ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ ଗେଟ୍‌, ଏମ୍ସ, ବଡ଼ ବିଶ୍ୱବିଦ୍ୟାଳୟ ଭଳି ଅନେକ କିଛି ରହିଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ହେଲେ ଏବେ ଦିଲ୍ଲୀ ଯିବା କଥା କହିଲାବେଳକୁ ଅନେକେ ଭାବିଲେଣି। କାରଣ ଦିଲ୍ଲୀ ଓ ଏହାର ଆଖାପାଖ ଅଞ୍ଚଳ ପ୍ରଦୂଷିତ ବାୟୁର ଏକ କମ୍ବଳ ଢାଙ୍କି ହେଲା ଭଳି ହୋଇଛି। ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ପାଖାପାଖି ୫୦୦ ଛୁଇଁ ଅତି ଖରାପ ସ୍ଥିତି ସୃଷ୍ଟି କରିଛିି। ଲୋକେ ପ୍ରଶ୍ୱାସ ନେବାକୁ ଭୀଷଣ କଷ୍ଟ ଅନୁଭବ କରୁଥିବା ବେଳେ କୋଭିଡ୍‌ ସମୟ ଭଳି ଛୋଟ ପିଲାଙ୍କ ପାଇଁ ସ୍କୁଲରୁ ଅନ୍‌ଲାଇନ କ୍ଲାସ ହେବା ଖବର ମିଳିଛି। ସବୁଠାରୁ ସାଂଘାତିକ ଘଟଣା ହେଲା, ଦିଲ୍ଲୀ ଆଖପାଖ ଅଞ୍ଚଳ ଓ ଉତ୍ତର ପ୍ରଦେଶରେ ଡିସେମ୍ବର ୧୬ ତାରିଖରେ ସିରିଜ୍‌ ଦୁର୍ଘଟଣା ଘଟିବାରୁ ୨୫ ଜଣଙ୍କ ଜୀବନ ଯାଇଥିବା ବେଳେ ୫୯ ଆହତ ହୋଇଥିଲେ। ପ୍ରଦୂଷିତ ବାୟୁ ସହ ଘନକୁହୁଡ଼ି ମିଶି ଯାଉଥିବାରୁ ଦୃଶ୍ୟମାନ ସ୍ତର ପ୍ରବଳମାତ୍ରାରେ ହ୍ରାସ ପାଇଛି। ଗାଡ଼ିକୁ ଗାଡ଼ି ବାଡ଼େଇ ହୋଇ ଜଳିଯିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଭୀଷଣ ବାୟୁ ପ୍ରଦୂଷଣ ଓ କ୍ଷୀଣ ଆଲୋକ ଯୋଗୁ ଅନେକ ଟ୍ରେନ୍‌ ଓ ବିମାନ ବହୁ ବିଳମ୍ବରେ ଚାଲୁଛନ୍ତି ବା ସ୍ଥଳବିଶେଷରେ କେତେକକୁ ବାତିଲ କରି ଦିଆଯାଉଛି।
ଦିଲ୍ଲୀ ବାୟୁ ପ୍ରଦୂଷଣ ବିଷୟ ସଂସଦରେ ଆଲୋଚନା ହୋଇଛି। ବିଭିନ୍ନ ଦଳର ନେତା ଉଦ୍‌ବେଗ ପ୍ରକାଶ କରୁଥିଲେ ମଧ୍ୟ ତାହାର ନିରାକରଣ ଲାଗି ବାସ୍ତବ ବାଟ ବାହାରିପାରୁ ନାହିଁ। ପଞ୍ଜାବ ଓ ହରିୟାଣାରେ କୃଷକମାନେ ସେମାନଙ୍କ କ୍ଷେତରେ ନିଆଁ ଲଗାଇ ଶସ୍ୟର ଖୁଣ୍ଟାଗୁଡ଼ିକୁ ପୋଡ଼ି ଦେବା ପରେ ସେଥିରୁ ନିର୍ଗତ ଧୂଆଁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ବାୟୁମଣ୍ଡଳକୁ ଆଚ୍ଛାଦିତ କରିଦେଉଛି। ଏହାକୁ ରୋକିବା ପାଇଁ ଧରପଗଡ଼ ହେଉଥିବାରୁ କୃଷକମାନେ ଖୁଣ୍ଟା ପୋଡ଼ିବା ସମୟରେ ପରିବର୍ତ୍ତନ କଲେଣି। ଅକ୍ଟୋବରରୁ ଡିସେମ୍ବର ଅମଳ ସମୟ। ସେମାନେ ସାଧାରଣତଃ ଅପରାହ୍ନ ୧ଟାରୁ ୨ଟି ଭିତରେ ଖୁଣ୍ଟାକୁ ପୋଡ଼ି ଦେଉଥିଲେ। ହେଲେ ନାସାର ଉପଗ୍ରହ ସୂଚନା ଦେଉଛି ଯେ, କୃଷକମାନେ ଏବେ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ତାହା ପୋଡ଼ୁଛନ୍ତି। ନଡ଼ାପୋଡ଼ି ରୋକିବା ପାଇଁ ସାଟେଲାଇଟ୍‌ ଯୋଗେ ଏହା ଉପରେ ନଜର ରଖାଯାଉଥିବା ଚାଷୀମାନେ ଜାଣିବା ପରେ ସମୟରେ ପରିବର୍ତ୍ତନ କରିଛନ୍ତି। ଫଳରେ ସେହି ଦୃଶ୍ୟକୁ ସାଟେଲାଇଟ ଧରିବା ସମ୍ଭବ ହେଉ ନାହିଁ ବୋଲି ନାସା ପକ୍ଷରୁ କୁହାଯାଇଛି। ଏଭଳି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ସରକାର ସମାଜର ବିଭିନ୍ନ ବର୍ଗଙ୍କ ସହଯୋଗ ନେଇ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର। କୃଷକଙ୍କୁ କେବଳ କହିଦେଲେ ବା ସେମାନଙ୍କୁ ବୁଝାଇ ଦେଲେ ହେବ ନାହିଁ। ଆର୍ଥିକ ଦୃଷ୍ଟିରୁ ଉପଯୁକ୍ତ କ୍ଷତିପୂରଣ ଦେଇ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବା ଦରକାର। କିଛିଦିନ ତଳେ ବାୟୁ ପ୍ରଦୂଷଣ ହ୍ରାସ ପାଇଁ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯାଇଥିଲା। ହେଲେ ତାହାର ସୁଫଳ ପ୍ରାୟତଃ ଅନୁଭୂତ ହେଲା ନାହିଁ। ଖୁଣ୍ଟାପୋଡ଼ି ସହ ଅତ୍ୟଧିକ ଗାଡ଼ିମୋଟର ଚଳାଚଳ, କାରଖାନା ଓ ମଣିଷର ବର୍ଜ୍ୟବସ୍ତୁରୁ ନିର୍ଗତ ଧୂଆଁ ଆଦି ଅନେକ ଦିଗ ରହିଛି, ଯାହା ବାୟୁକୁ ଦୂଷିତ କରିବାରେ ଲାଗିଛି। ରାତାରାତି ବିରାଟ ପରିବର୍ତ୍ତନ ଅଣାଯାଇପାରିବ ନାହିଁ। ଦିଲ୍ଲୀର ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିର୍‌ସା ହାତ ଟେକି ଦେଇ କହିଲେଣି କୌଣସି ନିର୍ବାଚିତ ସରକାର ୯/୧୦ ମାସ ମଧ୍ୟରେ ଏକ୍ୟୁଆଇ ସ୍ତର କମାଇପାରିବେ ନାହିଁ। ଏହା କହି ଦିଲ୍ଲୀବାସୀଙ୍କୁ ଭୁଲ୍‌ ମାଗିଲା ବେଳେ ପୂର୍ବର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସରକାର ବାୟୁ ପ୍ରଦୂଷଣ ରୋକିବାରେ କିଛି କରି ନ ଥିବା ସେ ପ୍ରକାଶ କରିଛନ୍ତି। ମଞ୍ଜିନ୍ଦରଙ୍କ ଦଳ ଭାଜପା ବିରୋଧୀ ଆସନରେ ଥିବା ବେଳେ ଯେଭଳି ଅଭିଯୋଗ କରୁଥିଲେ ଏବେ ସେହି ଢଙ୍ଗରେ କହିବା ଗ୍ରହଣୀୟ ହେଉନାହିଁ। ଶାସନରେ ଥିବା ବ୍ୟକ୍ତିଙ୍କ କିଛି କରିବାର ସୁଯୋଗ ଥାଏ। ଚେଷ୍ଟା କରିବା ପୂର୍ବରୁ ପଛଘୁଞ୍ଚା ଦେବା ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଉଛି।
ଏକ ବିକାଶଶୀଳ ଦେଶ ଭାବେ ଭାରତକୁ ଆର୍ଥିକ ଦୃଷ୍ଟିକୋଣରୁ କାରଖାନା ଚଳାଇବାକୁ ପଡ଼ିବ, ଲୋକେ ଯିବାଆସିବା କରିବା ଗତି ଓ ପ୍ରଗତିର ଲକ୍ଷଣ। ବିକଳ୍ପ ପନ୍ଥା ବାହାର କରା ନ ଯାଇ ଏକାଥରେ ଗାଡ଼ି ବନ୍ଦ କରିହେବ ନାହିଁ। କିନ୍ତୁ ସେଗୁଡ଼ିକୁ କିଭଳି ସୀମିତ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଜୀବାଶ୍ମ ଇନ୍ଧନଚାଳିତ ଗାଡ଼ିରୁ ବିଦ୍ୟୁତ୍‌ ଓ ସୌରଚାଳିତ ଯାନ ସଂଖ୍ୟା ବଢ଼ାଇବା ପାଇଁ ବର୍ଷ ନୁହେଁ, ଦଶନ୍ଧି ଦରକାର। ତେଣୁ ସେଥିପାଇଁ ସଘନ ଗବେଷଣା ଓ ଗଭୀର ଅନୁଧ୍ୟାନ ଆବଶ୍ୟକ।
ଦିଲ୍ଲୀ ଓ ଏହାର ଆଖାପାଖ ଅଞ୍ଚଳର ନିମ୍ନ ବାୟୁ ଗୁଣବତ୍ତା ବ୍ୟତୀତ ଅନେକ ମନୁଷ୍ୟକୃତ କାର୍ଯ୍ୟ ପରିବେଶକୁ ବିଗାଡ଼ିବାରେ ଲାଗିଛି। ଆରାବଳିର ପରିଭାଷା ବଦଳାଯାଇ ଯେଭଳି ପଦକ୍ଷେପ ନିଆଯାଉଛି ଓ କେନ୍ଦ୍ର ସରକାରଙ୍କ କଥାରେ ସର୍ବୋଚ୍ଚ ନ୍ୟାୟାଳୟ ‘ହଁ’ ଭରିଲା ଭଳି ମନେ ହେଉଥିବାରୁ ତାହା ଭବିଷ୍ୟତରେ ବିପଦ ସୃଷ୍ଟି କରିବା ଥୟ। ଦୂରରେ ଥିବା ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ବିକାଶ ନାମରେ ପ୍ରକୃତି ବିରୋଧୀ କାର୍ଯ୍ୟ କରାଯାଉଥିବାରୁ ତାହା ସେଠାକାର ପରିବେଶ ଓ ପରିସଂସ୍ଥାନକୁ କ୍ଷତି ପହଞ୍ଚାଇବାର ସବୁ ସୂଚନା ଦେଲାଣି। ତାହା ହୁଏତ ଦିଲ୍ଲୀ ଉପରେ ସିଧାସଳଖ ପ୍ରଭାବ ପକାଉ ନାହିଁ, କିନ୍ତୁ ସମଗ୍ର ଦେଶବାସୀ ଆଗାମୀ ବର୍ଷଗୁଡ଼ିକରେ ନିଶ୍ଚୟ କ୍ଷତି ସହିବେ।
ଦିଲ୍ଲୀରେ କେତେକ ମହଲରେ ଗୁଜବ ହେଉଛି ଯେ, ଜାତୀୟ ରାଜଧାନୀ ଦିଲ୍ଲୀକୁ ଅନ୍ୟତ୍ର ନେବା ପାଇଁ ମସୁଧା ଆରମ୍ଭ ହେଲାଣି। ଏହି ଗୁଜବକାରୀଙ୍କ ଅନୁଯାୟୀ କେନ୍ଦ୍ର ସରକାର, ଦିଲ୍ଲୀ ସରକାର, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶ ସରକାର ଭାଜପା ଅଧୀନରେ ଥିବା ହେତୁ କୌଣସି ମିଳିତ ପ୍ରତିକାର ନ କରିବା ଯୋଗୁ ଏପରିି ଗୁଜବ ଜନ୍ମ ନେଇପାରୁଛି। ଏଭଳି ମିଥ୍ୟା ପ୍ରଚାର ବିଶ୍ୱସନୀୟ ହୋଇପାରୁ ନାହିଁ, କିନ୍ତୁ ତାହାପଛର ଯୁକ୍ତି ଓ ବାୟୁମଣ୍ଡଳର ସ୍ଥିତି ଦେଖିଲେ ଗୁଜବକୁ ମଧ୍ୟ ଟାଳି ହେଉନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?