Posted inଜାତୀୟ

ଇସ୍ରୋ ଗୁପ୍ତଚର କେସ୍‌: ପୂର୍ବତନ ପୋଲିସ ଅଧିକାରୀଙ୍କ ନାଁରେ ମାମଲା

ଥିରୁଭାନନ୍ତପୁରମ,୨୫ା୬: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁପ୍ତଚର ମାମଲାରେ ସିବିଆଇ ଗୁରୁବାର ୧୮ ଜଣଙ୍କ ନାଁରେ ଥିରୁଭାନନ୍ତପୁରମ୍‌ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ କୋର୍ଟରେ ଏଫ୍‌ଆଇଆର ରୁଜୁ କରିଛି। ସେମାନଙ୍କ ମଧ୍ୟରେ କେରଳର ୨ ପୂର୍ବତନ ପୋଲିସ ଅଧିକାରୀ ରହିଛନ୍ତି। ସମ୍ପୃକ୍ତ ୨ ଅଧିକାରୀଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିବା ଏବଂ ଜାଲ୍‌ ଦସ୍ତାବିଜ୍‌ ପ୍ରସ୍ତୁତ କରିବା ଅଭିଯୋଗ ରହିଛି। ଇସ୍ରୋ ବୈଜ୍ଞାନିକ ପଦ୍ମ ବିଭୂଷଣ ଏସ୍‌. ନମ୍ବିନାରାୟଣଙ୍କୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଯିବା ପଛରେ ପୋଲିସ୍‌ ଅଧିକାରୀଙ୍କ ଷଡଯନ୍ତ୍ରର ତଦନ୍ତ ପାଇଁ ଗତ ବର୍ଷ ସୁପ୍ରିମକୋର୍ଟ ୩ ଜଣିଆ କମିଟି ଗଠନ କରିଥିଲେ। କମିଟି ରିପୋର୍ଟ ପରେ ସର୍ବୋଚ୍ଚ ନ୍ୟାୟାଳୟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ଡିଜିପି ଆର୍‌. ବି. ଶ୍ରୀକୁମାରଙ୍କ ସମେତ ଏସ୍‌. ବିଜୟନ, ଥମ୍ପି ଏସ୍‌. ଦୁର୍ଗାଦତ୍ତ, କେ. କେ. ଜୋସୀ ପ୍ରମୁଖ ପୋଲିସ ଅଧିକାରୀ ରହିଛନ୍ତି। ଇସ୍ରୋର ତଥ୍ୟକୁ ନେଇ ଗୁପ୍ତଚରଗିରି କରିବା ମାମଲାରେ ୧୯୯୪ରେ ନମ୍ବିନାରାୟଣଙ୍କୁ ଗିରଫ କରାଯାଇଥିଲା। ୧୯୯୫ରେ ତାଙ୍କୁ ସିବିଆଇ ତାଙ୍କୁ ଛାଡ଼ିଥିଲା। ଏହାପରେ ସେ ଦୀର୍ଘଦିନରୁ ଆଇନଗତ ଲଢ଼େଇ ଜାରି ରଖିଛନ୍ତି। ମିଥ୍ୟା ଅଭିଯୋଗରେ ଜେଲ ପଠାଯିବା ସହ ତାଙ୍କୁ ଅପମାନିତ କରାଯାଇଥିବାରୁ କେରଳ ସରକାରଙ୍କ ସମେତ ଅନ୍ୟାନ୍ୟ ଏଜେନ୍ସିରୁ ନମ୍ବିନାରାୟଣ ୧.୯୦ କୋଟି କ୍ଷତିପୂରଣ ରାଶି ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଙ୍ଗୀରପୁରୀ ହିଂସା ଘଟଣା: ଗୃହ ମନ୍ତ୍ରଣାଳକୁ ରିପୋର୍ଟ ଦାଖଲ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୧୯।୪: ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀଙ୍କ ଅବସରରେ ହୋଇଥିବା ହିଂସା ସମ୍ପର୍କରେ ଦିଲ୍ଲୀ ପୋଲିସ ମଙ୍ଗଳବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିଛି।...

ପଶ୍ଚିମବଙ୍ଗରେ ବହିଲା ରକ୍ତର ନଦୀ

କୋଲକାତା,୧୮ ।୨:ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲା ନିମଟିଟା ରେଲୱେ ଷ୍ଟେଶନରେ ବୁଧବାର ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ହୋଇଥିବା ବୋମା ମାଡରେ ମନ୍ତ୍ରୀ ଜାକିର ହୁସେନ ଗୁରୁତର ଆହତ...

ମୋଦିଙ୍କ ଆଶୀର୍ବାଦ ଭିକ୍ଷା କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୨: ଐତିହାସିକ ରାମଲୀଳା ମଇଦାନରେ ତୃତୀୟଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଶପଥ ଗ୍ରହଣ କରରିଛନ୍ତି। ଏହି...

କରୋନା ମଧ୍ୟରେ ଜିକା ସଂକ୍ରମଣ ବଢ଼ାଇଲା ବିପଦ

ମୁମ୍ବାଇ,୧୦।୮: କରୋନା ଭାଇରସ୍‌ ସଂକ୍ରମଣ ନସରୁଣୁ ଏବେ ଜିକା ଭାଇରସ୍‌ ସଂକ୍ରମଣ ବିପଦ ଦେଖାଦେଲାଣି। ବର୍ତ୍ତମାନ ମହାରାଷ୍ଟ୍ରରେ ଡେଙ୍ଗୁ ଚିନ୍ତାର କାରଣ ପାଲଟିଛି। ତେବେ ଜିକା...

ଶବ ସଂରକ୍ଷଣ ଗୃହରେ ଥିଲା ମୃତଦେହ: ଓଠ, କାନ ଖାଇଗଲେ ମୂଷା, ପରେ ଘଟିଲା ଏମିତି…

ଅମୃତସର,୨ା୮: ପଞ୍ଜାବର ମୋହାଲିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଡେରାବସିସ୍ଥିତ ଇଣ୍ଡସ୍‌ ଇଣ୍ଟରନ୍ୟାଶନାଲ ହସ୍ପିଟାଲରେ ଜଣେ ମହିଳାଙ୍କ ମୃତଦେହରୁ ଓଠ ଏବଂ କାନକୁ ମୂଷା...

କହୁକହୁ କହିଦେଲେ ସତ: କମଳନାଥଙ୍କ ସରକାରଙ୍କୁ କ୍ଷମତାଚ୍ୟୁତ କରିଥିଲେ ମୋଦି

ଇନ୍ଦୋର,୧୭।୧୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାଚ୍ୟୁତ କରିଥିଲେ। ଏସମ୍ପର୍କରେ ଭାଜପା ମହାସଚିବ କୈଳାଶ ବିଜୟଭର୍ଗିୟ କହିଛନ୍ତି। ଇନ୍ଦୋରଠାରେ ଏକ...

ସବୁ ଘରକୁ ଏଲ୍‌ପିଜି ସଂଯୋଗରେ ପ୍ରଥମ ରାଜ୍ୟ ହିମାଚଳ ପ୍ରଦେଶ

ଶିମ୍‌ଲା,୨୭।୧୨: ହିମାଚଳ ପ୍ରଦେଶର ପ୍ରତି ଘରକୁ ମିଳିଲା ଏଲ୍‌ପିଜି କନେକଶନ। ଶୁକବ୍ରାର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଘୋଷଣା କରିବା ସହ ହିମାଚଳ ପ୍ରଦେଶବାସୀଙ୍କୁ ଶୁଭେଚ୍ଛା...

ଶାହଙ୍କ ଜିରୋ ଟଲରେନ୍ସ ନୀତି : ନୂଆ ବିଚ୍ଛିନ୍ନତାବାଦୀ ଦଳ ଗଠନ କଲା ଆଇଏସ୍‌ଆଇ

ନୂଆଦିଲ୍ଲୀ, ୧୨।୬: ଆତଙ୍କବାଦ ବିରୋଧରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଜିରୋ ଟଲରେନ୍ସ ନୀତିରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆତଙ୍କିତ ହୋଇପଡ଼ିଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ...

Advertisement
Archives

Model This Week