ପଞ୍ଜୁରିର ଶୁଆ ଭଳି କଥା କହୁଛନ୍ତି ମୁଖ୍ୟମନ୍ତ୍ରୀ: ଧର୍ମେନ୍ଦ୍ର

ସମ୍ବଲପୁର,୧୨ା୫(ପ୍ରମୋଦ ବହିଦାର): ପଞ୍ଜୁରିରେ ଥିବା ଶୁଆ ଭଳି ଯାହା ଶିଖାଯାଉଛି ମୁଖ୍ୟମନ୍ତ୍ରୀ ତାହା କହୁଛନ୍ତି। ଡିଏମ୍‌କେର ଭାଷା କହୁଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଆ ଅସ୍ମିତା କଥା ସେ କେମିତି ବୁଝିବେ। ଏ ସବୁକୁ ନେଇ ପ୍ରଶ୍ନ କଲେ ତାଙ୍କୁ କଷ୍ଟ ହେବା ସ୍ବାଭାବିକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ରବିବାର ପୂର୍ବାହ୍ନରେ ବୁଢ଼ାରଜାସ୍ଥିତ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଥିଲେ।

ପ୍ରଧାନମନ୍ତ୍ରୀ ପଚାରିଥିବା ମୂଳ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀଙ୍କୁ ଜଣାଅଛି କି ବୋଲି ସେ ପ୍ରଶ୍ନ କରିଥିଲେ। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଅନେକ ବିଷୟରେ ଅବଗତ ନାହାନ୍ତି। ତାଙ୍କୁ ଦିଆଯାଉଥିବା ଲେଖାକୁ ପଢ଼ି ଭିଡିଓ ମାଧ୍ୟମରେ କେବଳ ଉପସ୍ଥାପନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ୪ ଜଣ ଅଣଓଡ଼ିଆ ଗ୍ୟାଙ୍ଗ୍‌ ଘେରି ରହିଛନ୍ତି। ତେଣୁ ଓଡ଼ିଆ ଲୋକେ ମୁଖ୍ୟମନ୍ତ୍ରୀଙ୍କଠାରୁ ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।

୨୦୧୪ରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଶିକ୍ଷା ବିଭାଗର ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆନ ଲାଙ୍ଗୁଏଜ୍‌(ସିଆଇଆଇଏଲ୍‌) ରାଜ୍ୟ ସରକାରଙ୍କୁ ଖଣ୍ଡେ ଜମି ମାଗିଥିଲେ। ଏହାର ୫ବର୍ଷ ପରେ ରାଜ୍ୟ ସରକାର ଜମି ଦେବା ବଦଳରେ ଏକ ଘର ଦେଇଥିଲେ। ଉକ୍ତ ଘରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଫର୍‌ କ୍ଲାସିକାଲ୍‌ ଓଡ଼ିଆ ସେଣ୍ଟର ସ୍ଥାପନ କରାଗଲା। ଏହାବ୍ୟତୀତ ମୋଦି ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନର ଭୁବନେଶ୍ୱରସ୍ଥିତ ପୂର୍ବାଞ୍ଚଳ ଆଞ୍ଚଳିକ ଭାଷା କେନ୍ଦ୍ରର ବିକାଶ ପାଇଁ ୩୦ କୋଟି ଟଙ୍କା ଦିଆଯାଇଛି।

ସେହିପରି ୟୁଜିସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ପ୍ରକାଶିତ ହୋଇଛି। ଓଡ଼ିଆ ଅସ୍ମିତା ଓ ଓଡ଼ିଶାର କଳା, ସଂସ୍କୃତି, ଇତିହାସ ଓ ରାଜନୀତିରେ ଉଚ୍ଚସ୍ତରୀୟ ଗବେଷଣା ପାଇଁ ଓଡ଼ିଶା ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା ହୋଇଛି। ଦେଶିଆ, କୁଇ, ଗଦବା, ଜୁଆଙ୍ଗ, ସାନ୍ତାଳି, ସୌରା ଆଦି ସ୍ଥାନୀୟ ଭାଷାରେ ବର୍ଣ୍ଣବୋଧ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାର ଭାଷା ଆଧାରିତ ଶିକ୍ଷା ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଓଡ଼ିଆ ଭାଷା ପ୍ରତି ପ୍ରତିବଦ୍ଧତା ଉପରେ ତାଙ୍କର ଅଣ ଓଡ଼ିଆ ସହଯୋଗୀମାନେ ତାଙ୍କୁ ଠିକ୍‌ ଭାବେ ଅବଗତ କରାଇନାହାନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରଧାନ ଓଡ଼ିଶୀ ସଙ୍ଗୀତ ଉପରେ ମୁଖ୍ୟମନ୍ତ୍ରୀ କରିଥିବା ପ୍ରଶ୍ନ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି। ସେ କହିଛନ୍ତି ଓଡ଼ିଆ ଭାଷା, ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଛି। କିନ୍ତୁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଭାରତ ସରକାରଙ୍କ କୌଣସି ବ୍ୟବସ୍ଥା ନାହିଁ ବୋଲି କେନ୍ଦ୍ର ସଂସ୍କୃତି ବିଭାଗ ଅଧୀନରେ ଥିବା ସଙ୍ଗୀତ ନାଟକ ଏକାଡେମୀ ସ୍ପଷ୍ଟ କରିସାରିଛି। ତେଣୁ ଯେଉଁ ବିଷୟ ଭାରତର ବ୍ୟବସ୍ଥାରେ ନାହିଁ ସେଥିପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିବେ ଆଉ ଅଗ୍ରାହ୍ୟ ହେଲା ବୋଲି କହିବା କେତେଦୂର ସମୀଚୀନ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

୨୦୧୫ ଏପ୍ରିଲ ୧ରେ ପ୍ରଧାନମନ୍ତ୍ରୀ ରାଉରକେଲା ଆସି ଉକତ୍ଳ ଦିବସ ପାଳନ କରିଥିଲେ। ସେହି ବର୍ଷ ଶ୍ରୀମନ୍ଦିରର ନବକଳେବର ପାଇଁ ୫୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଥିଲା। ମୋଦି ସରକାର ଓଡ଼ିଶାର ସାମାଜିକ ଜୀବନର ୪୯ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ବଦଳରେ ଗାଳିକରିବା ଦୁର୍ଭାଗ୍ୟଜନକ। ଖୋର୍ଦ୍ଧା ଜିଲାର ବରୁଣେଇ ପାଦଦେଶରେ ପାଇକ ବିଦ୍ରୋହର ସ୍ମାରକୀ ପାଇଁ କେନ୍ଦ୍ରର ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀ ବଜେଟରେ ଘୋଷଣା କରିଥିବା ବେଳେ ଏହାର ଏକ ଡାକ ଟିକେଟ ମଧ୍ୟ ପ୍ରଚଳନ କରାଗଲା। ମାତ୍ର ପାଇକ ସ୍ମାରକୀ ନିର୍ମାଣ ପାଇଁ ଆବଶ୍ୟକ ଜମି ପ୍ରଦାନ କେବଳ କାଗଜପତ୍ରରେ ସୀମିତ ରହିଗଲା।

ଅପରପକ୍ଷରେ ଜି-୨୦ ସମ୍ମିଳନୀରେ ଓଡ଼ିଶାର କଳା ଓ ସଂସ୍କୃତିର ପରିଚୟ କୋଣାର୍କ ଚକ୍ର ତଳେ ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରର ନେତାଙ୍କୁ ସ୍ବାଗତ କରିଥିଲେ। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିବା ମୁଖ୍ୟମନ୍ତ୍ରୀଙ୍କୁ ଆଦୌ ଶୋଭାପାଉନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଓଡ଼ିଆ ଲୋକଙ୍କ ଭାବାବେଗ ସହ ଜଡ଼ିତ ଶ୍ରୀମନ୍ଦିରର ରନତ୍ଭଣ୍ଡାର ଚାବି କିଏ ହଜାଇଲା, କୋଭିଡ୍‌ ସମୟରେ ଚକ୍ରାନ୍ତ କରି ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟରେ କିଏ ମହାଷଡ଼ଯନ୍ତ୍ର ରଚିଥିଲା ଓ କିଭଳି ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ ରଥଯାତ୍ରା ଆରମ୍ଭ ହୋଇପାରିଥିଲା ଏ ସମ୍ପର୍କରେ ତର୍ଜମା କରିବା ବଦଳରେ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରି ତାଙ୍କୁ ଦୋଷ ଦେବା ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ବିଜେଡି ସରକାର ଓ ଏହାର ସ୍ବାର୍ଥନ୍ବେଷୀ ସ୍ଥାନୀୟ ନେତୃତ୍ୱଙ୍କ ଯୋଗୁ କୋଷ୍ଟାଲ ହାଇୱେ କାମ ବନ୍ଦ ପଡ଼ିଛି। ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ଖବରଦାତା ସମ୍ମିଳନୀରେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ଡ. ପ୍ରମୋଦ ରଥ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ବରିଷ୍ଠ ନେତା ଗୋବିନ୍ଦ ଅଗ୍ରୱାଲ, ଜିଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?