Posted inଖେଳ

ବିନା ଗୋଟିଏ ବଲରେ ରଦ୍ଦ ହେଲା ତୃତୀୟ ODI, ଭାରତର ଐତିହାସିକ ବିଜୟ ସ୍ବପ୍ନରେ ଲାଗିଲା ବ୍ରେକ୍‌! ଜାଣନ୍ତୁ କେବେ ହେବ ପରବର୍ତ୍ତୀ ମ୍ୟାଚ

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ପ୍ରାୟ ୫ ଘଣ୍ଟା ଧରି ପାଗ ଭଲ ହେବାକୁ ମ୍ୟାଚ ଅଧିକାରୀମାନେ ଅପେକ୍ଷା କରିଥିଲେ। କିନ୍ତୁ ଭାରତୀୟ ସମୟ ଅନୁସାରେ ସକାଳ ପ୍ରାୟ ୧୧ଟା ୧୦ ମିନିଟରେ ମ୍ୟାଚ ବାତିଲ ହେବା ନେଇ ଆନୁଷ୍ଠାନିକ ଘୋଷଣା କରାଯାଇଥିଲା। ଟିମ ଇଣ୍ଡିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁର୍ଭାଗ୍ୟବଶତଃ ମ୍ୟାଚର ଗୋଟିଏ ବି ବଲ ବୋଲିଂ ହୋଇପାରିନଥିଲା।

ଭାରତୀୟ ଦଳ ସିରିଜରେ ୨-୦ରେ ଆଗୁଆ ରହିଛି। ଆଜିର ମ୍ୟାଚ ଜିତିଥିଲେ ଭାରତ ୩-୦ରେ ସିରିଜ ନିଜ ନାମରେ କରିପାରିଥାନ୍ତା। ଏହା ହୋଇଥିଲେ ଦୀର୍ଘ ୭ ବର୍ଷ ପରେ ପ୍ରଥମ ଥର ପାଇଁ କୌଣସି ଦଳ ନ୍ୟୁଜିଲାଣ୍ଡକୁ ତା’ର ଘରୋଇ ମାଟିରେ ଦିନିକିଆ ସିରିଜରେ ପରାସ୍ତ କରିବାର ରେକର୍ଡ କରିଥାନ୍ତା। ଏହି ଐତିହାସିକ ସଫଳତା ପାଇଁ ଏବେ ଭାରତୀୟ ଦଳକୁ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ସେଦିନ ମାଉଣ୍ଟ ମାଉଙ୍ଗାନୁଇରେ ଚତୁର୍ଥ ଦିନିକିଆ ଖେଳାଯିବ।

ଭାରତୀୟ ସମୟ ଅନୁସାରେ ସକାଳ ପ୍ରାୟ ୯ଟା ୧୫ ମିନିଟରେ ଟସ ହୋଇଥିଲା। ଟିମ ଇଣ୍ଡିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ଚୟନ କରିଥିଲା। ହେଲେ ଏହାର କିଛି ସମୟ ପରେ ପୁଣି ବର୍ଷା ଆରମ୍ଭ ହୋଇଯାଇଥିଲା। ଫଳରେ ଖେଳ ଆରମ୍ଭ ହୋଇପାରିନଥିଲା। ଶେଷରେ ଭାରତୀୟ ସମୟ ଅନୁସାରେ ସକାଳ ପ୍ରାୟ ୧୧ଟା ୧୫ ମିନିଟରେ ମ୍ୟାଚ ବାତିଲ ହେବା ନେଇ ଘୋଷଣା କରାଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମନର ସ୍ୱାସ୍ଥ୍ୟ ନେଇ ସ୍କୁଲରେ ବଡ଼ …

କେସିଙ୍ଗା, ୧୦।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ବୋରିଆ ପଞ୍ଚାୟତ ହାଇସ୍କୁଲ ପରିସରରେ ମଙ୍ଗଳବାର ମାନସିକ ସ୍ୱାସ୍ଥ୍ୟ ସନ୍ତୁଳନ ଉପରେ ଏକ ସଚେତନତା…

ଗୋବର୍ଦ୍ଧନ ପୂଜା ଅବସରରେ ଗାଈକୁ ଘାସ ଖୁଆଇଲେ ପ୍ରଧାନମନ୍ତ୍ରୀ ମୋଦି, ଫଟୋ ବି ଶେୟାର କଲେ

ନୂଆଦିଲ୍ଲୀ,୧୦।୧୧: ପ୍ରଧାନମନ୍ତ୍ରୀ ମୋଦି ଗୋବର୍ଦ୍ଧନ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ଗାଈକୁ ଘାସ…

ବାଣରୁ ଅଭିନେତାଙ୍କ ଘରେ ଲାଗିଗଲା ନିଆଁ, ଜଳି ପାଉଁଶ ହେଲା….

ମୁମ୍ବାଇ: ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ଅଭିନେତା ଗୁରଫତେହ ପିରଜାଦାଙ୍କ ଘରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ନେଟ୍‌ଫ୍ଲିକ୍ସର ‘ଲଷ୍ଟ ଷ୍ଟୋରିଜ୍‌ ୩’ରେ ଅଭିନୟ କରି…

‘ସାକ୍ଷାତ ସମୟରେ ଆଖି ମିଶାଇ କଥା ହୁଅନ୍ତି ନାହିଁ ମୋଦି’, ପ୍ରଧାନମନ୍ତ୍ରୀଙ୍କୁ ନେଇ ଏମିତି କିଛି କଥା ଉଲ୍ଲେଖ ରହିଛି ସୋନିଆଙ୍କ ପୁସ୍ତକରେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୧: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର କେବେବି କୌଣସି ପ୍ରକୃତ କିମ୍ବା ଗମ୍ଭୀର ଆଲୋଚନା ହୋଇନାହିଁ।…

ଗୌତମ ଗମ୍ଭୀରଙ୍କୁ ଘେରିଲେ ପୂର୍ବତନ କୋଚ: ଉଠାଇଲେ ବଡ଼ ପ୍ରଶ୍ନ, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୦।୧୧:ଭାରତୀୟ ଦିନିକିଆ ଦଳରେ ଯୁବ ବ୍ୟାଟର୍‌ ଯଶସ୍ବୀ ଜୟସ୍ବାଲଙ୍କୁ ନିୟମିତ ସୁଯୋଗ ନ ମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତର ପୂର୍ବତନ ସହକାରୀ କୋଚ ରାୟାନ ଟେନ…

୬ ମାସ ପାଇଁ ଜନଶୂନ୍ୟ ହୋଇଯାଏ ୨ ଗାଁ! ଘରେ ଝୁଲେ ତାଲା, କାରଣ ଜାଣିଲେ….

କାଠମାଣ୍ଡୁ,୧୦।୧୧: ଭାରତର ପଡ଼ୋଶୀ ଦେଶ ନେପାଳରେ ଏମିତି ଦୁଇଟି ଗାଁ ରହିଛି, ଯେଉଁଠି ବର୍ଷର ୬ ମାସ କେହି ରହନ୍ତି ନାହିଁ । ଶୀତ ଋତୁ ଆସିବା…

କଳାମାଟିଆ ଡାକ୍ତରଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ଧାରଣା, ସିଡିଏମ୍‌ଓ କହିଲେ….

ବରୀ,୧୦।୧୧(ମହେନ୍ଦ୍ର ସ୍ୱାଇଁ ): ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ କଳାମାଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇ ସେବା ଯୋଗାଇ ଆସୁଥିଲେ ଆୟୁଷ ଡାକ୍ତର କୈଳାଶ ଚନ୍ଦ୍ର ପତି ।…

କାହିଁକି ଭାରତର ପ୍ରଧାନମନ୍ତ୍ରୀ ହେଲେନି ସୋନିଆ ଗାନ୍ଧୀ? ଏତେ ବର୍ଷ ପରେ ନିଜେ ଖୋଲିଲେ ବଡ଼ ରହସ୍ୟ, କହିଲେ ରାହୁଲ…

ନୂଆଦିଲ୍ଲୀ,୧୦।୧୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ନିଜ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ ଲଭ’ରେ ସେ କାହିଁକି ପ୍ରଧାନମନ୍ତ୍ରୀ ହୋଇନଥିଲେ, ସେନେଇ ବଡ଼ ଖୁଲାସା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?