ରୋଗର ବାହକ ସାଜିଛି ଭେଜାଲ, ଅପମିଶ୍ରିତ ଖାଦ୍ୟ

କେନ୍ଦ୍ରାପଡ଼ା ଅଫିସ, ୧୦ା୯:କଟକର ଏକ ହୋଟେଲରେ ବାସି ଖାଦ୍ୟ ବିକ୍ରି ସମୟରେ ପ୍ରଶାସନିକ ଚଢାଉ ନିକଟରେ ହୋଇଛି। ଏହି ଦୋକାନକୁ ସିଲ୍‌ କରାଯାଇଛି। ତେବେ କେନ୍ଦ୍ରାପଡ଼ା ଜିଲାରେ ଅପମିଶ୍ରିତ ଚଟପଟି ଖାଦ୍ୟ ବିକ୍ରି ହେଉଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳ, ପରିବାଠାରୁ ଆରମ୍ଭ କରି ହୋଟେଲ, ଜଳଖିଆ ଦୋକାନ, ଠେଲାଗାଡ଼ି ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀରେ ବିଷାକ୍ତ ରଙ୍ଗ ମିଶା ଯାଉଥିବା ଅଭିଯୋଗ ହେଉଛି। ଚଟପଟି ଖାଦ୍ୟ କାରଣରୁ ଏବେ ୩୩.୮ ପ୍ରତିଶତ ଲୋକ ମେଦ ବହୁଳତାର ଶିକାର ହେଉଥିବା ବିଶେଷଜ୍ଞ ମତ ଦେଇଛନ୍ତି।
ଡା. ବିରଞ୍ଜନ ସ୍ବାଇଁ କୁହନ୍ତି, ଘରୋଇ ଓ ପାରମ୍ପରିକ ଅପେକ୍ଷା ଚଟପଟି ଖାଦ୍ୟ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି। ଏହି ଖାଦ୍ୟ ପାଇଁ ମଧୁମେହ, ହୃଦ୍‌ରୋଗ, ମେଦ ବହୁଳତା, ଯକୃତ ପ୍ରଦାହ, ମାନସିକ ଅବସାଦ, ମସ୍ତିଷ୍କରେ ଅସ୍ବାଭାବିକତା, ଉଚ୍ଚ ରକ୍ତଚାପ, ବୃକକ୍‌ଜନିତ ସମସ୍ୟା ଆଦି ବହୁଳ ଭାବେ ଦେଖାଯାଉଛି। ଚଟପଟି ବା ଫାଷ୍ଟଫୁଡ୍‌ରେ ମାତ୍ରାଧିକ ତେଲ ମସଲାର ବ୍ୟବହାର ହୁଏ। ଏଥିରେ ପୃଷ୍ଟିସାର ଗୁଣ ଅପେକ୍ଷା ରୋଗ ପାଇଁ ସକଳ ଉପାଦାନ ମହଜୁଦ ଥାଏ। ମାତ୍ରାଧିକ ତେଲ କୋଲେଷ୍ଟରଲ ବଢ଼ାଇ ହୃଦ୍‌ରୋଗର କାରଣ ହୋଇଥାଏ। ଏପରି ଖାଦ୍ୟ ପାଇଁ ଶରୀରରେ ଇନ୍‌ସୁଲିନସ୍ତର ବଢ଼ି ମଧୁମେହ ରୋଗର ଆଶଙ୍କା ସୃଷ୍ଟି ହୁଏ। ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ର କୁହନ୍ତି, ବିଶ୍ୱରେ ଯେତିକି ମେଦ ବହୁଳତା ରୋଗୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ୩୩.୮ ପ୍ରତିଶତ ଫାଷ୍ଟଫୁଡ୍‌ଜନିତ। ୧୯୯୯ରେ ୧୮ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ମଧ୍ୟରୁ ୫ ପ୍ରତିଶତ ମେଦ ବହୁଳତାରେ ଆକ୍ରାନ୍ତ ହେଉଥିଲା ବେଳେ ୨୦୦୭ରେ ୧୭ ପ୍ରତିଶତ ଓ ୨୦୧୨ରେ ୨୧ ପ୍ରତିଶତରେ ପହଞ୍ଚତ୍ ଥିଲା। ୨୦୨୫ ବେଳକୁ ପ୍ରାୟ ୩୦ ପ୍ରତିଶତରୁ ଅଧିକ ମେଦ ବହୁଳତାରେ ପିଲାମାନେ ଶିକାର ହେବେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଶିକ୍ଷାବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ଫାଷ୍ଟଫୁଡ ଓ ଅପମିଶ୍ରିତ ଖାଦ୍ୟ ଉପରେ ପ୍ରଶାସନିକ ରୋକ୍‌ ନାହିଁ। ବିଭିନ୍ନ ଖାଦ୍ୟକୁ ଆକର୍ଷିତ କରିବା ପାଇଁ ବିଷାକ୍ତ ରଙ୍ଗ ପ୍ରୟୋଗ ହେଉଛି। ପନିପରିବା ଓ ଫଳ ସତେଜ ଦେଖା ଯିବାକୁ ରାସାୟନିକ ପଦାର୍ଥ ପ୍ରୟୋଗ ହେଉଛି। ଅସମୟରେ ଫଳ ପଚାଇବା ପାଇଁ କ୍ୟାନ୍‌ସର ରୋଗ ସୃଷ୍ଟିକାରୀ ଏସିଟିଲିନ ବ୍ୟବହାର ହେଉଛି। ଏହା ବ୍ୟତୀତ କେନ୍ଦ୍ରାପଡ଼ା ଜିଲାରେ ବାସି ଖାଦ୍ୟର ବହୁଳ ବ୍ୟବହାର ହେଉଛି। ହୋଟେଲ ଓ ଜଳଖିଆ ଦୋକାନରେ ରହି ଯାଇଥିବା ବଳକା ଖାଦ୍ୟରେ କେମିକାଲ ଅଥବା ଚୂନ ପ୍ରୟୋଗ ହେଉଛି। ସାମାଜିକ କର୍ମୀ ବିଜୟ ମଣ୍ଡଳ କହିଛନ୍ତି, ଜିଲାରେ ଖାଦ୍ୟ ପରୀକ୍ଷା ପାଇଁ ବିଜ୍ଞାନାଗାର ନାହିଁ। ଏହାର ସୁଯୋଗ ବ୍ୟବସାୟୀ ନେଉଛନ୍ତି। ତେଲ ଭାଜି ଦୋକାନରେ ଖାଦ୍ୟ ପରିବେଷଣ ପାଇଁ ପ୍ରମାଣପତ୍ର ଦିଆଯାଉନାହିଁ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଖାଦ୍ୟ ନିରୀକ୍ଷକା ସମିତା ଦାସ କୁହନ୍ତି, କରୋନା ସଂକ୍ରମଣ ପାଇଁ ଦୋକାନ ବଜାର ବନ୍ଦ ଥିଲା। ଏବେ ଏଗୁଡ଼ିକ ଖୋଲାଯାଉଛି। ପୂର୍ବରୁ ବିଭିନ୍ନ ସମୟରେ ଚଢ଼ାଉ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଏହି ପ୍ରକ୍ରିୟା ଜାରି ରହିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?