ଜମୁଛି ପ୍ରଚାର, ନିଜ ସପକ୍ଷରେ ଭୋଟ୍‌ ଦେବାକୁ ଲୋକଙ୍କୁ ନିବେଦନ କରୁଛନ୍ତି ପ୍ରାର୍ଥୀ

କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଯୋଡ଼ି ଶଙ୍ଖରେ ଭୋଟ୍‌ ଦେବା ପାଇଁ ନଗରପାଳ ନୃପରାଜ ଯାଦବଙ୍କ ନେତୃତ୍ୱରେ ବିଜେଡି କର୍ମୀଙ୍କ ଦ୍ୱାରା ନିର୍ବାଚନୀ ପ୍ରଚାରକୁ ବୁଧବାର ଜୋର୍‌ଦାର କରାଯାଇଛି। ଏଥିରେ ଟାଉନ ସଭାପତି ରମେଶ ପଟ୍ଟନାୟକ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇ କହିଥିଲେ ଯେ,ରାଜ୍ୟ ସରକାର ଅନୁସୂଚିତ ଜାତି, ଜନଜାତିମାନଙ୍କ ବିକାଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଆଦିବାସୀ ଉନ୍ନୟନ ପରିଷଦ ଗଠନ, ଭୁବନେଶ୍ବରରେ ଆଦିବାସୀ ଭବନ ନିର୍ମାଣ ପାଇଁ ଶହେ କୋଟି ଟଙ୍କା ପ୍ରଦାନ, ଅନୁସୂଚିତ ଜାତି, ଜନଜାତି ଛାତ୍ରୀଛାତ୍ରଙ୍କୁ ଷ୍ଟାଇପେଣ୍ଡ ବୃଦ୍ଧି, ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ ପାଇଁ ଏମ୍‌ଏସ୍‌ପି ପ୍ରଦାନ, ୮ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବୋନସ୍‌, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବର୍ଷକୁ ମହିଳାଙ୍କ ପାଇଁ ୧୦ ଲକ୍ଷ ଏବଂ ପୁରୁଷଙ୍କୁ ୫ଲକ୍ଷ ଟଙ୍କା ସହାୟତା, ମିଶନଶକ୍ତି ଜରିଆରେ ମହିଳା ଗୋଷ୍ଠୀଙ୍କ ପାଇଁ ବିନା ସୁଧରେ ୧୦ଲକ୍ଷ ଟଙ୍କା ଋଣ, କାଳିଆ ଯୋଜନା, ବଳିଆ ଯୋଜନାରେ କୃଷକ ଏବଂ ବୁଣାକାରମାନଙ୍କୁ ପ୍ରୋତ୍ସାହନ ରାଶି ସହ ବିନା ସୁଧରେ ଋଣ, ନିର୍ମାଣ ଶ୍ରମିକ ସୁରକ୍ଷା ପାଇଁ ଆର୍ଥିକ ସହାୟତା, ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ସହାୟତା, ୫ଟି ବିଦ୍ୟାଳୟ ମହାବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବ୍ୟବସ୍ଥା, ଅନୁସୂଚିତ ଜାତି ଜନଜାତି ଉନ୍ନୟନ ଯୋଜନା ଉପରେ ଆଲୋକପାତ କରିଥିଲେ। କେସିଙ୍ଗା ସହରର ୧୨ଟି ଓ୍ବାର୍ଡରେ ପାନୀୟଜଳର ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ,ତେଲ ନଦୀ ପାଶର୍‌ବରେ ବିଦ୍ୟୁତ୍‌ ସଂଯୋଗ, ମିନି ଷ୍ଟାଡିୟମ ନିର୍ମାଣ, ଗୋଷ୍ଠୀ ପାଇଖାନା, କଲ୍ୟାଣ ମଣ୍ଡପ ଆଦି ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ସହରରେ ଅନେକ ଯୋଜନା ନିର୍ମାଣ ହୋଇଛି ଏବଂ କେତେକ ଉନ୍ନୟନ କାମ ନିର୍ମାଣାଧୀନ ରହି ଥିବା ବିଷୟରେ ନଗରପାଳ ଓ୍ବାର୍ଡବାସୀଙ୍କୁ ଅବଗତ କରାଇଥିଲେ। ପ୍ରକୃତ ପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁସୂଚିତ ଜାତି/ଜନଜାତିଙ୍କ ସକାଶେ ମଧ୍ୟ କାର୍ଯ୍ୟ କରୁଛନ୍ତି, ଆଗକୁ ମଧ୍ୟ ବିକାଶ ଧାରା ଜାରି ରହିବ କହି ସେ ବିଜେଡିର ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥିନୀ ଲଳିତା ନାଏକ,ଏମ୍‌.ପି.ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ପାଇଁ ଯୋଡ଼ି ଶଙ୍ଖରେ ଭୋଟ୍‌ ଭିକ୍ଷା କରିଥିଲେ। ନଗରପାଳ ନୃପରାଜ ଯାଦବଙ୍କ ନେତୃତ୍ୱରେ କେସିଙ୍ଗା ସହରରେ ଯୋଡ଼ି ଶଙ୍ଖରେ ଭୋଟ୍‌ ଦେବା ପାଇଁ ଏକ ଦଳୀୟ କର୍ମୀଙ୍କୁ ନେଇ ଏକ ପ୍ରଚାର କମିଟି ଗଠନ କରି ଓ୍ବାର୍ଡ ନମ୍ବର ୧,୨,୭,୮,୯,୧୦ରେ ଟାଣ ଖରାକୁ ଖାତିର ନ କରି ଦିନ ରାତିରେ ଭୋଟ୍‌ ଭିକ୍ଷା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ବିହାରୀ କଏଦୀ ଫେରାର ଘଟଣା: ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ

କଟକ,୨୦।୯(ପ୍ରଭୁ କଲ୍ୟାଣ ପାଲ ): ବିହାରୀ କଏଦୀ ଫେରାର ଘଟଣାରେ ଗିରଫ ହେଲେ ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ। ଜେଲ ମିନିଟି ବୁକ୍‌ରେ ଜାଲିଆତି ନେଇ…

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯( ମନ୍ମଥ ମିଶ୍ର ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି…

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍…

ଉଲ୍ଲାସ ପକ୍ଷରୁ ନିଆରା ପ୍ରୟାସ, ୧୮ ରୁ୬୦ ବର୍ଷର ଲୋକଙ୍କୁ ସାକ୍ଷାରତା କରିବ…

କେସିଙ୍ଗା,୨୦ା୯(ତୁମେଶ୍ୱର ସାହୁ): ସମଗ୍ର ରାଜ୍ୟରେ ୧୮ ରୁ ୬୦ବର୍ଷର ଲୋକଙ୍କୁ ସାକ୍ଷରତା କରିବା ପାଇଁ ଉଲ୍ଲାସ ପକ୍ଷରୁ ରବିବାର ପରୀକ୍ଷା ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?