ଗୋରୁ ଖାଉଛନ୍ତି ମୋ ଛତୁଆ

ଭୋଗରାଇ, ୧୩ା୩(ଡି.ଏନ.ଏ.): ରାଜ୍ୟ ସରକାର ଶିଶୁ, ପ୍ରସୂତି ଓ ଗର୍ଭବତୀଙ୍କ ସୁସ୍ବାସ୍ଥ୍ୟ ପାଇଁ ପୁଷ୍ଟିଯୁକ୍ତ ଖାଦ୍ୟ ଛତୁଆ, ଲଡ଼ୁ ଓ ସୁଜି ଆଦି ସୁଷମ ଖାଦ୍ୟସାମଗ୍ରୀ ବିନା ଶୁଳ୍କରେ ସମନ୍ବିତ ଶିଶୁ ମହିଳା ବିକାଶ ବିଭାଗକୁ ସୁଚାରୁ ରୂପେ ବଣ୍ଟନ ଦାୟିତ୍ୱ ଦେଇଛନ୍ତି। ଉକ୍ତ ଖାଦ୍ୟ ସାମଗ୍ରୀ ଅଙ୍ଗନଓ୍ବାଡ଼ି ଦ୍ୱାରା ବଣ୍ଟାଯାଉଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ବ୍ଲକରେ ବଣ୍ଟାଯାଉଥିବା ମୋ ଛତୁଆ ସହ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ମଣିଷ ପାଇଁ ଉର୍ଦ୍ଦିଷ୍ଟ ଏହି ନିମ୍ନମାନର ଖାଦ୍ୟ ଏବେ ମଣିଷ ତୁଣ୍ଡକୁ ନ ଯାଇ ଗୋବାଦୀ ପଶୁଙ୍କ ଖାଦ୍ୟରେ ପରିଣତ ହୋଇଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।
ବ୍ଲକରେ ମୋଟ ୫୪୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ଏଥିମଧ୍ୟରୁ ଦକ୍ଷିଣ ଭୋଗରାଇ ୩୨ ପଞ୍ଚାୟତର ୩୭୧ଟି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଦୁଇଟି ସ୍ବୟଂ ସହାୟକ ଗୋଷ୍ଠୀ ଛତୁଆ ଓ ଖାଦ୍ୟ ବଣ୍ଟନ କରୁଥିବା ବେଳେ ଉତ୍ତର ଭୋଗରାଇ ୧୮ଟି ପଞ୍ଚାୟତରେ ୧୭୧ଟି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଅନ୍ୟ ଏକ ସ୍ବୟଂ ସହାୟକ ଗୋଷ୍ଠୀ ନିମ୍ନମାନର ଛତୁଆ ଯୋଗାଉଥିବା ଅଭିଯୋଗ ହୋଇଛି। ଉତ୍ତର ଭୋଗରାଇ ଏହି ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନିମ୍ନମାନର ମୋ ଛତୁଆ, ଲଡ଼ୁ, ସୁଜି ପ୍ୟାକେଟ ବଣ୍ଟନ କରାଯାଉଥିବା ବେଳେ ପ୍ୟାକେଟଗୁଡିକ ନିର୍ଦ୍ଧାରିତ ଓଜନଠାରୁ କମ୍‌ ଦେଉଥିବାରୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ଅସନ୍ତୋଷ ପ୍ରକାଶ ପାଇଛି। ମୋ ଛତୁଆ ପାଇଁ ପ୍ରସ୍ତୁତ ହେଉଥିବା ସାଲୁବାଲୁ ପୋକା ଗହମ, ବୁଟ ଓ ବାଦାମ ମିଶ୍ରିତ ଛତୁଆକୁ ପ୍ୟାକେଟ କରି ଅଙ୍ଗନଓ୍ବାଡି ମାଧ୍ୟମରେ ବଣ୍ଟନ କରାଯାଉଥିବାରୁ ହିତାଧିକାରୀମାନେ ଏହି ଛତୁଆ ଖାଇ ନ ପାରି ଦୋକାନରେ ଗୋଖାଦ୍ୟ ପାଇଁ ୧୦ରୁ ୨୦ଟଙ୍କାରେ ବିକ୍ରି କରି ଦେଉଛନ୍ତି। ଯେଉଁ ଗରିବ ହିତାଧିକାରୀମାନେ ପେଟଜ୍ୱାଳାରେ ଏହି ଛତୁଆ ଖାଉଛନ୍ତି ସେମାନେ ପେଟଜନିତ ରୋଗରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଦୌଡୁଛନ୍ତି। ପ୍ରତି ଛତୁଆ ପ୍ୟାକେଟରେ ୪ କେଜି ୯ ଶହ ଗ୍ରାମ ଓଜନ ହିତାଧିକାରୀଙ୍କୁ ବଣ୍ଟନ ନିମନ୍ତେ ନିର୍ଦ୍ଦେଶ ଥିବା ବେଳେ ପ୍ୟାକେଟରେ ୯ ଶହ ଗ୍ରାମ କମ୍‌ ଥାଇ ବଣ୍ଟାଯାଉଛି। ଉକ୍ତ ଯୋଗାଣକାରୀ ସଂସ୍ଥା ନିର୍ଦ୍ଧାରିତ ସମୟରେ ବଣ୍ଟନ ନ କରି ଚତୁରତାର ସହ ମାସ ମାସ ବ୍ୟବଧାନରେ ଛତୁଆ ବଣ୍ଟନ କରୁଥିବାରୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହେଉଥିବା ସଙ୍ଗୀନ ଅଭିଯୋଗ ହୋଇଛି। ଛତୁଆ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ପାଇଁ ବ୍ଲକ, ଜିଲା ଓ ରାଜ୍ୟସ୍ତରୀୟ ଲାବୋରୋଟୋରିକୁ ଉନ୍ନତମାନର ଛତୁଆ ପଠାଯାଉଥିବା ବେଳେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଅତି ନିମ୍ନମାନର ଛତୁଆ ବଣ୍ଟନ ହେଉଛି। ଏପରିକି ଅଙ୍ଗନଓ୍ବାଡି଼କୁ ଦିଆଯାଉଥିବା ୫୦ କେଜି ଚାଉଳ ବସ୍ତାରେ ୫ କେଜି ଚାଉଳ କମ୍‌ ହେଉଥିବାରୁ ଶିଶୁମାନଙ୍କର ଖାଦ୍ୟ ନିଅଣ୍ଟ ପଡୁଛି। ଏହି ଯୋଗାଣକାରୀ ସଂସ୍ଥା ମୁଖ୍ୟଙ୍କ ବିରୋଧରେ ବାରମ୍ବାର ଉଚ୍ଚ ପଦାଧିକାରୀଙ୍କଠାରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପ୍ରତିକାର କରାଯାଇନାହିଁ। ଛତୁଆ ଯୋଗାଣକାରୀ ସଂସ୍ଥା ସହିତ ବିଭାଗୀୟ ଅଧିକାରୀ ଓ ନେତାଙ୍କ ଭିତିରି ବୁଝାମଣା ଯୋଗୁ ଦୁର୍ନୀତିରେ ସମ୍ପୃକ୍ତି ଥିବା ସଂସ୍ଥାର ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଦାରୁହା ଗ୍ରାମର କୁନ୍ତଳ ଭଞ୍ଜ, ରାଜୁ ସିଂ, ଉତ୍ତମ ଭଞ୍ଜ, କାଟିସାହି ଗ୍ରାମର ବ୍ରଜ ବିହାରୀ ମହାନ୍ତି ପ୍ରମୁଖ ଅଭିଯୋଗ କରିଛନ୍ତି। ଏହି ଘଟଣାରେ କମର୍ଦ୍ଦା ସିଡିପିଓ ପୁଷ୍ପଲତା ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri