଫିସ କର୍ମଚାରୀ(ନନ୍ ଗେଜେଟେଡ)ଙ୍କୁ ବଦଳୀ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ ା ଗୋଟିଏ ବର୍ଷରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ଏହାର ଉତ୍ତର ନ ରଖିବାରୁ ସଚିବ ବିରକ୍ତି ପ୍ରକାଶ କରିବା ସହ ତୁରନ୍ତ ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଲ ତାହା ଜଣାଇବାକୁ କହିଥିଲେ। ଏହି କ୍ରମରେ ମୁଖ୍ୟ ଯନ୍ତ୍ରୀ ଦକ୍ଷିଣାଞ୍ଚଳ ବିଭାଗୀୟ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଚିଠି ନଂ ୩୬୬୬ ତା ୧୯ ସେପ୍ଟେମ୍ବର ୨୦୨୨ରେ ତୁମ ଅଧୀନରେ ଥିବା କାର୍ଯ୍ୟାଳୟରେ ୧୦ ବର୍ଷ ପୁରଣ କରିଥିବା ଅଫିସ କର୍ମଚାରୀଙ୍କ ବିଷୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ତଥ୍ୟ ଭୁଲ ପ୍ରଦାନ କରାଯାଇଛି ା ଇତି ମଧ୍ୟରେ ୧୧ ମାସ ବିତି ଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆ ଯାଇନାହିଁ ା
ଫୁଲବାଣୀର ଜଣେ ସୁଚନା ଅଧିକାର କର୍ମୀ ଫୁଲବାଣୀ ପୂର୍ତ୍ତ ବିଭାଗରେ ସୁଚନା ଅଧିକାର ଆଇନ ବଳରେ ଏହି କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ କେତେ ବର୍ଷ ହେଲା କାମ କରୁଛନ୍ତି, ତାହା ବିଷୟରେ ଜାଣିବାକୁ ଚାହିଁଥିଲେ ା ହେଲେ ତାଙ୍କୁ ବହୁ ବିଳମ୍ବରେ ତଥ୍ୟ ପ୍ରଦାନ କରାଗଲା ା କେଉଁ କର୍ମଚାରୀ କେତେ ବର୍ଷ ହେଲା ଅଛନ୍ତି ସେ ବିଷୟରେ ତଥ୍ୟ ନ ଦେଇ, କିଏ କେତେ ବର୍ଷ ହେଲା ସରକାରୀ ଚାକିରି କରିଛନ୍ତି ତାହା ପ୍ରଦାନ କରାଯାଇଛି ା ପୁଣି ଜନ ସୂଚନା ଅଧିକାରୀଙ୍କୁ ଅପିଲ କରାଯିବାରୁ ସେ କିଛି ଦିନ ମଧ୍ୟରେ ଏହା ଦେବାକୁ କହିଥିଲେ ସୁଦ୍ଧା ଦୀର୍ଘ ଦିନ ହେବ ପ୍ରଦାନ କରୁ ନାହାନ୍ତି। ଅନ୍ୟପକ୍ଷେ ଏହି କର୍ମଚାରୀମାନେ ଦୀର୍ଘ ବର୍ଷ ଗୋଟିଏ ସ୍ଥାନରେ ରହିଥିବାରୁ କାମ କରୁଥିବା ଠିକାଦାରମାନଙ୍କୁ ସବୁ ବେଳେ ହଇରାଣ ହରକତ କରୁଛନ୍ତି ା ବିଲ କରିବା ପାଇଁ ଫାଇଲକୁ ବହୁ ଦିନ ଧରି ପକାଇ ରଖୁଛନ୍ତି। ଯାହାକୁ ନେଇ ଠିକାଦାରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଘଟଣା ସମ୍ପର୍କରେ ଫୁଲବାଣୀ ଅଧିକ୍ଷଣ ଯନ୍ତ୍ରୀ ଅମିତ କୁମାର ଟୁଡୁଙ୍କୁ ପଚାରିବାରୁ ଅଫିସରେ ଦୀର୍ଘ ବର୍ଷ ଧରି କାମ କରୁଥିବା କର୍ମଚାରୀଙ୍କ ବଦଳୀ ସମସ୍ୟା ଖାଲି ଆମର ନୁହେଁ ସାରା ରାଜ୍ୟରେ। ଯନ୍ତ୍ରୀମାନଙ୍କ ବଦଳୀ ହେଉଥିବା ବେଳେ ଏମାନଙ୍କର ପ୍ରାୟ ହେଉନାହିଁ ବୋଲି କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, କନ୍ଧମାଳ View All
ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍
ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ
ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

