Posted inଜାତୀୟ

କର୍ନାଟକ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ହୋଇପାରୁନି

ନୂଆଦିଲ୍ଲୀ, ୧୬ା୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବା ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇପାରୁନି। ବରିଷ୍ଠ ନେତା ସିଦ୍ଦାରାମାୟା ଏବଂ ଦଳର ରାଜ୍ୟ ସଭାପତି ଡି.କେ. ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ଲାଗି ଦାବିଦାର ହୋଇଥିବାବେଳେ କାହାକୁ ରାଜ୍ୟ ନେତୃତ୍ୱ ଦିଆଯିବ, ତାକୁ ନେଇ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ଅଡୁଆରେ ପଡ଼ିଛି। ବେଙ୍ଗାଲୁରୁରେ ନବନିର୍ବାଚିତ କଂଗ୍ରେସ ବିଧାୟକମାନଙ୍କ ସହ ଆଲୋଚନା କରିବା ପରେ ୩ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସୁଶୀଲ କୁମାର ସିନ୍ଦେ, ଜିତେନ୍ଦ୍ର ସିଂ ଏବଂ ଦୀପକ ବାବରିଆ ସୋମବାର ଦିଲ୍ଲୀ ଯାଇ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି। ସେମାନେ କର୍ନାଟକରେ ପରବର୍ତ୍ତୀ ସରକାର ଗଠନ ନେଇ ଖାର୍ଗେଙ୍କ ସହ ବିଚାରବିମର୍ଶ କରିଥିଲେ। ସେମାନଙ୍କ ସହ ସଂଗଠନ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଏବଂ କର୍ନାଟକ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ରଣଦୀପ୍‌ ସୁର୍ଜଓ୍ବୋଲା ମଧ୍ୟ ଉପସ୍ଥିତ ଥିଲେ। ପର୍ଯ୍ୟବେକ୍ଷକମାନଙ୍କ ରିପୋର୍ଟ ଉପରେ ୬ ଶୀର୍ଷ ନେତା ଆଲୋଚନା କରିବା ସହ ନବନିର୍ବାଚିତ ବିଧାୟକମାନଙ୍କ ମତାମତକୁ ଅନୁଧ୍ୟାନ କରିଥିଲେ। ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷକମାନେ ବିଧାୟକମାନଙ୍କ ସହ ଜଣ ଜଣକରି କଥା ହୋଇ ସେମାନଙ୍କ ମତାମତ ନେଇଥିଲେ। ସରକାର ଗଠନ ନେଇ ଅଧିକ ଆଲୋଚନା ଲାଗି କଂଗ୍ରେସ ନେତୃତ୍ୱଙ୍କ ଡାକରାରେ ସିଦ୍ଦାରାମାୟା ଦିଲ୍ଲୀରେ ପହଞ୍ଚତ୍ଥିବାବେଳେ ଶିବକୁମାର ଖୁବ୍‌ଶୀଘ୍ର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବେ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ପଦବୀ ଲାଗି ଉଭୟଙ୍କ ପାଇଁ ଜୋର୍‌ଦାର ଲବି ହେଉଛି। ଏନେଇ ଦଳ ଅଧ୍ୟକ୍ଷ ଖାର୍ଗେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ନବନିର୍ବାଚିତ ବିଧାୟକମାନେ ଦାୟିତ୍ୱ ଦେଇଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ରୀୟ ନେତୃତ୍ୱଙ୍କ ଡାକରା ସତ୍ତ୍ୱେ ଶିବକୁମାର ଦିଲ୍ଲୀ ନ ଯାଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସିଦ୍ଦାରାମାୟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ତାଙ୍କ ଉପରେ ଭରସା ରହିଛି ଓ ସେ କର୍ନାଟକର ନେତୃତ୍ୱ ନେବେ ବୋଲି ସୋନିଆ ଗାନ୍ଧୀ କହିଥିଲେ। ସେ କର୍ନାଟକରେ ରହି ତାଙ୍କ ନିୟମିତ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ବିଜୟ ପଛର ବ୍ୟକ୍ତିଙ୍କୁ ସ୍ବୀକୃତି ଦେବା ନିମନ୍ତେ ସେମାନଙ୍କର ସୌଜନ୍ୟ ରହିବା ଆବଶ୍ୟକ। ନିର୍ବାଚନରେ ସମସ୍ତ ୧୩୫ ବିଧାୟକଙ୍କୁ ଜିତାଇବାର ଶ୍ରେୟ ତାଙ୍କର ବୋଲି ଶିବକୁମାର ଦାବି କରିଛନ୍ତି। ଅନ୍ୟମାନଙ୍କ ସଂଖ୍ୟା ସମ୍ପର୍କରେ କହିବା କ୍ଷମତା ତାଙ୍କର ନାହିଁ। ତାଙ୍କ ସଭାପତିତ୍ୱରେ ଦଳ ନିର୍ବାଚନ ଜିତିଛି। କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଦଳ ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ନବନିର୍ବାଚିତ ବିଧାୟକମାନେ ଧାଡ଼ିକିଆ ପ୍ରସ୍ତାବ ଗୃହୀତ କରାଇଥିବା ଶିବକୁମାର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?