ଟିଟିପିଏସ୍‌ ବନ୍ଦ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ

ଭୁବନେଶ୍ୱର, ୨୫ା୩(ବ୍ୟୁରୋ):ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌) ବନ୍ଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ଷ୍ଟେଜ୍‌-୩ ପ୍ରକଳ୍ପ ସ୍ଥାପନ କରିବାକୁ ଅନୁମୋଦନ ଦେଇସାରିଥିବାରୁ ତୁରନ୍ତ ଉକ୍ତ କାର୍ଯ୍ୟ ଆରମ୍ଭ ନିମନ୍ତେ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଆର୍‌.କେ. ସିଂଙ୍କୁ ମୁଖ୍ୟମନ୍ତ୍ରୀ ବୁଧବାର ଚିଠି ଲେଖିଛନ୍ତି।
ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଟିଟିପିଏସ୍‌ ହେଉଛି ଦେଶର ସର୍ବପୁରାତନ ତାପଜ ବିଦ୍ୟୁତ୍‌ କେନ୍ଦ୍ର। ୧୯୬୮ରେ ରାଜ୍ୟ ସରକାରଙ୍କ ଦ୍ୱାରା ଏହା ସ୍ଥାପିତ ହୋଇ ଷ୍ଟେଜ୍‌-୧ରେ ୨୪୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରୁଥିଲା। ୧୯୮୨ରେ ଷ୍ଟେଜ୍‌-୨ରେ ୨୨୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଥିଲା। ୧୯୯୫ରେ ଏହାକୁ ଏନ୍‌ଟିପିସି ଅଧିଗ୍ରହଣ କରିଥିଲା। ୨୦୧୦ରେ ଏନ୍‌ଟିପିସି ନିଜର ଉତ୍ପାଦନ କ୍ଷମତା ବଢାଇବାକୁ ଯୋଜନା କରି ଟିଟିପିଏସ୍‌ରେ ୬୬୦ ମେଗାଓ୍ବାଟ୍‌ ଲେଖାଏ ଦୁଇଟି ଷ୍ଟେଜ୍‌-୩ ୟୁନିଟ୍‌ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲା। ସେହିବର୍ଷ ଡିସେମ୍ବରରେ ଗ୍ରୀଡ୍‌କୋ ୬୬୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ କିଣିବାକୁ ଏନ୍‌ଟିପିସି
ସହ ପାଓ୍ବାର ପର୍‌ଚେଜ୍‌ ଏଗ୍ରିମେଣ୍ଟ(ପିପିଏ) କରିଥିଲା। ଏନ୍‌ଟିପିସିର ଉକ୍ତ ଷ୍ଟେଜ୍‌-୩ ସମ୍ପ୍ରସାରଣ ପ୍ରକଳ୍ପକୁ ୨୦୨୦ ଫେବୃୟାରୀରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ଅଥରିଟି ମାଧ୍ୟମରେ ଅନୁମୋଦନ ଦିଆଯାଇଛି। ଏହାସତ୍ତ୍ୱେ ଏନ୍‌ଟିପିସି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରୁନାହିଁ। ମାର୍ଚ୍ଚ ୩୧ ତାରିଖରେ ବନ୍ଦ ହେବାକୁ ଥିବା ଟିଟିପିଏସ୍‌ ହଜାର ହଜାର ପରିବାର ଏବଂ ସ୍ଥାନୀୟ ଆର୍ଥିକ ଅବସ୍ଥା ଉପରେ ଗୁରୁତର ପ୍ରଭାବ ପକାଇବ। ଏନ୍‌ଟିପିସିର ଟିଟିପିଏସ୍‌ ବନ୍ଦ ନିଷ୍ପତ୍ତି ଉଦ୍‌ବେଗଜନକ ଓ ଏ ନେଇ ଏନ୍‌ଟିପିସି ତ୍ୱରିତ ପଦକ୍ଷେପ ନେଉ। ତୁରନ୍ତ ଟିଟିପିଏସ୍‌ ଷ୍ଟେଜ୍‌-୩ ୟୁନିଟ୍‌ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

୨୦୨୭ରେ ମେଷ ରାଶିକୁ ଯିବେ ଶନି: ବର୍ଷ ଆରମ୍ଭରୁ ଆର୍ଥିକ ସମସ୍ୟାରେ ବୁଡିରହିବେ ଏହି ରାଶି, ଏମାନଙ୍କ ଉପରେ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅନୁଶାସନ, କର୍ମ ଓ ନ୍ୟାୟର ଗ୍ରହ ବୋଲି ମନେ କରାଯାଏ। ଅନ୍ୟ ଗ୍ରହଙ୍କ ତୁଳନାରେ ଶନିଙ୍କ ଗତି ଧୀର ହୋଇଥିବାରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?