ବଢୁଛି ଅନ୍‌ଲକ୍‌ ସମ୍ଭାବନା

ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ରାଜ୍ୟରେ ତଳମୁହାଁ ହେଉଛି କରୋନା ସଂକ୍ରମଣ। ଅନେକ ଜିଲାରେ ସଂକ୍ରମଣ ହାର କମ୍‌ ରହୁଥିବାରୁ ଆସନ୍ତା ୧୭ତାରିଖ ସକାଳ ୫ଟାରେ ଲକ୍‌ଡାଉନ ଶେଷ ହେବା ପରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି କୁହାଯାଉଛି। ଯେଉଁ ଜିଲାରେ ସଂକ୍ରମଣ ହାର କମୁଛି, ସେଠାରେ ପର୍ଯ୍ୟାୟକ୍ରମେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସରକାର ଚିନ୍ତା କରୁଥିବା ନିକଟରେ ମୁଖ୍ୟମନ୍ତ୍ରୀ ମଧ୍ୟ କହିଥିଲେ। ତେଣୁ ସଂକ୍ରମଣ ହାର ଖସୁଥିବାରୁ ଲକ୍‌ଡାଉନ୍‌ ହଟିଯିବ ବୋଲି ଆଶା କରାଯାଉଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ହାର ୫% ତଳେ ରହୁଥିବାରୁ ସେସବୁ ସ୍ଥାନରେ ଅନ୍‌ଲକ୍‌ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ସେପଟେ ରାଜ୍ୟରେ ଏବେ ସକ୍ରିୟ ରୋଗୀଙ୍କ ସଂଖା ମଧ୍ୟ କମିବାରେ ଲାଗିଛି ଏବଂ ରେଡ୍‌ ଜୋନ୍‌ରେ ଥିବା ଅନେକ ଜିଲା ୟେଲୋ ଓ ଗ୍ରୀନ୍‌ ଜୋନ୍‌କୁ ଆସିଲାଣି। ଏବେ ସକ୍ରିୟ ରୋଗୀ ସଂଖ୍ୟାରେ ୯ଟି ଜିଲା ରେଡ୍‌ ଜୋନ୍‌ରେ ରହିଛି। ଅନ୍‌ଲକ୍‌ ପ୍ରକ୍ରିୟା ସମ୍ପର୍କରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଗ୍ରାଫ୍‌ ତଳ ମୁହଁା ହୋଇଛି। ଏଭଳି ସ୍ଥଳେ ଧୀରେ ଧୀରେ ଅନ୍‌ଲକ୍‌ ଆମ ପାଇଁ ଭଲ। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଏହି ପନ୍ଥା ଅବଲମ୍ବନ କରିଛନ୍ତି। ଅନ୍‌ଲକ୍‌ ବେଳେ କିଛି କଟକଣା କୋହଳ ହେବ ଓ କିଛି କଟକଣା ପୂର୍ବପରି ବଳବତ୍ତର ରହିପାରେ। ସବୁ ଦିଗରୁ ସରକାର ବିଚାରବିମର୍ଶ କରି ନିଷ୍ପତ୍ତି ନେଉଛନ୍ତି। ତେଣୁ ଲୋକମାନେ ଯଦି ଏହାର ଠିକ୍‌ ବ୍ୟବହାର ନ କରିବେ ତେବେ ପୁଣି ଥରେ ଖରାପ ପ୍ରଭାବ ପଡ଼ିପାରେ ବୋଲି ସେ କହିଛନ୍ତି। ତେବେ ଅନ୍‌ଲକ୍‌ ପ୍ରକ୍ରୟା ପାଇଁ ଜିଲାଗୁଡ଼ିକୁ ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି। ୧୭ ତାରିଖ ପରେ କ’ଣ ହେବ ସେନେଇ ଖୁବଶୀଘ୍ର ବୈଠକ ଡକାଯାଇ ନିଷ୍ପତ୍ତି ନିଆଯିବ। ୧୦ପ୍ରତିଶତରୁ ଅଧିକ ସଂକ୍ରମଣ ହାର ଥିବା ଜିଲାଗୁଡ଼ିକରେ କଟକଣା ବଳବତ୍ତର ରହିବ। ତେବେ ଯେଉଁଠି ସଂକ୍ରମଣ ହାର ୫ପ୍ରତିଶତ ତଳେ ରହୁଛି ସେହି ଜିଲାରେ କିଛି କଟକଣା କୋହଳ ହୋଇପାରେ। କିନ୍ତୁ ଶେଷ ନିଷ୍ପତ୍ତି ସରକାର ହିଁ ନେବେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। କଟକ, ଅନୁଗୋଳ, ପୁରୀ, ଖୋର୍ଦ୍ଧା, ଯାଜପୁର ଭଳି କିଛି ଜିଲାରେ ଏବେ ସଂକ୍ରମଣ ଅଧିକ ରହୁଛି। ମାତ୍ର ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ହାର କମୁଛି। ଯେଉଁ ଜିଲାରେ ସଂକ୍ରମଣ ଅଧିକ ରହୁଛି, ସେଠାରେ ସ୍ପେଶାଲ ଷ୍ଟ୍ରାଟେଜି କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଅପରପକ୍ଷରେ ରାଜ୍ୟରେ ସଂକ୍ରମଣ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢୁଥିବା ପ୍ରସଙ୍ଗରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ପୂର୍ବରୁ ବହୁ ଆକ୍ରାନ୍ତ ଗୁରୁତର ଥିଲେ ଓ ବର୍ତ୍ତମାନ ବି କିଛି ଲୋକ ଗୁରୁତର ଥିବା ଯୋଗୁ ମୃତ୍ୟୁ ସଂଖ୍ୟା ବଢୁଛି। ଏବେ ରାଜ୍ୟରେ ୬୨ ପ୍ରତିଶତ ରୋଗୀ ଆଇସିୟୁ ଓ ୬୨ରୁ ୬୩ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି ବୋଲି ମହାପାତ୍ର ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ସଂକ୍ରମଣ ହାର ୮ପ୍ରତିଶତ ତଳକୁ ଖସିଥିଲେ ମଧ୍ୟ ଏବେ ବି ୭ଜିଲାରେ ସଂକ୍ରମଣ ହାର ୧୦ପ୍ରତିଶତ ଉପରେ ରହିଛି। ସେଥି ମଧ୍ୟରେ ଯାଜପୁର ୧୯.୪୮ % ଥିବାବେଳେ ପୁରୀ ୧୪.୩୫, କେନ୍ଦ୍ରାପଡ଼ା ୧୨.୫୯, ଖୋର୍ଦ୍ଧା ୧୧.୫୧, କଟକ ୧୧.୩୧, ଜଗତ୍‌ସିଂହପୁର ୧୦.୭୫ ଓ ଭଦ୍ରକ ୧୦.୬୧ ପ୍ରତିଶତ ସଂକ୍ରମଣ ହାର ରହିଛି। ତେବେ ୧୧ଟି ଜିଲାରେ ସଂକ୍ରମଣ ହାର ୫ପ୍ରତିଶତରୁ କମ୍‌ ରହିଛି। ତେଣୁ ଏହି ଜିଲାଗୁଡ଼ିକରେ କଟକଣା କୋହଳ ହେବା ସମ୍ଭାବନା ରହିଛି। ତେବେ ଯେଉଁ ଜିଲାଗୁଡ଼ିକରେ ସଂକ୍ରମଣ ହାର ଅଧିକ ରହିଛି ସେସବୁ ସ୍ଥାନରେ ଦିନ ସମୟରେ ସାମାନ୍ୟ କୋହଳ ଏବଂ ରାତ୍ରି କର୍ଫ୍ୟୁ ଜାରି ରଖିବା ପାଇଁ ସରକାର ଯୋଜନା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?