କୁନିକୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୪: ଭୁବନେଶ୍ବରରେ ବୁଧବାର ଶିଶୁ ବାଟିକାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶିଶୁ ବାଟିକାର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ବାଟିକାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କୁନିକୁନି ପିଲାଙ୍କୁ ଖଡ଼ି ଛୁଆଁଇଛନ୍ତି।

ନୂଆ ଶିକ୍ଷାବର୍ଷରେ ଜାତୀୟ ଶିକ୍ଷା ନୀତିକୁ ସରକାରୀ ବିଦ୍ୟାଳୟଗୁଡିକରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବୁଧବାରଠାରୁ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ପିଲାଙ୍କ ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିସହ ରାଜ୍ୟର ସମସ୍ତ ବିଦ୍ୟାଳୟରେ ନୂଆକରି ଖୋଲିଥିବା ଶିଶୁ ବାଟିକାରେ ପଢ଼ିବାକୁ ଆସୁଥିବା ପିଲାମାନେ ପ୍ରବେଶ ଉତ୍ସବ କରିବା ସହିତ ଖଡିଛୁଇଁ ପାଠପଢ଼ା ଆରମ୍ଭ କରିବେ। ଏହି ଖଡିଛୁଆଁ କାର୍ଯ୍ୟକ୍ରମ ୪ ଦିନ ଧରି ଚାଲିବ। ନୂଆ କରି ନାମ ଲେଖୁଥିବା ପିଲାଙ୍କ ମଥାରେ ଫୁଲ ଓ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ପକାଇ ନୃତ୍ୟ, ବାଦ୍ୟ ଓ ଗୀତରେ ସ୍ବାଗତ କରାଯାଇଛି। ପ୍ରତିଦିନ ନୂଆ କରି ଆସୁଥିବା ଛାତ୍ରୀଛାତ୍ରଙ୍କୁ ଏଭଳି ଅଭିନବ ଭାବେ ସ୍ବାଗତ କରାଯାଇଛି। ସିଲଟରେ ତିନୋଟି ଗୋଲ କରି ଶିକ୍ଷକମାନେ ପିଲାଙ୍କ ବିଦ୍ୟାରମ୍ଭ କରିଛନ୍ତି। ପିଲାମାନେ ଶକ୍ଷକଙ୍କୁ ମୁଣ୍ଡିଆମାରି ସାରିବା ପରେ ବିଦ୍ୟାଳୟର ସବୁ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ, ଅଭିଭାବକଙ୍କ ସମେତ ଅତିଥିମାନେ ଯୋଗଦେଇଛନ୍ତି। ସେମାନଙ୍କ ପାଇଁ ବିଦ୍ୟାଳୟଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରବଳ ଖରା ହେଉଥିବାରୁ ସକାଳ ସାଢ଼େ ୬ଟାରୁ ବିଦ୍ୟାଳୟଗୁଡିକ ଖୋଲାଯାଇଛି। ରାଜ୍ୟର ସମସ୍ତ ବିଦ୍ୟାଳୟରେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଏବଂ ବିଶିଷ୍ଠ ବ୍ୟକ୍ତିତ୍ୱଙ୍କ ଦ୍ୱାରା ଉଦ୍‌ଘାଟନ କରାଯିବ। ପ୍ରଶିକ୍ଷଣ ନେଇଥିବା ଶିକ୍ଷକମାନେ ପିଲାଙ୍କୁ ଖଡିଛୁଆଁ କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି। ସେହିପରି ଶିଶୁ ବାଟିକା ଏବଂ ପ୍ରଥମ ଶ୍ରେଣୀ ପାଇଁ ନାମ ଲେଖାଉଥିବା ପିଲାଙ୍କୁ ବିଦ୍ୟାଳୟ ପକ୍ଷରୁ ସିଲଡ, ଖଡ଼ି, ଖେଳନା ସାମଗ୍ରୀ ସହିତ ମାଣ୍ଡିଆ ଲଡୁ ଖାଇବାକୁ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂଶୋଧିତ ତାଲିକାରେ ବି ବଢ଼ିଲା ତ୍ରୁଟି: ଦକ୍ଷତାକୁ ନେଇ ବଡ଼ ପ୍ରଶ୍ନବାଚୀ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ବଢ଼ୁଛି ବିବାଦ। ପ୍ରତିଦିନ ପାଠ୍ୟପୁସ୍ତକରେ ତ୍ରୁଟି ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ପାଠ୍ୟପୁସ୍ତକରେ ତ୍ରୁଟି…

ଭାଜପା ବୁଥ୍‌ ସଭାପତିଙ୍କୁ ବିଚ୍‌ ରାସ୍ତାରେ ନିର୍ମମ ହତ୍ୟା: କାଠ ଫାଳିଆରେ ବାଡେଇ ବାଡେଇ ମାରିଦେଲେ…

ମହାକାଳପଡ଼ା,୨୪।୬( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ ରାମନଗର ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ…

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: ଟ୍ୟୁସନ ବାହାନାରେ ନାବାଳକଙ୍କୁ ବଳାତ୍କାର କରି ଫସିଲେ ଶିକ୍ଷକ, ପୂରା ଘଟଣା ଜାଣିଲେ…

କଟକ,୨୪।୬(ପ୍ରଭୁ କଲ୍ୟାଣ ପାଲ): ଅପ୍ରାକୃତିକ ଯୌନ ଲାଳସା ହେଲା କାଳ। ନାବାଳକଙ୍କୁ ବଳାତ୍କାର କରି ଫସିଲେ ଉର୍ଦ୍ଦୁ ଶିକ୍ଷକ। ଟ୍ୟୁସନ ବାହାନାରେ ନାବାଳକକୁ ବାରମ୍ବାର ପକାଉଥିଲେ ଲୋଲୁପ…

୯ରେ ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର,୨୪।୬ (ରବିନାରାୟଣ ଜେନା): ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍‌ ଜୁଲାଇ ୯ରେ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ…

୪ରେ ଆସିପାରନ୍ତି ଅମିତ୍‌ ଶାହା

ଭୁବନେଶ୍ୱର,୨୪।୬ (ସୁନିତ୍‌ ମିଶ୍ର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଶାହାଙ୍କ ରାଜ୍ୟ ଗସ୍ତ ନେଇ ପ୍ରସ୍ତାବନା ରହିଛି। ମାତ୍ର…

ଦୁର୍ବୃତ୍ତଙ୍କ ଟାର୍ଗେଟରେ ମନ୍ଦିର; ରାମ ମନ୍ଦିର ହୁଣ୍ଡି ତାଡ଼ି ଲକ୍ଷାଧିକ ଟଙ୍କା ଚୋରି

ଛତ୍ରପୁର, ୨୪।୬ (ଦିଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ନିକଟରେ ଅବସ୍ଥିତ ଶ୍ରୀରାମ ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ବୁଧବାର ସକାଳେ ଚୋରି…

ପଳାତକ ନୀରବ ମୋଦିଙ୍କୁ ଲାଗିଲା ଜୋରଦାର ଝଟକା: ଫେରାଇବେ ୧୦୦ କୋଟି ଟଙ୍କା

ନୂଆଦିଲ୍ଲୀ,୨୪।୬: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଏକ ଋଣ ବିବାଦରେ ବ୍ୟାଙ୍କ ଅଫ ଇଣ୍ଡିଆ ସପକ୍ଷରେ ରାୟ…

ସ୍ବାମୀ ସ୍ମାର୍ଟ ଚାଷୀ, ସ୍ତ୍ରୀ ରୋଲ ମଡେଲ: ମଫସଲରେ ସଫଳ ସ୍ମାର୍ଟ ଫାର୍ମିଂ

ବଲାଙ୍ଗୀର,୨୪ା୬(ବୀରେନ୍ଦ୍ର କୁମାର ଝାଙ୍କର): ଚାଷୀ ଦମ୍ପତିଙ୍କ କଠିନ ପରିଶ୍ରମ, ଗଭୀର ଆତ୍ମବିଶ୍ୱାସ ଏବଂ ସରକାରୀ ଯୋଜନାଗୁଡ଼କର ଉପଯୁକ୍ତ ସମନ୍ବୟ ଏବେ ବଲାଙ୍ଗୀର ଜିଲାରେ ସ୍ବାବଲମ୍ବନ ଓ ସଫଳତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri