Posted inଜାତୀୟ

କର୍ନାଟକ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ହୋଇପାରୁନି

ନୂଆଦିଲ୍ଲୀ, ୧୬ା୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବା ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇପାରୁନି। ବରିଷ୍ଠ ନେତା ସିଦ୍ଦାରାମାୟା ଏବଂ ଦଳର ରାଜ୍ୟ ସଭାପତି ଡି.କେ. ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ଲାଗି ଦାବିଦାର ହୋଇଥିବାବେଳେ କାହାକୁ ରାଜ୍ୟ ନେତୃତ୍ୱ ଦିଆଯିବ, ତାକୁ ନେଇ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ଅଡୁଆରେ ପଡ଼ିଛି। ବେଙ୍ଗାଲୁରୁରେ ନବନିର୍ବାଚିତ କଂଗ୍ରେସ ବିଧାୟକମାନଙ୍କ ସହ ଆଲୋଚନା କରିବା ପରେ ୩ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସୁଶୀଲ କୁମାର ସିନ୍ଦେ, ଜିତେନ୍ଦ୍ର ସିଂ ଏବଂ ଦୀପକ ବାବରିଆ ସୋମବାର ଦିଲ୍ଲୀ ଯାଇ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି। ସେମାନେ କର୍ନାଟକରେ ପରବର୍ତ୍ତୀ ସରକାର ଗଠନ ନେଇ ଖାର୍ଗେଙ୍କ ସହ ବିଚାରବିମର୍ଶ କରିଥିଲେ। ସେମାନଙ୍କ ସହ ସଂଗଠନ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଏବଂ କର୍ନାଟକ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ରଣଦୀପ୍‌ ସୁର୍ଜଓ୍ବୋଲା ମଧ୍ୟ ଉପସ୍ଥିତ ଥିଲେ। ପର୍ଯ୍ୟବେକ୍ଷକମାନଙ୍କ ରିପୋର୍ଟ ଉପରେ ୬ ଶୀର୍ଷ ନେତା ଆଲୋଚନା କରିବା ସହ ନବନିର୍ବାଚିତ ବିଧାୟକମାନଙ୍କ ମତାମତକୁ ଅନୁଧ୍ୟାନ କରିଥିଲେ। ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷକମାନେ ବିଧାୟକମାନଙ୍କ ସହ ଜଣ ଜଣକରି କଥା ହୋଇ ସେମାନଙ୍କ ମତାମତ ନେଇଥିଲେ। ସରକାର ଗଠନ ନେଇ ଅଧିକ ଆଲୋଚନା ଲାଗି କଂଗ୍ରେସ ନେତୃତ୍ୱଙ୍କ ଡାକରାରେ ସିଦ୍ଦାରାମାୟା ଦିଲ୍ଲୀରେ ପହଞ୍ଚତ୍ଥିବାବେଳେ ଶିବକୁମାର ଖୁବ୍‌ଶୀଘ୍ର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବେ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ପଦବୀ ଲାଗି ଉଭୟଙ୍କ ପାଇଁ ଜୋର୍‌ଦାର ଲବି ହେଉଛି। ଏନେଇ ଦଳ ଅଧ୍ୟକ୍ଷ ଖାର୍ଗେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ନବନିର୍ବାଚିତ ବିଧାୟକମାନେ ଦାୟିତ୍ୱ ଦେଇଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ରୀୟ ନେତୃତ୍ୱଙ୍କ ଡାକରା ସତ୍ତ୍ୱେ ଶିବକୁମାର ଦିଲ୍ଲୀ ନ ଯାଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସିଦ୍ଦାରାମାୟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ତାଙ୍କ ଉପରେ ଭରସା ରହିଛି ଓ ସେ କର୍ନାଟକର ନେତୃତ୍ୱ ନେବେ ବୋଲି ସୋନିଆ ଗାନ୍ଧୀ କହିଥିଲେ। ସେ କର୍ନାଟକରେ ରହି ତାଙ୍କ ନିୟମିତ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ବିଜୟ ପଛର ବ୍ୟକ୍ତିଙ୍କୁ ସ୍ବୀକୃତି ଦେବା ନିମନ୍ତେ ସେମାନଙ୍କର ସୌଜନ୍ୟ ରହିବା ଆବଶ୍ୟକ। ନିର୍ବାଚନରେ ସମସ୍ତ ୧୩୫ ବିଧାୟକଙ୍କୁ ଜିତାଇବାର ଶ୍ରେୟ ତାଙ୍କର ବୋଲି ଶିବକୁମାର ଦାବି କରିଛନ୍ତି। ଅନ୍ୟମାନଙ୍କ ସଂଖ୍ୟା ସମ୍ପର୍କରେ କହିବା କ୍ଷମତା ତାଙ୍କର ନାହିଁ। ତାଙ୍କ ସଭାପତିତ୍ୱରେ ଦଳ ନିର୍ବାଚନ ଜିତିଛି। କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଦଳ ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ନବନିର୍ବାଚିତ ବିଧାୟକମାନେ ଧାଡ଼ିକିଆ ପ୍ରସ୍ତାବ ଗୃହୀତ କରାଇଥିବା ଶିବକୁମାର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri