ରାଜଧାନୀରେ ଅନୁଭୂତ ହେଲା ଶୀତ: ରାତି ତାପମାତ୍ରା ୧୮.୫ ଡିଗ୍ରୀ

ଭୁବନେଶ୍ୱର,୧୦।୧୧:  ରାଜ୍ୟରେ ଧୀରେ ଧୀରେ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ଶୀତର ପ୍ରଭାବ ଅନୁଭୂତ ହେବା ଆରମ୍ଭ ହୋଇଛି। ଭୁବନେଶ୍ୱରରେ ସର୍ବନିମ୍ନ ରାତି ତାପମାତ୍ରା ୧୮.୫ ଡିଗ୍ରୀ ସେଲ୍‌ସିୟସ୍ ରେକର୍ଡ ହୋଇଛି। ଅନ୍ୟପକ୍ଷରେ ଝାରସୁଗୁଡ଼ା ରାଜ୍ୟର ଅନ୍ୟ ସହରଗୁଡ଼ିକ ତୁଳନାରେ ଅଧିକ ଥଣ୍ଡା ରହିଛି। ଏଠାରେ ସର୍ବନିମ୍ନ ରାତି ତାପମାତ୍ରା ୧୪.୫ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ରାଉରକେଲାରେ ୧୫.୭ ଡିଗ୍ରୀ, ହୀରାକୁଦରେ ୧୬ ଡିଗ୍ରୀ, ସମ୍ବଲପୁରରେ ୧୬.୨ ଡିଗ୍ରୀ ଏବଂ କେନ୍ଦୁଝରରେ ୧୬.୬ ଡିଗ୍ରୀ ସେଲ୍‌ସିୟସ୍ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ ହୋଇଛି।

ରାତିରେ ତାପମାତ୍ରା ହ୍ରାସ ପାଇବା ସହ ବିଭିନ୍ନ ସହରରେ ଶୀତର ପ୍ରଭାବ ଅନୁଭୂତ ହେଉଛି। ବିଶେଷକରି ପଶ୍ଚିମ ଓଡ଼ିଶାର କେତେକ ସହରରେ ରାତିରେ ଥଣ୍ଡା ଅଧିକ ଅନୁଭୂତ ହେଉଛି। ଆଗକୁ ତାପମାତ୍ରାରେ କିଭଳି ପରିବର୍ତ୍ତନ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମନର ସ୍ୱାସ୍ଥ୍ୟ ନେଇ ସ୍କୁଲରେ ବଡ଼ …

କେସିଙ୍ଗା, ୧୦।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ବୋରିଆ ପଞ୍ଚାୟତ ହାଇସ୍କୁଲ ପରିସରରେ ମଙ୍ଗଳବାର ମାନସିକ ସ୍ୱାସ୍ଥ୍ୟ ସନ୍ତୁଳନ ଉପରେ ଏକ ସଚେତନତା…

ORS ମନୀଷା ମିଶ୍ର ବରଖାସ୍ତ: ପ୍ରୋବେସନ୍ ଅବଧିରେ ଲାଞ୍ଚନେଇ ପଡ଼ିଲେ ଧରା

ଭୁବନେଶ୍ୱର,୧୦।୧୧: ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଓଡ଼ିଶା ରାଜସ୍ୱ ସେବା (ORS) ଅଧିକାରୀ ମନୀଷା ମିଶ୍ରଙ୍କୁ ରାଜ୍ୟ ସରକାର ଚାକିରିରୁ ବରଖାସ୍ତ କରିଛନ୍ତି। ପ୍ରୋବେସନ୍…

କଳାହାଣ୍ଡିରେ ଶୀତର ଲହରୀ; ୧୫ ଡିଗ୍ରୀ ଛୁଇଁଲା ରାତି ତାପମାତ୍ରା, ଆଗକୁ….

ଭବାନୀପାଟଣା,୧୦।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଶୀତର ଲହରୀ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି । ବିଶେଷ କରି ଜିଲାର ସଦର ମହକୁମା ଭବାନୀପାଟଣା ସହରରେ…

ରାଜ୍ୟ କ୍ୟାବିନେଟ ବୈଠକ: ୧୩ ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର,୯।୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ…

ବିଲରେ ବିଛାଯାଇଥିବା ବିଦ୍ୟୁତ୍‌ ତାର ଲାଗି ଚାଲିଗଲା ଦନ୍ତାହାତୀର ଜୀବନ !

ବାରିପଦା,୯ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ଧରୁନାହିଁ। ବାରିପଦା ବନଖଣ୍ଡ ଅଧୀନ ଡୁକୁରା ସେକ୍ସନର କାରାମଘୁଟୁ ଅଞ୍ଚଳରେ ଏକ ଦନ୍ତାହାତୀର…

ବଢ଼ିଲା ସହାୟତାର ହାତ: ବେଙ୍ଗାଳୁରୁରୁ ଗାଁକୁ ଆସିଲା ଦାଦନ ଶ୍ରମିକଙ୍କ ମୃତଦେହ

ଗୋଲାମୁଣ୍ଡା,୯।୧୧(ବଟକୃଷ୍ଣ ପଣ୍ଡା): ପେଟ ପାଟଣା ପାଇଁ ସୁଦୂର କର୍ଣ୍ଣାଟକର ବେଙ୍ଗାଳୁରୁ ସହରକୁ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲାର ଜଣେ ଯୁବ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି।…

ସ୍କୁଟିକୁ ଧକ୍କା ଦେଲା ଆମ ବସ୍‌: ୩ ମହିଳା ଗୁରୁତର

କେନ୍ଦୁଝର,୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁରଠାରେ ସୋମବାର ଏକ ଆମ ବସ୍‌ ଧକ୍କାରେ ୩ଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳାମାନେ ହେଲେ…

ଭଞ୍ଜନଗରରେ ଜାତୀୟ ଆଇନ ସେବା ଦିବସ ପାଳିତ

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଅପରାହହ୍ନ ସ୍ଥାନୀୟ ବାର୍ ଆସୋସିଏଶନ୍‌ର ଲାଇବ୍ରେରୀ ହଲ୍‌ଠାରେ ଜାତୀୟ ଆଇନ ସେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?