ରୋଗର ବାହକ ସାଜିଛି ଭେଜାଲ, ଅପମିଶ୍ରିତ ଖାଦ୍ୟ

କେନ୍ଦ୍ରାପଡ଼ା ଅଫିସ, ୧୦ା୯:କଟକର ଏକ ହୋଟେଲରେ ବାସି ଖାଦ୍ୟ ବିକ୍ରି ସମୟରେ ପ୍ରଶାସନିକ ଚଢାଉ ନିକଟରେ ହୋଇଛି। ଏହି ଦୋକାନକୁ ସିଲ୍‌ କରାଯାଇଛି। ତେବେ କେନ୍ଦ୍ରାପଡ଼ା ଜିଲାରେ ଅପମିଶ୍ରିତ ଚଟପଟି ଖାଦ୍ୟ ବିକ୍ରି ହେଉଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳ, ପରିବାଠାରୁ ଆରମ୍ଭ କରି ହୋଟେଲ, ଜଳଖିଆ ଦୋକାନ, ଠେଲାଗାଡ଼ି ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀରେ ବିଷାକ୍ତ ରଙ୍ଗ ମିଶା ଯାଉଥିବା ଅଭିଯୋଗ ହେଉଛି। ଚଟପଟି ଖାଦ୍ୟ କାରଣରୁ ଏବେ ୩୩.୮ ପ୍ରତିଶତ ଲୋକ ମେଦ ବହୁଳତାର ଶିକାର ହେଉଥିବା ବିଶେଷଜ୍ଞ ମତ ଦେଇଛନ୍ତି।
ଡା. ବିରଞ୍ଜନ ସ୍ବାଇଁ କୁହନ୍ତି, ଘରୋଇ ଓ ପାରମ୍ପରିକ ଅପେକ୍ଷା ଚଟପଟି ଖାଦ୍ୟ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି। ଏହି ଖାଦ୍ୟ ପାଇଁ ମଧୁମେହ, ହୃଦ୍‌ରୋଗ, ମେଦ ବହୁଳତା, ଯକୃତ ପ୍ରଦାହ, ମାନସିକ ଅବସାଦ, ମସ୍ତିଷ୍କରେ ଅସ୍ବାଭାବିକତା, ଉଚ୍ଚ ରକ୍ତଚାପ, ବୃକକ୍‌ଜନିତ ସମସ୍ୟା ଆଦି ବହୁଳ ଭାବେ ଦେଖାଯାଉଛି। ଚଟପଟି ବା ଫାଷ୍ଟଫୁଡ୍‌ରେ ମାତ୍ରାଧିକ ତେଲ ମସଲାର ବ୍ୟବହାର ହୁଏ। ଏଥିରେ ପୃଷ୍ଟିସାର ଗୁଣ ଅପେକ୍ଷା ରୋଗ ପାଇଁ ସକଳ ଉପାଦାନ ମହଜୁଦ ଥାଏ। ମାତ୍ରାଧିକ ତେଲ କୋଲେଷ୍ଟରଲ ବଢ଼ାଇ ହୃଦ୍‌ରୋଗର କାରଣ ହୋଇଥାଏ। ଏପରି ଖାଦ୍ୟ ପାଇଁ ଶରୀରରେ ଇନ୍‌ସୁଲିନସ୍ତର ବଢ଼ି ମଧୁମେହ ରୋଗର ଆଶଙ୍କା ସୃଷ୍ଟି ହୁଏ। ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ର କୁହନ୍ତି, ବିଶ୍ୱରେ ଯେତିକି ମେଦ ବହୁଳତା ରୋଗୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ୩୩.୮ ପ୍ରତିଶତ ଫାଷ୍ଟଫୁଡ୍‌ଜନିତ। ୧୯୯୯ରେ ୧୮ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ମଧ୍ୟରୁ ୫ ପ୍ରତିଶତ ମେଦ ବହୁଳତାରେ ଆକ୍ରାନ୍ତ ହେଉଥିଲା ବେଳେ ୨୦୦୭ରେ ୧୭ ପ୍ରତିଶତ ଓ ୨୦୧୨ରେ ୨୧ ପ୍ରତିଶତରେ ପହଞ୍ଚତ୍ ଥିଲା। ୨୦୨୫ ବେଳକୁ ପ୍ରାୟ ୩୦ ପ୍ରତିଶତରୁ ଅଧିକ ମେଦ ବହୁଳତାରେ ପିଲାମାନେ ଶିକାର ହେବେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଶିକ୍ଷାବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ଫାଷ୍ଟଫୁଡ ଓ ଅପମିଶ୍ରିତ ଖାଦ୍ୟ ଉପରେ ପ୍ରଶାସନିକ ରୋକ୍‌ ନାହିଁ। ବିଭିନ୍ନ ଖାଦ୍ୟକୁ ଆକର୍ଷିତ କରିବା ପାଇଁ ବିଷାକ୍ତ ରଙ୍ଗ ପ୍ରୟୋଗ ହେଉଛି। ପନିପରିବା ଓ ଫଳ ସତେଜ ଦେଖା ଯିବାକୁ ରାସାୟନିକ ପଦାର୍ଥ ପ୍ରୟୋଗ ହେଉଛି। ଅସମୟରେ ଫଳ ପଚାଇବା ପାଇଁ କ୍ୟାନ୍‌ସର ରୋଗ ସୃଷ୍ଟିକାରୀ ଏସିଟିଲିନ ବ୍ୟବହାର ହେଉଛି। ଏହା ବ୍ୟତୀତ କେନ୍ଦ୍ରାପଡ଼ା ଜିଲାରେ ବାସି ଖାଦ୍ୟର ବହୁଳ ବ୍ୟବହାର ହେଉଛି। ହୋଟେଲ ଓ ଜଳଖିଆ ଦୋକାନରେ ରହି ଯାଇଥିବା ବଳକା ଖାଦ୍ୟରେ କେମିକାଲ ଅଥବା ଚୂନ ପ୍ରୟୋଗ ହେଉଛି। ସାମାଜିକ କର୍ମୀ ବିଜୟ ମଣ୍ଡଳ କହିଛନ୍ତି, ଜିଲାରେ ଖାଦ୍ୟ ପରୀକ୍ଷା ପାଇଁ ବିଜ୍ଞାନାଗାର ନାହିଁ। ଏହାର ସୁଯୋଗ ବ୍ୟବସାୟୀ ନେଉଛନ୍ତି। ତେଲ ଭାଜି ଦୋକାନରେ ଖାଦ୍ୟ ପରିବେଷଣ ପାଇଁ ପ୍ରମାଣପତ୍ର ଦିଆଯାଉନାହିଁ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଖାଦ୍ୟ ନିରୀକ୍ଷକା ସମିତା ଦାସ କୁହନ୍ତି, କରୋନା ସଂକ୍ରମଣ ପାଇଁ ଦୋକାନ ବଜାର ବନ୍ଦ ଥିଲା। ଏବେ ଏଗୁଡ଼ିକ ଖୋଲାଯାଉଛି। ପୂର୍ବରୁ ବିଭିନ୍ନ ସମୟରେ ଚଢ଼ାଉ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଏହି ପ୍ରକ୍ରିୟା ଜାରି ରହିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri