୩ ମାସ ଧରି ଘରେ ଅଛି କାର୍‌, ଅନ୍‌ଲାଇନ୍‌ରେ ଫାଇନ୍‌ ଆସିଛି ୩୦୦୦ ଟଙ୍କା

ଭଦ୍ରକ ଅଫିସ,୪ା୭: ଆରଟିଓ ଏବଂ ପୋଲିସ ବିଭାଗର ଅଜବ ନିୟମ। ଦୀର୍ଘ ତିନି ମାସ ଧରି ଘରେ ଥିବା ଏକ କାର୍‌ ଉପରେ ଲାଗିଛି ୩ ହଜାର ଟଙ୍କା ଫାଇନ୍‌। ଯାହାକୁ ନେଇ ଏବେ ଚିନ୍ତାରେ କାର୍‌ ମାଲିକ।


ସୂଚନାନୁଯାୟୀ, ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୁଆମାଳ କୁବେରା ଗ୍ରାମରେ ରହୁଥିବା ସହିଦ ନଗର କଲେଜର ଅଧ୍ୟାପକ ପ୍ରଦୀପ କୁମାର କରଙ୍କ ଏକ କାର୍‌ ଯାହାର ନମ୍ବର ଓଡି-୨୨ପି ୫୨୧୯ ଦୀର୍ଘ ତିନି ମାସ ଧରି ଘରୁ ପଦାକୁ ବାହାରିନି। ହେଲେ ଗତ ୨୫ ତାରିଖରେ ଏକ ମେସେଜ୍‌ ଯୋଗେ ପ୍ରଦୀପ କର ଜାଣିବାକୁ ପାଇଲେ ତାଙ୍କ କାର୍‌ ଉପରେ ସିଟ୍‌ ବେଲ୍ଟ ଓ ଅନ୍ୟାନ୍ୟ କାରଣ ପାଇ ୩ ହଜାର ଟଙ୍କାର ଫାଇନ କାଟିଛି ପୋଲିସ। ତେବେ ପୋଲିସ କିଭଳି ଓ କାହିଁକି ଏହି ଫାଇନ କାଟିଲା ତାକୁ ନେଇ ଏବେ ଚିନ୍ତାରେ ଅଧ୍ୟାପକ ପ୍ରଦୀପ କର। ସେପଟେ ପୋଲିସ ଓ ଆରଟିଓ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଏଭଳି ଫାଇନ ଲାଗିଥିବା ଅଭିଯୋଗ ଆଣିବା ସହିତ ଘରେ ରହିଥିବା କାର୍‌ ଉପରେ ଫାଇନ କରିବା କିପରି ସମ୍ଭବ ହୋଇପାରିଲା ଏହାର ଯାଞ୍ଚ ପାଇଁ ଜିଲାପାଳ ଏସ୍‌ପି ଓ ଆରଟିଓଙ୍କୁ ଟୁଇଟ୍‌ କରିଛନ୍ତି ଅଧ୍ୟାପକ ପ୍ରଦୀପ କର।


Enter your email to get our daily news in your inbox.

All Right Reserved By Dharitri.Com

ମାଲବାହୀ ଟ୍ରେନ ଲାଇନଚ୍ୟୁତ: ତଳକୁ ଖସିଲା ୪ ବଗି

କୋରାପୁଟ,୨୯।୧୨(ସ୍ବ.ପ୍ର.): କୋରାପୁଟ ନିକଟସ୍ଥ ମାଳିଗୁଡ଼ା ଓ ଜରଟି ରେଳ ଷ୍ଟେଶନ ମଧ୍ୟରେ ମଙ୍ଗଳବାର ଭୋରରୁ ଏକ ଲୁହାପଥର ବୋଝେଇ ମାଲବାହି ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଏଥିରେ...

ସରକାରୀ ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ରୀ

ବନ୍ତ, ୨୭।୧୦(ଡି.ଏନ୍‌.ଏ.)-ଭିନ୍ନକ୍ଷମ ପ୍ରମାଣପତ୍ରରେ ତଥ୍ୟଗତ ତ୍ରୁଟି ରହିବା ଯୋଗୁ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ସୁରେଶ ଚନ୍ଦ୍ର ଦ୍ୱିବେଦୀଙ୍କ ଝିଅ ବର୍ଷାରାଣୀ(୧୩) ସରକାରୀ...

ଗହୀରମଥାରେ ଅଲିଭ ରିଡ୍‌ଲେଙ୍କ ମିଳନ

ମହାକାଳପଡ଼ା, ୧୬।୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଜଳରାଶିରେ ବିରଳ ଅଲିଭ ରିଡ୍‌ଲେ କଇଁଛମାନଙ୍କ ମିଳନ ଆରମ୍ଭ ହୋଇଥିବା ଶୁକ୍ରବାର ଦେଖିବାକୁ ମିଳିଛି।...

ସାକ୍ଷୀଗୋପାଳ ଠାକୁରଙ୍କ ଘୋଡ଼ଲାଗି ବେଶ

ସାକ୍ଷୀଗୋପାଳ,୩ା୧୨(ଡି.ଏନ୍‌.ଏ.): ଶୀତ ଆସିଛି। ଠାକୁର ଶୀତ ଦାଉରୁ ରକ୍ଷା ପାଇବାକୁ ଶୀତବସ୍ତ୍ର ପରିଧାନ କରିଛନ୍ତି। ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ସୋମବାର ଓଢ଼ଣଷଷ୍ଠୀ ପର୍ବ ପାଳିତ ହୋଇଛି।...

ହେଲିକପ୍ଟର ଦୁର୍ଘଟଣାରେ ବିପିନ ରାଓ୍ବତଙ୍କ ସହ ଥିଲେ ଜଣେ ଓଡ଼ିଆ ପୁଅ

ଅନୁଗୋଳ ଅଫିସ,୯ା୧୨: ତାମିଲନାଡୁରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା ଯବାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ଯବାନ। ସହିଦ ଯବାନ ତାଳଚେର...

କରୋନା କଟକଣା: ବୌଦ୍ଧରେ ସନ୍ଧ୍ୟା ୭ରୁ ସକାଳ ୫ କର୍ଫ୍ୟୁ

ବୌଦ୍ଧ,୪ା୬ (ସ୍ବ.ପ୍ର.)-କରୋନା କଟକଣା ନେଇ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ନୂତନ ଗାଇଡଲାଇନ୍‌ ବୁଧବାର ପୁର୍ନବାର ପ୍ରକାଶ ପାଇଛି। ପୂର୍ବରୁ ଜାରି ରହିଥିବା ସମସ୍ତ କଟକଣା...

ପାରାଦୀପ ପୌର ପ୍ରଶାସନର ସମନ୍ବୟ ବୈଠକ: କୌଶଳ ବିକାଶରେ ସାମିଲ ହେବେ କିନ୍ନର

ପାରାଦୀପ,୨୫ା୧୨(ସ୍ବ.ପ୍ର.): ସମାଜରେ ବଞ୍ଚତ୍ବାକୁ କିନ୍ନରମାନେ ଅନେକ ସଂଘର୍ଷ କରିଥାନ୍ତି। ସେମାନଙ୍କ ରୋଜଗାର ଉତ୍ସଶୈଳୀ ଭିନ୍ନ ହୋଇଥାଏ। ତେଣୁ ଏସବୁକୁ ପରିବର୍ତ୍ତନ କରିବା ପାଇଁ ଏବେ ସରକାରୀ...

ଲକ୍‌ଡାଉନ୍‌ରେ ଥିଲେ ଠାକୁର: ବାଗ୍‌ଚୀ

ଭୁବନେଶ୍ୱର,୨୩।୩(ବ୍ୟୁରୋ)କରୋନା ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ୫ଟି ଜିଲା ସହିତ ୮ଟି ସହରରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।...

Advertisement


Archives

Model This Week