ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ଧାମନଗର ଦାୟିତ୍ୱ ନିଅନ୍ତୁ: ସୂର୍ଯ୍ୟବଂଶୀ

ଭଦ୍ରକ ଅଫିସ/ଧାମନଗର,୮।୧୧(ସ୍ବ.ପ୍ର./ଡି.ଏନ୍‌.ଏ.):ଉପନିର୍ବାଚନ ପାଇଁ ଭର୍ଚ୍ଚୁଆଲ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାମନଗର ଦାୟିତ୍ୱ ନେବେ ବୋଲି କହିଥିଲେ। ସେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ଧାମନଗର ଦାୟିତ୍ୱ ନିଅନ୍ତୁ। ତାଙ୍କ ଦଳର ପ୍ରାର୍ଥୀ ହାରିଯାଇଥିଲେ ବି ଧାମନଗର ତାଙ୍କର, ସେ ତା’ର ଦାୟିତ୍ୱ ନିଅନ୍ତୁ ବୋଲି ସୋମବାର ନବନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟାରେ କହିଛନ୍ତି।
ଉପନିର୍ବାଚନରେ ବିଜୟଲାଭ କରିବା ପରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରି ବିଧାୟକ ଭାବେ ଧାମନଗର ସେବା ଆରମ୍ଭ କରିବେ ବୋଲି ସୂର୍ଯ୍ୟବଂଶୀ କହିଥିଲେ। ସେହି ଅନୁଯାୟୀ ସୋମବାର ଶୈବପୀଠ ଆରଡ଼ିକୁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ସେ ଯାଇଥିଲେ। ଆରଡ଼ିକୁ ଯିବା ବାଟରେ ଧୂଷୁରୀଠାରେ ଭାଜପାର ବହୁସଂଖ୍ୟକ କର୍ମୀ ଓ ଜନସାଧାରଣ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ସୂର୍ଯ୍ୟବଂଶୀ ମଧ୍ୟ ଗାଡ଼ିରୁ ଓହ୍ଲାଇ ଧୂଷୁରୀ ବଜାରରେ ଚାଲି ଚାଲି ଯାଇ ଲୋକଙ୍କୁ ପ୍ରତି ନମସ୍କାର କରିବା ସହ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ, ମୁଁ କଠିନ ପରିସ୍ଥିତିରେ ନିର୍ବାଚନକୁ ଓହ୍ଲାଇଥିଲି। ଏକ ବଡ଼ ପରିବାର ମୋତେ ନିର୍ବାଚନରେ ସହଯୋଗ କରିଥିଲା। ଧାମନଗରବାସୀ ମୋତେ ଯେଉଁ ସ୍ନେହ ଶ୍ରଦ୍ଧା ଦେଇଛନ୍ତି, ସେହି ଆଧାରରେ ମୁଁ ମୋର କର୍ତ୍ତବ୍ୟ ସମ୍ପାଦନ କରିବି। କିଛି ସମୟ ସେଠାରେ ରହି ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଅଭିମୁଖେ ଯାତ୍ରା କରିଥିଲେ।
ସେହିପରି ଧାମନଗର ବିଧାନସଭା କ୍ଷେତ୍ର ପ୍ରବେଶ ପଥ ସରପୁର, ବରୁଣାଇ, ଅସୁରାଳି, କୋଠାର, ସୂର୍ଯ୍ୟପୁର, ବେତାଳିଗଁା ଆଦି ବିଭିନ୍ନ ଛକରେ ଦଳୀୟ କର୍ମୀଙ୍କ ସହ ଜନସାଧାରଣ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ତାଙ୍କ ସହ ଉପନିର୍ବାଚନରେ ମଙ୍ଗୁଆଳ ସାଜିଥିବା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବଦ୍ରି ନାରାୟଣ ଧଳ, ଜିଲା ସଭାପତି ହେମନ୍ତ ପାଢ଼ୀ, ସମ୍ପାଦକ ମନୋଜ ମଲ୍ଲିକ, ମନସ୍ମିତା ଖୁଣ୍ଟିଆ, ଅଶୋକ ପୁହାଣ, ଚତୁର୍ଭୁଜ ନାୟକ, ବୈକୁଣ୍ଠ ସାହୁ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ଉପନିର୍ବାଚନରେ ବିଜୟ ନେଇ ଧାମନଗର ଅଞ୍ଚଳରେ ଭାଜପା ନେତା ଓ କର୍ମୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ନବନିର୍ବାଚିତ ବିଧାୟକଙ୍କୁ ନେଇ ଭାଜପା ଏଭଳି ଭିନ୍ନ ଢଙ୍ଗରେ ବିଜୟ ଉତ୍ସବ ପାଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri