Odisha Elections 2024

ଜମୁଛି ପ୍ରଚାର, ନିଜ ସପକ୍ଷରେ ଭୋଟ୍‌ ଦେବାକୁ ଲୋକଙ୍କୁ ନିବେଦନ କରୁଛନ୍ତି ପ୍ରାର୍ଥୀ

କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଯୋଡ଼ି ଶଙ୍ଖରେ ଭୋଟ୍‌ ଦେବା ପାଇଁ ନଗରପାଳ ନୃପରାଜ ଯାଦବଙ୍କ ନେତୃତ୍ୱରେ ବିଜେଡି କର୍ମୀଙ୍କ ଦ୍ୱାରା ନିର୍ବାଚନୀ ପ୍ରଚାରକୁ ବୁଧବାର ଜୋର୍‌ଦାର କରାଯାଇଛି। ଏଥିରେ ଟାଉନ ସଭାପତି ରମେଶ ପଟ୍ଟନାୟକ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇ କହିଥିଲେ ଯେ,ରାଜ୍ୟ ସରକାର ଅନୁସୂଚିତ ଜାତି, ଜନଜାତିମାନଙ୍କ ବିକାଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଆଦିବାସୀ ଉନ୍ନୟନ ପରିଷଦ ଗଠନ, ଭୁବନେଶ୍ବରରେ ଆଦିବାସୀ ଭବନ ନିର୍ମାଣ ପାଇଁ ଶହେ କୋଟି ଟଙ୍କା ପ୍ରଦାନ, ଅନୁସୂଚିତ ଜାତି, ଜନଜାତି ଛାତ୍ରୀଛାତ୍ରଙ୍କୁ ଷ୍ଟାଇପେଣ୍ଡ ବୃଦ୍ଧି, ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ ପାଇଁ ଏମ୍‌ଏସ୍‌ପି ପ୍ରଦାନ, ୮ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବୋନସ୍‌, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବର୍ଷକୁ ମହିଳାଙ୍କ ପାଇଁ ୧୦ ଲକ୍ଷ ଏବଂ ପୁରୁଷଙ୍କୁ ୫ଲକ୍ଷ ଟଙ୍କା ସହାୟତା, ମିଶନଶକ୍ତି ଜରିଆରେ ମହିଳା ଗୋଷ୍ଠୀଙ୍କ ପାଇଁ ବିନା ସୁଧରେ ୧୦ଲକ୍ଷ ଟଙ୍କା ଋଣ, କାଳିଆ ଯୋଜନା, ବଳିଆ ଯୋଜନାରେ କୃଷକ ଏବଂ ବୁଣାକାରମାନଙ୍କୁ ପ୍ରୋତ୍ସାହନ ରାଶି ସହ ବିନା ସୁଧରେ ଋଣ, ନିର୍ମାଣ ଶ୍ରମିକ ସୁରକ୍ଷା ପାଇଁ ଆର୍ଥିକ ସହାୟତା, ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ସହାୟତା, ୫ଟି ବିଦ୍ୟାଳୟ ମହାବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବ୍ୟବସ୍ଥା, ଅନୁସୂଚିତ ଜାତି ଜନଜାତି ଉନ୍ନୟନ ଯୋଜନା ଉପରେ ଆଲୋକପାତ କରିଥିଲେ। କେସିଙ୍ଗା ସହରର ୧୨ଟି ଓ୍ବାର୍ଡରେ ପାନୀୟଜଳର ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ,ତେଲ ନଦୀ ପାଶର୍‌ବରେ ବିଦ୍ୟୁତ୍‌ ସଂଯୋଗ, ମିନି ଷ୍ଟାଡିୟମ ନିର୍ମାଣ, ଗୋଷ୍ଠୀ ପାଇଖାନା, କଲ୍ୟାଣ ମଣ୍ଡପ ଆଦି ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ସହରରେ ଅନେକ ଯୋଜନା ନିର୍ମାଣ ହୋଇଛି ଏବଂ କେତେକ ଉନ୍ନୟନ କାମ ନିର୍ମାଣାଧୀନ ରହି ଥିବା ବିଷୟରେ ନଗରପାଳ ଓ୍ବାର୍ଡବାସୀଙ୍କୁ ଅବଗତ କରାଇଥିଲେ। ପ୍ରକୃତ ପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁସୂଚିତ ଜାତି/ଜନଜାତିଙ୍କ ସକାଶେ ମଧ୍ୟ କାର୍ଯ୍ୟ କରୁଛନ୍ତି, ଆଗକୁ ମଧ୍ୟ ବିକାଶ ଧାରା ଜାରି ରହିବ କହି ସେ ବିଜେଡିର ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥିନୀ ଲଳିତା ନାଏକ,ଏମ୍‌.ପି.ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ପାଇଁ ଯୋଡ଼ି ଶଙ୍ଖରେ ଭୋଟ୍‌ ଭିକ୍ଷା କରିଥିଲେ। ନଗରପାଳ ନୃପରାଜ ଯାଦବଙ୍କ ନେତୃତ୍ୱରେ କେସିଙ୍ଗା ସହରରେ ଯୋଡ଼ି ଶଙ୍ଖରେ ଭୋଟ୍‌ ଦେବା ପାଇଁ ଏକ ଦଳୀୟ କର୍ମୀଙ୍କୁ ନେଇ ଏକ ପ୍ରଚାର କମିଟି ଗଠନ କରି ଓ୍ବାର୍ଡ ନମ୍ବର ୧,୨,୭,୮,୯,୧୦ରେ ଟାଣ ଖରାକୁ ଖାତିର ନ କରି ଦିନ ରାତିରେ ଭୋଟ୍‌ ଭିକ୍ଷା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି-ଭାଜପା କର୍ମୀ ଗଣ୍ଡଗୋଳ: ୪ ଗିରଫ

ରାଉରକେଲା, ୧୯ା୫(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅନ୍ତର୍ଗତ ଗଙ୍ଗାଧରପାଲି ବସ୍ତି ଅଞ୍ଚଳରେ ହୋଇଥିବା ବିଜେଡି ଓ ଭାଜପା ଗଣ୍ଡଗୋଳ ମାମଲାରେ ରବିବାର ପୋଲିସ ୨ଟି ପୃଥକ...

ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ...

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ବଜ୍ରପାତରେ…

ଆସିକା,୧୯ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଳା କୋଟିନଡା ଥାନା ଅନ୍ତର୍ଗତ ହୁମୁକି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା।...

ଗରମ ପେଜ ପଡ଼ି ପୋଲିଂ କର୍ମଚାରୀ ଆହତ

ଆସିକା/ଧରାକୋଟ,୧୯ା୫(ସୁରେନ୍ଦ୍ର ନାଥ ସାହୁ/ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ମଛାକୋଟ ପଞ୍ଚାୟତର ମଥୁରା ପଦନାପୁର ଗ୍ରାମର ଏକ ବୁଥରେ ଅଘଟଣ ଘଟିଛି।...

ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ

ଧାମନଗର,୧୯।୫(ଦେବେନ୍ଦ୍ର ଆନ୍ଦିଆ)-ଧାମନଗର ବିଧାନସଭା ଆସନ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନ୍‌ରେ ନିର୍ବାଚନ ପ୍ରଚାରକୁ ଜୋରଦାର...

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ନିଆଁ ଲାଗି ଜଳିଗଲା ୨ ବଖରା ଘର: ଲିଭାଇବା ବେଳେ ୨ ଆହତ

ବାସୁଦେବପୁର,୧୯।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ସୁରେଶ୍ୱରପୁର ଗ୍ରାମର ୮ ନଂ. ୱାର୍ଡରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଶାନ୍ତିଲତା ବେହେରାଙ୍କ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri