ପୁରୁଣା ଫାଇଲ ଖୋଲିବ ସିବିଆଇ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟଅଭିଯୁକ୍ତ ବିବେକାନନ୍ଦ ବିଶ୍ୱାଳ ଓରଫ ବିବନ(ଭିକେ)ଙ୍କୁ ଦୀର୍ଘ ୨୨ବର୍ଷ ପରେ କମିଶନରେଟ୍‌ ପୋଲିସ ସୋମବାର ଗିରଫ କରିଛି। ଯେହେତୁ ଉକ୍ତ ମାମଲାର ତଦନ୍ତ ସିବିଆଇ କରୁଥିଲା, ତେଣୁ କମିଶନରେଟ୍‌ ପୋଲିସ ବିବନଙ୍କୁ ସିବିଆଇ ସ୍ବତନ୍ତ୍ର ଅଦାଲତରେ ହାଜର କରିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଥିବାରୁ ସିବିଆଇ ଏବେ ଏହି ମାମଲାର ପୁରୁଣା ଫାଇଲ ଖୋଲିବାକୁ ତତ୍ପର ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଏନେଇ ସିବିଆଇ ଅଧିକାରୀ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଭେଟି ଆଲୋଚନା କରିଛନ୍ତି। ମଙ୍ଗଳବାର ସିବିଆଇର ଏକ ୨ ଜଣିଆ ଟିମ୍‌(ଜଣେ ଅଧିକାରୀ ଓ ଜଣେ ଓକିଲ) କମିଶନରଙ୍କୁ ଭେଟିଛନ୍ତି। ବିବନଙ୍କ ଗିରଫଦାରି ଓ ଅପରେଶନ ସାଇଲେଣ୍ଟ ଭାଇପର ପ୍ରସଙ୍ଗରେ ସମସ୍ତ ତଥ୍ୟ ନେଇଛନ୍ତି। ଏଥିସହିତ ବିବନଙ୍କୁ କେବେ ରିମାଣ୍ଡରେ ନେବାକୁ ଆବେଦନ କରାଯିବ ସେନେଇ ବୁଧବାର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ତେବେ ଯେ କୌଣସି ସମୟରେ ତଦନ୍ତରେ ପୋଲିସ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଥିବା କମିଶନର ଷଡ଼ଙ୍ଗୀ ସିବିଆଇକୁ କହିଛନ୍ତି।
ଅନ୍ୟପକ୍ଷେ ଘଟଣା ପରେ ବିବନ କ୍ରାଇମ୍‌ବ୍ରାଞ୍ଚକୁ ଚକମା ଦେଇ ଖସିଯିବା ଓ ୨୨ବର୍ଷ ଧରି ସିବିଆଇ ଆଖିରେ ଧୂଳିଦେଇ ସାଧାରଣ ଲୋକଙ୍କ ଭଳି ବଞ୍ଚିବା ସହଜ କଥା ନୁହେଁ ବୋଲି ଅଞ୍ଜନା କହିଛନ୍ତି। ବିବନଙ୍କୁ ଫେରାର କରିବା ପଛରେ ଅନ୍ୟମାନଙ୍କ ହାତ ରହିଛି। ଫେରାର ହେବାରେ ତାଙ୍କୁ କିଏ ସାହାଯ୍ୟ କରିଥିଲେ ସେ ନେଇ ତଦନ୍ତ ହେବା ଦରକାର। ପ୍ରତିଶୋଧ ନେବା ପାଇଁ ତାଙ୍କୁ ଷଡ଼ଯନ୍ତ୍ରମୂଳକ ବଳାତ୍କାର କରାଯାଇଥିଲା। ବଳାତ୍କାର ସମୟରେ ବଳାତ୍କାରୀମାନେ ସେମାନଙ୍କ ନାଁ ନେଉଥିଲେ ବୋଲି ଅଞ୍ଜନା କହିଛନ୍ତି। ଏମିତିକି ପରବର୍ତ୍ତୀ ସମୟରେ ପାଟି ଚୁପ କରି ବସିବା ପାଇଁ ଧମକ୍‌ ମିଳିବା ସହ ତାଙ୍କ ଉପରକୁ ପଥର ମାଡ଼ ହେଉଥିଲା ବୋଲି ଅଞ୍ଜନା କହିଛନ୍ତି। ସିବିଆଇ ସେମାନଙ୍କୁ ଧରିବା ପାଇଁ ତଦନ୍ତ କରିବା ପରିବର୍ତ୍ତେ ଚୁପ ହୋଇ ବସିପଡ଼ିଥିଲା। ଏବେ ମୁଖ୍ୟ ଅଭିଯୁକ୍ତ ବିବନ ହାତରେ ଲାଗିବା ପରେ ସିବିଆଇ ଷଡ଼ଯନ୍ତ୍ରକାରୀଙ୍କ ବାବଦରେ ଅଧିକ ତଦନ୍ତ କରି ତାଙ୍କ ନାମ ବାହାରକୁ ଆଣୁ ବୋଲି ଅଞ୍ଜନା ଦାବି କରିଛନ୍ତି।
ସୂଚନା ଅନୁଯାୟୀ,ଅଞ୍ଜନା ଗଣବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ଧରିବା ପାଇଁ କମିଶନରଙ୍କ ତତ୍ତ୍ୱାବଧାନରେ ଏକ ୪ଜଣିଆଟିମ୍‌ ଗଠନ କରାଯାଇଥିଲା। ୩ମାସ ତଳେ ଅପରେଶନ ‘ସାଇଲେଣ୍ଟ ଭାଇପର’ କରାଯାଇ ତଦନ୍ତ ସମୟରେ ବିବନ ମହାରାଷ୍ଟ୍ର ପୁଣେସ୍ଥିତ ଆମ୍ବିଭ୍ୟାଲିରେ ନାମ ପରିବର୍ତ୍ତନ କରି ରହୁଥିବା ଜାଣିବାକୁ ମିଳିଥିଲା। ବିବନ ସେଠାରେ ଜଳନ୍ଧର ନାମରେ ରହିବା ସହ ଏହି ନାମରେ ସ୍ଥାୟୀ ଚାକିରି, ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲିଥିଲେ। ଏହା ପରେ କମିଶନରେଟ୍‌ ପୋଲିସର ଏକ ଟିମ୍‌ ସେଠାକୁ ଯାଇ ବିବନଙ୍କୁ କାବୁ କରି ଓଡ଼ିଶା ଆଣିଥିଲା। ପରେ ତାଙ୍କୁ ଗିରଫ କରାଯାଇ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରୁ ବାଘ ଛାଲ ଜବତ

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରୁ ୨ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏନେଇ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଫିରିଙ୍ଗିଆ…

ଶିକ୍ଷାବିତ୍‌ ବିମଳ ଷଡ଼ଙ୍ଗୀଙ୍କ ପରଲୋକ

ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?