ଯୁକ୍ତ୨ ପରୀକ୍ଷା ବାତିଲ ସମ୍ଭାବନା ବଢୁଛି, ଆଜି ନିଷ୍ପତ୍ତି

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ ଜରୁରୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ସମୀର ରଞ୍ଜାନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ସଚିବ, ସିଏଚଏସଇ ଅଧ୍ୟକ୍ଷ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଗକୁ ଯୁକ୍ତ୨ ପରୀକ୍ଷା ହେବା ଉପରେ ଆଲୋଚନା କରିଛନ୍ତି। ମିଳିଥିବା ସୂଚନା ମୁତାବକ, ବିଭାଗୀୟ ଅଧିକାରୀମାନେ ଯୁକ୍ତ ୨ର ବାକିଥିବା ପରୀକ୍ଷା ସବୁ ବନ୍ଦ କରିଦେବା ନେଇ ନିଜ ମତ ରଖିଛନ୍ତି। ଅନ୍ୟ କେତେଗୁଡିଏ ରାଜ୍ୟ କୋଭିଡ-୧୯ ଯୋଗୁ ଯୁକ୍ତ ୨ ପରୀକ୍ଷା ବାତିଲ କରିଦେଇଛନ୍ତି। ରାଜ୍ୟ ସରକାର ବିଭିନ୍ନ ଉପାୟରେ ପରୀକ୍ଷା କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ସବୁ ପ୍ରକାର ନିୟମ ମାନି ପରୀକ୍ଷା କରାଇବା ସମ୍ଭବପର ନୁହେଁ ବୋଲି ମତ ରଖିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହମତି ପାଇଁ ଫାଇଲ ପଠାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏନେଇ ମଙ୍ଗଳବାର ଘୋଷଣା କରାଯିବ ବୋଲି ସୂତ୍ରରୁ ଜଣାପଡିଛି।


All Right Reserved By Dharitri.Com

ଭୁବନେଶ୍ୱରରେ ଗଡ଼ିଲା ସବୁ ଓଲା, ଉବର

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଭୁବନେଶ୍ୱରରେ ରବିବାରଠାରୁ କ୍ୟାବ୍‌ ସେବା ପ୍ରଦାନକାରୀ ସଂସ୍ଥା ଓଲା, ଉବରରେ ପଞ୍ଜୀକୃତ ଯାନବାହନ ଚଳାଚଳ ଆରମ୍ଭ କରିଛି। ଏଥିପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି।...

ରାବଣ ପୋଡ଼ି ପାଇଁ ପ୍ରସ୍ତୁତ ରାଜଧାନୀ

ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ବିଜୟା ଦଶମୀରେ ପାପ, ଅହଙ୍କାର, ଅସତ୍ୟର ପ୍ରତୀକ ସ୍ବରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯିବ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ...

ବିଜେଡି ସଭାପତି ପଦ: ନାମାଙ୍କନପତ୍ର ଦାଖଲ କଲେ ନବୀନ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ବିଜେଡି ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ରବିବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାଜଧାନୀସ୍ଥିତ ଦଳୀୟ କାର୍ଯ୍ୟାଳୟକୁ ଆସି ମୁଖ୍ୟମନ୍ତ୍ରୀ ନାମାଙ୍କନ...

ପିଏଚ୍‌ଡି ମୁଖ୍ୟ ପାଇପ୍‌ ଲାଇନ୍‌ରେ ଫାଟ : ପାନୀୟ ଜଳରେ ମିଶୁଛି ଦୂଷିତ ପାଣି

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ରସୁଲଗଡ ଛକ ଦେଇଯାଇଛି ପିଏଚଡିର ମୁଖ୍ୟ ପାନୀୟ ଜଳ ପାଇପ ଲାଇନ। କୁଆଖାଇ ନଦୀରୁ ଉକ୍ତ ସର୍ଭିସ ପାଣି ପାଇପ ଲାଇନ ଆସିଛି। ଯାହାକି...

୩ ଦିନରେ ଧରାହେଲେଣି ୧୫୪ ଦଲାଲ: ହସ୍ପିଟାଲରୁ ୭୫ ଓ ଆର୍‌ଟିଓରୁ ୭୯

ଭୁବନେଶ୍ୱର,୨୯।୯(ବ୍ୟୁରୋ): ସ୍ବଚ୍ଛତା ଓ ଲୋକଙ୍କୁ ଶୋଷଣରୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଦଲାଲ ଧରା ଅଭିଯାନକୁ ଜୋର୍‌ଦାର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ...

ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ବିରୋଧୀ କହିଲେ ଲୋକଦେଖାଣିଆ

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ରାଜ୍ୟ ସରକାର ଦୁର୍ନୀତି ଅଭିଯୋଗରେ ଶୁକ୍ରବାର ୪ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଜଣଙ୍କୁ ବରଖାସ୍ତ କରିଥିଲେ। ନିକଟରେ ସରକାର ଅନେକ...

କ୍ୟାବିନେଟ୍‌ରୁ ଶଶିଭୂଷଣ, ବଦ୍ରି, ଉଷା, ପ୍ରଫୁଲ୍ଲ ସାମଲ ବାଦ୍‌

ଭୁବନେଶ୍ୱର,୨୯।୫(ବ୍ୟୁରୋ): ବିଜେଡି ବିଧାୟକ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହ ୧୧ କ୍ୟାବିନେଟ୍‌...

ଆଜି କାର୍ତ୍ତିକ ପୂର୍ଣ୍ଣିମା

ପୁରୀ ଅଫିସ, ୧୨ା୧୧: ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ ଓ ବୋଇତ ବନ୍ଦାଣ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *