Posted inଖେଳ

ଆଇପିଏଲ୍‌ ସବୁଠୁ ମହଙ୍ଗା ଖେଳାଳିଙ୍କ ଉପରେ ଭରସା କଲେ ନାହିଁ ଅଧିନାୟକ

ମୁମ୍ବାଇ,୧୪।୪: ଆଇପିଏଲ ୨୦୨୧ ଯେତିକି ଅଗ୍ରଗତି କରୁଛି, ସେତିକି ରୋମାଞ୍ଚ ମଧ୍ୟ ବୃଦ୍ଧି ପାଉଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଏଭଳି ଏକ ହାଇ ଭୋଲଟେଜ ମ୍ୟାଚ ସୋମବାର ଦେଖିବାକୁ ମିଳିଥିଲା। ଶେଷ ବଲରେ ମ୍ୟାଚ ସ୍ଥିର ହୋଇଥିଲ। ପଞ୍ଜାବ ହୁଏତ ମ୍ୟାଚରେ ରାଜସ୍ଥାନକୁ ୪ ରନ୍‌ରେ ପରାସ୍ତ କରିଛି, କିନ୍ତୁ ରାଜସ୍ଥାନର ପରାଜୟକୁ ନେଇ ଅନେକ ଚର୍ଚ୍ଚା ହେଉଛି।
ଏହି ମ୍ୟାଚରେ ନୂତନ ଭାବେ ନିଯୁକ୍ତ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ ଜିତି ପଞ୍ଜାବକୁ ବ୍ୟାଟିଂ ଦେଇଥିଲେ। ପଞ୍ଜାବ ରାଜସ୍ଥାନକୁ ୨୨୨ ରନର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ରାଜସ୍ଥାନ ଖରାପ ଆରମ୍ଭ ପରେ ଅଧିନାୟକ ସଞ୍ଜୁ ସାମସନ ପାଳି ସମ୍ଭାଳି ଥିଲେ। କିନ୍ତୁ ଦୁର୍ଭାଗ୍ୟବଶତ ରାଜସ୍ଥାନ ଶେଷ ବଲରେ ମ୍ୟାଚ ଜିତିପାରି ନ ଥିଲେ। ଅଧିନାୟକ ସଞ୍ଜୁ ସାମସନ ୬୩ ବଲରେ ୧୧୯ ରନର ଚମତ୍କାର ଇନିଂସ ଖେଳିଥିଲେ। ଶେଷ ଓଭରରେ ରାଜସ୍ଥାନ ଜିତିବା ପାଇଁ ୧୩ ରନ ଆବଶ୍ୟକ ଥିଲା ଏବଂ ଅର୍ଶାଦୀପ ବୋଲିଂ କରୁଥିଲେ। ସଞ୍ଜୁ ସାମସନ ଏବଂ କ୍ରିସ୍‌ ମୋରିସ କ୍ରିଜରେ ଉପସ୍ଥିତ ଥିବାରୁ ଏହି ଲକ୍ଷ୍ୟ ସମ୍ଭବ ମନେ ହେଉଥିଲା। ଶେଷ ଦୁଇଟି ବଲରେ ରାଜସ୍ଥାନକୁ ୫ ରନ ଆବଶ୍ୟକ ଥିଲା। ସଞ୍ଜୁ ପଞ୍ଚମ ବଲରୁ ପାଇଥିବା ସିଙ୍ଗଲକୁ ନେଇ ନଥିଲେ। ଶେଷ ବଲରେ ସଞ୍ଜୁ ଛକା ମାରି ଦଳ ଜିତିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବାଉଣ୍ଡ୍ରୀ ପାଖରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ।

ପ୍ରଶ୍ନ ଉଙ୍କି ମାରୁଛି ଯଦି ସାମସନ ପଞ୍ଚମ ବଲ୍‌ରେ ଗୋଟିଏ ରନ୍‌ ନେଇ କ୍ରିସ ମୋରିସଙ୍କ ଉପରେ ଭରସା କରିଥାନ୍ତେ ତେବେ ମ୍ୟାଚର ନିଷ୍ପତ୍ତି ଅନ୍ୟ କିଛି ହୋଇଥାନ୍ତା। ୨୦୨୧ ନିଲାମରେ ମୋରିସ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ବିକ୍ରୟ ଖେଳାଳି ଥିଲେ। ରାଜସ୍ଥାନ ତାଙ୍କୁ ୧୬.୨୫ କୋଟିରେ କିଣିଛି। ମୋରିସ ଜଣେ ଅଲରାଉଣ୍ଡର। ଅଧିନାୟକ ଭାବରେ ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିଥିବା ସଞ୍ଜୁ ହୁଏତ ଦଳ ଜିତିବାରେ ସମର୍ଥ ହୋଇ ନ ପାରନ୍ତି, କିନ୍ତୁ ନିଶ୍ଚିତ ଭାବେ ପ୍ରଶଂସକଙ୍କ ହୃଦୟ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?