ଓ୍ବାଶିଂଟନ,୩।୧୧: ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କର୍କଙ୍କ ମୃତ୍ୟୁକୁ କିଛି ମାସ ବିତିନାହିଁ, ଏବେ ତାଙ୍କ ପତ୍ନୀ ଏରିକା କିର୍କଙ୍କ ଖୁବ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କର ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କୁ ଆଲିଙ୍ଗନ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଶିରୋନାମା ପାଲଟିଛି। ଏହି ସମୟରେ, ଏରିକା କିର୍କ ମଧ୍ୟ ଏହି ମାମଲାରେ ତାଙ୍କର ନୀରବତା ଭାଙ୍ଗିଛନ୍ତି।
ଫକ୍ସ ନ୍ୟୁଜ ସହିତ ଏକ ସାକ୍ଷାତକାରରେ, ଏରିକା କହିଛନ୍ତି ଯେ କ୍ୟାମେରା ତାଙ୍କର ପ୍ରତ୍ୟେକ ଗତିବିଧିକୁ ଅନୁସରଣ କରେ, କିନ୍ତୁ ତାଙ୍କ ସ୍ବାମୀଙ୍କ ହତ୍ୟାକୁ ନେଇ କୋର୍ଟ କାର୍ଯ୍ୟ ଚାଲିଥିବା ସମୟରେ କ୍ୟାମେରା ନିଷେଧ କରାଯାଇଛି।
ଏରିକାକଙ୍କ ଅନୁସାରେ, ଯେତେବେଳେ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିଲା, କ୍ୟାମେରା ସବୁଠି ଥିଲା। ମୋର ବନ୍ଧୁ ଏବଂ ପରିବାର ମଧ୍ୟ ନିରନ୍ତର ନଜରରେ ରହିଥିଲେ। କ୍ୟାମେରା ମୋତେ ଘେରି ରହିଛି। ମୋର ପ୍ରତ୍ୟେକ ଗତିବିଧି, ମୋର ପ୍ରତ୍ୟେକ ହସ ଏବଂ ମୋର ପ୍ରତ୍ୟେକ ଲୁହ କ୍ୟାମେରାରେ କଏଦ ହୋଇଛି।
ଏରିକାଙ୍କ ଅନୁସାରେ,
ସବୁକିଛସ୍ବଚ୍ଛ ହେବା ଉଚିତ। ଲୁଚାଇବା ପାଇଁ କିଛି ନାହିଁ। ସମସ୍ତଙ୍କ ପାଇଁ ସବୁକିଛି ବାହାରେ ଅଛି। ଏହା ଏପରି ଏକ ସମୟ ଯାହା ଆଗାମୀ ପିଢ଼ିକୁ ପ୍ରଭାବିତ କରିବ।
ଏହି ସାକ୍ଷାତକାର ସମୟରେ, ଚାର୍ଲି କିର୍କଙ୍କ ଭିଡିଓ ଦେଖିବା ସମୟରେ ଏରିକାଙ୍କ ଆଖି ଲୁହରେ ଭରିଗଲା। ଏରିକା କହିଛନ୍ତି ଯେ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ଟେଲର ରବିନସନଙ୍କ ବିରୋଧରେ ମାମଲା ଚାଲିଥିବା ବେଳେ, କୋର୍ଟ ଗଣମାଧ୍ୟମ କଭରେଜକୁ ନିଷିଦ୍ଧ କରିଛନ୍ତି। କ୍ୟାମେରା ମଧ୍ୟ ନିଷେଧ କରାଯାଇଛି।
ଏହା ଉଲ୍ଲେଖନୀୟ ଯେ, ଏକ କାର୍ଯ୍ୟକ୍ରମରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ପରିଚୟ କରାଇବା ସମୟରେ ଏରିକା କିର୍କ କହିଥିଲେ ଯେ ଜେଡି ଭାନ୍ସ ଏବଂ ତାଙ୍କ ସ୍ବାମୀ ଚାର୍ଲି କିର୍କଙ୍କ ମଧ୍ୟରେ ଅନେକ ସମାନତା ଅଛି। ଏହା ପରେ, କର୍କଙ୍କୁ ଜେଡି ଭାନ୍ସଙ୍କୁ ଆଲିଙ୍ଗନ କରୁଥିବାର ଦେଖାଯାଇଥିଲା, ଯାହା ଏରିକାଙ୍କୁ ବିବାଦରେ ପକାଇଛି।
Dharitri – The Largest & Most Trusted Odia Daily


