Posted inଜାତୀୟ

ରାଜନୈତିକ ଚାପକୁ ନେଇ ମୁହଁ ଖୋଲିଲେ ସୁପ୍ରିକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୭।୬: ଦେଶର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ ରାଜନେତିକ ଚାପକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ୨୪ ବର୍ଷ ଧରି ବିଚାରପତି ଭାବେ କାର୍ଯ୍ୟ କରୁଛି, କିନ୍ତୁ କୌଣସି ରାଜନୈତିକ ଚାପରେ କେବେ କାମ କରିନାହାଁନ୍ତି। ଅକ୍ସଫୋର୍ଡ ୟୁନିଅନର ପ୍ରଶ୍ନ-ଉତ୍ତର ସେଶନରେ ସେ ଏହା କହିଛନ୍ତି।
ବିଶେଷକରି ଗତ କିଛି ବର୍ଷ ମଧ୍ୟରେ ନ୍ୟାୟପାଳିକା ଉପରେ କୌଣସି ରାଜନୈତିକ ଚାପ ରହିଆସିଛି କି ବୋଲି ସିଜେ ଚନ୍ଦ୍ରଚୁଡଙ୍କୁ ପଚରାଯାଇଥିଲା। ଏହି ପ୍ରଶ୍ନ ଉପରେ ସିଜେ ଚନ୍ଦ୍ରଚୁଡ କହିଛନ୍ତି, ମୁଁ ୨୪ ବର୍ଷ ଧରି ବିଚାରପତି ଥିଲି। ମୁଁ କଦାପି ସରକାରଙ୍କ କୌଣସି ପ୍ରକାରର ଚାପର ସମ୍ମୁଖୀନ ହୋଇ ନାହିଁ। ଯଦି ଆପଣ ବ୍ୟାପକ ରାଜନୈତିକ ଚାପର ଅର୍ଥ କରନ୍ତି, ତେବେ ଜଣେ ବିଚାରପତି ହୃଦୟଙ୍ଗମ କରିବେ ଯେ ତାଙ୍କ ନିଷ୍ପତ୍ତିର ରାଜନୈତିକ ପ୍ରଭାବ କ’ଣ ହୋଇପାରେ। ତାଙ୍କ ନିଷ୍ପତ୍ତିର ରାଜନୈତିକ ପ୍ରଭାବ ବିଷୟରେ ବିଚାରପତି ସଚେତନ ହେବା ଉଚିତ୍‌।
କୋର୍ଟରେ ବିଚାରାଧୀନ ମାମଲା ସମ୍ପର୍କରେ ଚନ୍ଦ୍ରଚୁଡ କହିଛନ୍ତି, ଭାରତର ଜନସଂଖ୍ୟା ଅନୁଯାୟୀ ଦେଶରେ ବିଚାରପତିଙ୍କ ସଂଖ୍ୟା ବହୁତ କମ ଅଟେ। ଅନ୍ୟ ଦେଶ ତୁଳନାରେ ଏହି ଅନୁପାତ ସର୍ବନିମ୍ନ ହେବ। ଆମର ନ୍ୟାୟପାଳିକା ଅଧିକ ବିଚାରପତି ଆବଶ୍ୟକ କରେ।
ସୋସିଆଲ ମିଡିଆକୁ ଏକ ବଡ ସମସ୍ୟା ବୋଲି ବର୍ଣ୍ଣନା କରି ଚନ୍ଦ୍ରଚୁଡ କହିଛନ୍ତି,ଏଠାରେ ସମସ୍ତେ ସାମ୍ବାଦିକ ଭଳି ଆଚରଣ କରନ୍ତି ଏବଂ ବିଚାରପତିମାନେ ଏହାର ସବୁଠାରୁ ବଡ଼ ଶିକାର ହୋଇଛନ୍ତି। ମୁଁ ଅନେକ ଥର ଏପରି ମନ୍ତବ୍ୟ ଦେଖେ, ଯାହା ମୁଁ କହି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ମିଶନ ପାଇଁ ଆସିବେ ‘ସାଇବର୍ଗ କକ୍‌ରୋଚ୍‌’

ସିଡ୍‌ନୀ,୨୮।୮(ରଏଟର୍ସ): ଭୂକମ୍ପ କିମ୍ବା ବଡ଼ଧରଣର ବିପର୍ଯ୍ୟୟ ସମୟରେ କୋଠାବାଡ଼ି ଓ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆହତ ଲୋକଙ୍କ ପାଖରେ ଜରୁରୀ ଔଷଧ ପହଞ୍ଚାଇବା ପାଇଁ…

ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର…

ବେଲଗାମ୍‌ ଟ୍ରାଫିକ ବ୍ୟବସ୍ଥା, ନାକେଦମ୍‌ ସହରବାସୀ: ସ୍ପିଡ୍‌ ବାଇକର୍‌ଙ୍କ ଯୋଗୁ ଦୁର୍ଘଟଣା ଭୟ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଟ୍ରାଫିକ ସମସ୍ୟା ବେଲଗାମ୍‌ ହୋଇପଡ଼ିଛି। ସହରସ୍ଥିତ ଯେଉଁ ରାସ୍ତା ଓ ଛକକୁ ଦେଖିଲେ ଏହି ସମସ୍ୟା ରହିଛି। ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ…

ଚାଇନାର ‘ମେଡୋଗ ଡ୍ୟାମ୍‌’ ଭାରତ ପାଇଁ ‘ଓ୍ବାଟର ବମ୍

ନୂଆଦିଲ୍ଲୀ,୨୮ା୮: ତିବ୍ବତରେ ପ୍ରବଳ ଭୂସ୍ଖଳନ ଓ ଗ୍ଲେସିଅର୍‌ ଫାଟିବା ଯୋଗୁ ନେପାଳରେ ୨୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ସହ ହଜାରେରୁ ଅଧିକ ନିଖୋଜ ହେବା ଘଟଣା…

ନେପାଳ ବନ୍ୟାର ରହସ୍ୟ ଉପରୁ ହଟିଲା ପରଦା, ଭୂକମ୍ପ ନୁହେଁ ଏହି କାରଣ….

କାଠମାଣ୍ଡୁ,୨୮।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଥମେ ଏହାର କାରଣ ଭୂକମ୍ପ ବୋଲି ଆଶଙ୍କା କରାଯାଇଥିଲା। କିନ୍ତୁ ଉପଲବ୍ଧ ବୈଜ୍ଞାନିକ ତଥ୍ୟ ଅନୁସାରେ, ବନ୍ୟାର ତତ୍କାଳୀନ କାରଣ…

ବର୍ଷାରେ ଧସିଲା ପିଡବ୍ଲ୍ୟୁଡି ରାସ୍ତା: ନିମ୍ନମାନର କାମ, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ଭବାନୀପାଟଣା,୨8ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ବିଭାଗ ରାସ୍ତା କାମରେ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନ…

ଘୂର୍ଣ୍ଣିବଳୟ ସକ୍ରିୟ, ୨୯ରେ ଲଘୁଚାପ: ଏହିସବୁ ଜିଲାରେ ବିଜୁଳି-ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୮ା୮(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏବେ ଉପର ବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୨୯ ତାରିଖ…

ନେପାଳ ବନ୍ୟା; ମୃତ୍ୟୁସଂଖ୍ୟା ୩୯୨କୁ ବୃଦ୍ଧି, ୨୯୦ ଭାରତୀୟ ନିଖୋଜ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୮।୮(ପି.ଟି.): ନେପାଳ-ତିବ୍ବତ ସୀମାନ୍ତରେ ସୃଷ୍ଟ ଆକସ୍ମିକ ବନ୍ୟାରେ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ନୂତନ ତଥ୍ୟ ଅନୁଯାୟୀ ମୋଟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୯୨ରେ ପହଞ୍ଚିଛି, ଯେଉଁଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri