Posted inଫୁରସତ

ବିପଦରେ ୧ ନିୟୁତ ପ୍ରାଣୀ

ବ୍ରସିଲିଆ,୨ା୧: ବାୟୁମଣ୍ଡଳ ପ୍ରଦୂଷଣ ଜୀବଜଗତକୁ ପ୍ରଭାବିତ କରିଛି। ପୃଥିବୀରେ ପଶୁଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। କହିବାକୁ ଗଲେ ବହୁ ଦୁର୍ଲଭ ଜୀବଙ୍କ ବିଲୋପ ଘଟିସାରିଥିବାବେଳେ ଅନେକେ ଏବେ ବିପଦସଙ୍କୁଳ ଅବସ୍ଥାରେ ଅଛନ୍ତି। ମନୁଷ୍ୟକୃତ କାରଣ ପାଇଁ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ପୃଥିବୀରେ ପଶୁଙ୍କ ସଂଖ୍ୟା କମିବାରେ ମଣିଷ ପ୍ରମୁଖ ଭାବେ ଦାୟୀ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଯେତେବେଳେ ଗୋଟିଏ ପ୍ରଜାତିର ଜୀବର ବିଲୋପ ଘଟେ ସେତେବେଳେ ସେମାନଙ୍କ ଗୁଣସୂତ୍ର ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ। ଫଳରେ ସେହିପରି ପ୍ରାଣୀ ଆଉ ଜୀବଜଗତରେ ଦେଖାଯାନ୍ତି ନାହିଁ। ଗତ ୫୦୦ ବର୍ଷ ଭିତରେ ଲକ୍ଷାଧିକ ଦୁର୍ଲଭ ପ୍ରାଣୀ ଓ ଗଛ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।

ଏହାବାଦ୍‌ ମାଛ ଧରିବା ଓ ଶିକାର କରିବା ଦ୍ୱାରା ଅନେକ ପ୍ରଜାତିର ପଶୁ ଆଉ ଧରାପୃଷ୍ଠରେ ଦେଖାଯାଉ ନାହାନ୍ତି। ଇଣ୍ଟରନ୍ୟାଶନାଲ ୟୁନିୟନ୍‌ ଫର୍‌ କନ୍‌ଜରଭେଶନ୍‌ ଅଫ୍‌ ନେଚର ରିପୋର୍ଟ ଅନୁସାରେ ୧୫୦୦ ମସିହାରୁ ବିଶ୍ୱରେ ୮୮୧ ପ୍ରଜାତିର ପ୍ରାଣୀ ବିଲୁପ୍ତ ହୋଇସାରିଛନ୍ତି। ପାଖାପାଖି ୫ ଦେଶକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଗତ ୩୦ରୁ ୪୦ ବର୍ଷ ମଧ୍ୟରେ ବିଶ୍ୱରେ ୧୦୦ ପ୍ରକାର ପ୍ରଜାତି ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୋଇଯାଇଛନ୍ତି। ୧୬୬୨ରୁ ବିରଳ ପ୍ରଜାତିର ପକ୍ଷୀ ଡୋଡୋ ବିଲୁପ୍ତ ହୋଇଯାଇଥିବାବେଳେ ପିଣ୍ଟା ଦ୍ୱୀପରେ ଏହା ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସମୟରେ ପଶୁଙ୍କ ବିଲୋପ ହେବାର ମାତ୍ରା କ୍ରମାଗତ ବଢ଼ିବାରେ ଲାଗିଛି। ୧୦ ନିୟୁତ ବର୍ଷ ତୁଳନାରେ ଏବେ ବହୁ ପ୍ରଜାତିର ପ୍ରାଣୀ ବିନାଶ ହେଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri