ଅର୍ଥକାରୀ ଫସଲ ଆଖୁଚାଷ ତଳମୁହାଁ

କେନ୍ଦ୍ରାପଡ଼ା ଅଫିସ, ୧୪ା୨: କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ତେବେ ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ ଦୀର୍ଘଦିନ ଧରି ହେଉନାହିଁ। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ହେଉଥିବା ଆଖୁଚାଷ ଚଳିତବର୍ଷ ୧ ହଜାର ହେକ୍ଟରକୁ ଛୁଇଁପାରିନାହିଁ। ସେହିପରି ଝୋଟ ପାଇଁ ପ୍ରସିଦ୍ଧିଲାଭ କରିଥିବା ଗବେଷଣା କେନ୍ଦ୍ର ଏବେ ଅକାମୀ ହୋଇଛି। ହରଡ଼, ସୂର୍ଯ୍ୟମୁଖୀଠାରୁ ଆରମ୍ଭ କରି ବହୁ ଅର୍ଥକରୀ ଫସଲ ଉପତ୍ାଦନ, ବିକ୍ରି ପାଇଁ ଜଳ ପରିଚାଳନା ଓ ମଣ୍ଡିର ଅଭାବ ଦେଖାଦେଇଛି। ଉନ୍ନତ ଜ୍ଞାନ କୌଶଳ ପ୍ରଦାନ ସହିତ ଉପାନ୍ତ ଅଞ୍ଚଳରେ ଥିବା ନଦୀଗୁଡ଼ିକ ସଂଯୋଗୀକରଣ ପାଇଁ ଏକ ବୃହତ୍‌ କେନାଲର ଆବଶ୍ୟକତା ଥିବା ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ପଟ୍ଟାମୁଣ୍ଡାଇର ଆଖୁଚାଷୀ ଅକ୍ଷୟ ବେହେରା କହିଛନ୍ତି, ଜିଲାର ଗରଦପୁର, ମାର୍ଶାଘାଇ, ଡେରାବିଶ, ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ବ୍ଲକ ଅଞ୍ଚଳର ଚାଷୀ ୧୦ ବର୍ଷ ପୂର୍ବେ ଆଖୁଚାଷକୁ ପ୍ରାଧାନ୍ୟ ଦେଇଥିଲେ। ତତ୍କାଳୀନ ସମୟରେ ୧୫ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଅଞ୍ଚଳରେ ଆଖୁଚାଷ ହେଉଥିଲା। ନିକଟସ୍ଥ କୃଷ୍ଣଦାସପୁରରେ ଏକ ଆଖୁ ମିଲ୍‌ ଥିଲା। ଏହି ମିଲ୍‌ ବନ୍ଦ ହେବା ସହିତ କ୍ଷେତକୁ ଜଳ ପରିଚାଳନା ନ ହେବାରୁ ଚାଷ ନଷ୍ଟ ହେଉଛି। ବୃହତ୍‌ ବଜାର ଅଭାବରୁ ପର୍ବପର୍ବାଣି ପାଇଁ ମାତ୍ର ହଜାର ହେକ୍ଟର ଅଞ୍ଚଳରେ ଏବେ ଚାଷ ହେଉଛି। କେନ୍ଦ୍ରାପଡ଼ା ବ୍ଲକ କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡ଼ା କହିଛନ୍ତି, ଜିଲାରେ ଚାଷ କରି ସାମ୍ପ୍ରତିକ ସମୟରେ ପରିବାର ପ୍ରତିପୋଷଣ କରିବା ବଡ଼ କଷ୍ଟକର। ୧୫ ଏକର ଜମିରେ ହରଡ଼ ଓ ସୂର୍ଯ୍ୟମୁଖୀ ଚାଷ ହେଉଥିବା ବେଳେ ଚଳିତ ବର୍ଷ ମଜୁରି ମୂଲ୍ୟ, ଜଳ ଯୋଗାଣ ଆଦି ଅସୁବିଧା ସୃଷ୍ଟି ହେବାରୁ କ୍ଷେତ ପଡ଼ିଆ ରହିବ। ବଜାରରେ ଉପଯୁକ୍ତ ମୂଲ୍ୟ ନ ମିଳିବାରୁ ବାଧ୍ୟ ହୋଇ ଦୁଇପୁଅ କର୍ମନିଯୁକ୍ତି ପାଇଁ ସୁରଟକୁ ଯାଇଛନ୍ତି। କୃଷକ ନେତା ଦୁର୍ଯ୍ୟୋଧନ ସାହୁ କହିଛନ୍ତି, କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ସ୍ଲୋଗାନ ଓ ରାଜ୍ୟ ସରକାରଙ୍କ କେନ୍ଦ୍ରାପଡ଼ା ଜିଲାର କୃଷି ପ୍ରତି ବିଶେଷ ଧ୍ୟାନ ଦେବା ପ୍ରତିଶ୍ରୁତି ଏଠାରେ କାର୍ଯ୍ୟକାରୀ ହେଉନାହିଁ। ଦୀର୍ଘ ୨୫ ବର୍ଷ ଧରି ଜଳସେଚନ ପାଇଁ କେନାଲ ଖନନ ହୋଇ ନ ଥିବା ବେଳେ ଖରିଫ ଧାନ ଚାଷ ସମୟରେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଛି। ରାଜ୍ୟରେ ପ୍ରତିବର୍ଷ ୨.୨୧ ଲକ୍ଷ ମେଟ୍ରିକ ଟନ ଚିନିର ଆବଶ୍ୟକତା ଅଛି। ଏଥିପାଇଁ ଆଖୁଚାଷକୁ ପ୍ରୋତ୍ସାହନ ମିଳିବା କଥା। ଜିଲାରେ ଏହି ଚାଷ ଏବେ ତଳମୁହାଁ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚିନିକଳକୁ ବନ୍ଦ କରାଯାଉଛି। ଉପଯୁକ୍ତ ବଜାର ମଣ୍ଡି ନ ହେଲେ ଚାଷୀ କ୍ଷତି ସହିବ। ବୁଦ୍ଧିଜୀବୀ ମୀର ଅବୁ ଓବେଦା କହିଛନ୍ତି, ଜିଲା ପାଇଁ ଜଳ ପରିଚାଳନା ଏକ ବଡ଼ ସମସ୍ୟା। ଏହାର ସମାଧାନ ପାଇଁ ଉପାନ୍ତ ଅଞ୍ଚଳରେ ଥିବା ନଦୀର ସଂଯୋଗୀକରଣ କେନାଲ ଆବଶ୍ୟକ। ବନ୍ୟା ସମୟରେ ଏହାକୁ ସୁପରିଚାଳନା କରିହେବ। ସେହିପରି ବିଭିନ୍ନ ବ୍ଲକେଜ ମାଧ୍ୟମରେ କ୍ଷେତକୁ ଜଳସେଚନ ହୋଇପାରିବ। ଏ ସମ୍ପର୍କରେ ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟ ନାରାୟଣ ମିଶ୍ର କହିଛନ୍ତି, ଏହି ଜିଲା ପ୍ରାକୃତିକ ବିପର୍ଯ୍ୟୟ ଜୋନରେ ଅଛି। ଜିଲାରେ ଚାଷ ପାଇଁ ଉପଯୁକ୍ତ ପରିମାଣରେ ବର୍ଷା ହେଉଥିଲେ ମଧ୍ୟ ୪ ପ୍ରକାର ମାଟି ଅଛି। ଏହାକୁ ଭିତ୍ତିକରି ସମନ୍ବିତ ଚାଷକୁ ଗୁରୁତ୍ୱ ଦିଆଯାଇଛି। ପୋଖରୀ, ପନିପରିବା, ଫଳଗଛ ଲଗାଇବାକୁ ପରାମର୍ଶ ଦିଆଯାଉଛି। ସେହିପରି ଛେଳି, କୁକୁଡ଼ା ଫାର୍ମ, ଛତୁ, ହଳଦୀ ଓ ଔଷଧୀୟ ବୃକ୍ଷ ଜିଲାର ଅର୍ଥନୀତି କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିବ ବୋଲି ସେ ମତ ଦେଇଛନ୍ତି। ଜିଲା ଉଦ୍ୟାନ କୃଷି ଅଧିକାରୀ କନ୍ଦ ଜେନାଙ୍କୁ ପଚାରିବାରେ ଉନ୍ନତ ବୈଷୟିକ ଜ୍ଞାନକୌଶଳର ତାଲିମ କାର୍ଯ୍ୟକ୍ରମ ଚାଲିଛି। ତେବେ ବଜାର ମଣ୍ଡି ଆଖୁ ପରି ଅର୍ଥକରୀ ଫସଲ ଉପତ୍ାଦନ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri