Posted inଜାତୀୟ

ହାଥରସ୍‌ ଦଳାଚକଟା ଘଟଣାରେ ବଡ଼ ବୟାନ ଦେଲେ ଭୋଲେ ବାବାଙ୍କ ଓକିଲ, କହିଲେ…

ହାଥରସ୍‌,୭ା୭: ହାଥରସ୍‌ ଦୁର୍ଘଟଣା ସମ୍ପର୍କରେ ନାରାୟଣ ହରି ଛଦ୍ମନାମ ବାବା ସୁରଜପାଲଙ୍କ ଓକିଲ ଏପି ସିଂ ଏକ ବଡ଼ ଦାବି କରିଛନ୍ତି। ହାଥରସ୍‌ ଦୁର୍ଘଟଣା ପଛରେ ଏକ ନୂଆ କାରଣ କହିଛନ୍ତି। ସେ କହିଛନ୍ତି, ନାରାୟଣ ହରିଙ୍କ ସମାବେଶକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ତାଙ୍କ ସମର୍ଥକଙ୍କ ମଧ୍ୟରେ ଭୋଲେ ବାବା ନାମରେ ଜଣାଶୁଣା ସୁରଜପାଲଙ୍କ ଓକିଲ ଏପି ସିଂ କହିଛନ୍ତି କିଛି ଲୋକଙ୍କ ଉପରେ ବିଷାକ୍ତ ସ୍ପ୍ରେ ହୋଇଥିଲା। ଯେଉଁଥିପାଇଁ ଲୋକଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଏହି କାରଣରୁ ସେଠାରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ସେ କହିଛନ୍ତି, ଘଟଣା ପୂର୍ବରୁ ଏବଂ ପରେ ରାସ୍ତାର ସିସିଟିଭି ଫୁଟେଜ୍‌ ଜବତ କରାଯିବା ଉଚିତ। ଏହି ମାମଲାରେ ଏସ୍‌ଆଇଟି ଅନୁସନ୍ଧାନ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଏହି ଘଟଣା ଘଟାଇଥିବା ଲୋକମାନେ ସେଠାରୁ ଗାଡ଼ିରେ ଫେରାର ହୋଇଯାଇଥିଲେ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ପୋଲିସ ହାଥରସ୍‌ର ଏକ ‘ସତ୍‌ସଙ୍ଗ’ରେ ଘଟିଥିବା ଦଳାଚକଟାର ମୁଖ୍ୟ ଅଭିଯୁକ୍ତ ଦେବ ପ୍ରକାଶ ମଧୁକରଙ୍କୁ ଗିରଫ କରିଛି। ଦଳାଚକଟାରେ ୧୨୧ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିଲେ। ପୋଲିସ ମୁଖ୍ୟ ସେବକ ତଥା ଅଭିଯୁକ୍ତ ମଧୁକରଙ୍କ ନାମରେ ଏଫ୍‌ଆଇଆର ଦାୟର କରିଛି। ଏହାପୂର୍ବରୁ ମଧୁକରଙ୍କ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କ ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଦଳାଚକଟାରେ ୬ ଜଣଙ୍କୁ ଗିରଫ କରିବାର ଗୋଟିଏ ଦିନ ପରେ ପୋଲିସ ମଧୁକରଙ୍କୁ ଗିରଫ କରିଥିଲା। ଏହି ସମସ୍ତ ୬ ଜଣ ସତ୍‌ସଙ୍ଗ ଆୟୋଜକ କମିଟିର ସଦସ୍ୟ ଥିଲେ। ଜୁଲାଇ ୨ରେ ଆତ୍ମଘୋଷିତ ଭାବାବ ତଥା ପ୍ରଚାରକ ନାରାୟଣ ସାକାର ହରି ଛଦ୍ମନାମ ‘ଭୋଲେ ବାବା’ଙ୍କ ସତ୍‌ସଙ୍ଗରେ ଦଳାଚକଟା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri