ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆସିଥିଲା କଲ୍‌, ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଲେ ପାଦତଳୁ ଖସିଗଲା ମାଟି

ମାଲେସିଆରୁ ଏକ ଭାବପ୍ରବଣ ଖବର ଆସିଛି। ସଡ଼କ ଦୁର୍ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ କୁହାଯାଇଥିଲା। କିନ୍ତୁ ଡ୍ରାଇଭର ଜଣକ ସେଠାରେ ପହଞ୍ଚିବା ପରେ ଯାହା ଦେଖିଲେ ତାଙ୍କ ପାଦତଳୁ ମାଟି ଖସିଗଲା। ପ୍ରକୃତରେ ଏହି ଦୁର୍ଘଟଣାରେ ତାଙ୍କ ନିଜ ପୁଅର ମୃତ୍ୟୁ ଘଟିଥିଲା ଏବଂ ମୃତଦେହ ରାସ୍ତାରେ ବିଛାଡ଼ି ହୋଇପଡ଼ିଥିଲା।

ଏକ ରିପୋର୍ଟ ଅନୁଯାୟୀ, ୪୯ ବର୍ଷୀୟ ଆମ୍ବୁଲାନ୍ସ ଡ୍ରାଇଭର ମହମ୍ମଦ ଇସ୍‌ମାଇଲ ସୁଙ୍ଗାଇ ଟୋଙ୍ଗ ହେଲ୍‌ଥ କ୍ଲିନିକ୍‌ରେ କାମ କରନ୍ତି। ନଭେମ୍ବର ୬ ଅପରାହ୍ନ ୪.୩୦ରେ ଇସମାଇଲ ଏକ ସଡ଼କ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଥିଲେ। ଜରୁରିକାଳୀନ କଲ୍‌ ହେତୁ ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଇସ୍‌ମାଇଲ ଘଟଣାସ୍ଥଳରେ ପହଞ୍ଚିବା ପରେ ସେ ତାଙ୍କ ପୁଅର ମୋଟରସାଇକେଲକୁ ରାସ୍ତାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ କହିଛନ୍ତି , ୨୧ ବର୍ଷ ମଧ୍ୟରେ ମୁଁ ଆମ୍ବୁଲାନ୍ସ ଡ୍ରାଇଭର ଭାବରେ କାମ କରିଛି, ଏହା ପ୍ରଥମ ଥର ପାଇଁ ପରିବାର ସଦସ୍ୟଙ୍କ ପାଇଁ ଆସିବାକୁ ପଡ଼ିଲା। ମୁଁ ସେତେବେଳେ ଯନ୍ତ୍ରଣା କ’ଣ ତାହା ଅନୁଭବ କରିଥିଲି କେବଳ ଆଲ୍ଲା ଜାଣନ୍ତି ।

ତାଙ୍କ ପୁଅ ମହମ୍ମଦ ଆୟମାନ ଏକ ଲୋରି ସହିତ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଖବର ଅନୁଯାୟୀ, ଆୟମାନ କୁଆଲା ନେରସରୁ ସୁଙ୍ଗାଇ ଟୋଙ୍ଗସ୍ଥିତ ଘରକୁ ଫେରୁଥିଲେ। ଏହି ଧକ୍କା ଏକ ପେଟ୍ରୋଲ ପମ୍ପ୍‌ ନିକଟରେ ଘଟିଛି। ଡେପୁଟି ପୋଲିସ ଅଧୀକ୍ଷକ ଆଫାଣ୍ଡି ହୁସେନଙ୍କ ଅନୁଯାୟୀ, ମୁଣ୍ଡରେ ଆଘାତ ଲାଗିଥିବାରୁ ଆୟମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ହୁସେନ କହିଛନ୍ତି, ବାଇକ୍‌ରେ ଯାଉଥିବା ଆୟମାନ ଅନ୍ୟ ଗାଡ଼ିକୁ ଅତିକ୍ରମ କରିବାକୁ ଚେଷ୍ଟା କରି ବିପରୀତ ଦିଗରୁ ଆସୁଥିବା ଏକ ଲୋରି ତାଙ୍କ ଧକ୍କା ହୋଇଥିଲା। ଫଳରେ ଲୋରିଟି ତାଙ୍କ ଉପରେ ଚଢ଼ି ଯାଇଥିବା କୁହାଯାଉଛି। ଏହି ଦୁଘଟଣାରେ ଲୋରି ଡ୍ରାଇଭର ଆହତ ହୋଇନାହାନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

PM ମୋଦିଙ୍କ ଜନ୍ମଦିନକୁ ନେଇ ବଡ଼ ପ୍ରସ୍ତୁତି: ୨୫ ରାଜ୍ୟର CM କରିବେ…

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ଦେଶବ୍ୟାପୀ ଏକ ମାସ ଧରି ଚାଲିବାକୁ ଥିବା ‘ସେବା ସଙ୍କଳ୍ପ’ ଅଭିଯାନ ପାଇଁ…

ଦଶହରାରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୩ ଗୁଣ ବଢ଼ିପାରେ ବୋନସ ଲିମିଟ, ଖାତାକୁ କେତେ ଟଙ୍କା ଆସିବ ଜାଣନ୍ତୁ…

ନୂଆଦିଲ୍‌ଲୀ,୨।୯: ପାର୍ୱଣ ଋତୁ ଆରମ୍ଭ ହେବା ପୂର୍ୱରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇବା ଭଳି ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟାସନାଲ କାଉନସିଲ ଅଫ…

ଭାଗ୍ୟରେ ଲାଗିବ ଚାରିଚାନ୍ଦ! ୭ ସେପ୍ଟେମ୍ବରରୁ ୪ ରାଶିଙ୍କୁ ଅପାର ଧନଲାଭ ସହ ନୂଆ ଚାକିରି ସୁଯୋଗ

ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ରମା ଓ ଗୁରୁଙ୍କ ଯୁତିରୁ ଗଠିତ ହେଉଥିବା ଗଜକେସରୀ ଯୋଗକୁ ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ। ଯେଉଁ ବ୍ୟକ୍ତିଙ୍କ ଜନ୍ମକୁଣ୍ଡଳୀରେ ଏହି…

ଘରେ ବିଲକୁଲ ଫ୍ରି’ରେ ଲାଗିବ ସୋଲାର ପ୍ୟାନେଲ, ସରକାର ଉଠାଇବେ ସବୁ ଖର୍ଚ୍ଚ

ନୂଆଦିଲ୍ଲୀ,୨।୯: ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ସରକାର ଏପରି ଏକ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି, ଯାହା ମାଧ୍ୟମରେ ଏବେ ଛାତ ଉପରେ ସୋଲାର ଲଗାଇବା…

କାର୍‌ ଓଲଟି ଭିତରେ ପଶିଗଲା ପାଣି, ଅଣନିଶ୍ୱାସୀ ହୋଇ ଚାଲିଗଲା…

ପାରାଦୀପ, ୨।୯ (ଶରତ ରାଉତ): ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ତଥା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ ଗେଟ୍‌ ବଜାର ନିକଟରେ ବୁଧବାର ସକାଳେ…

ଆଜି ତୁଳା ରାଶିରେ ଶୁକ୍ରଙ୍କ ପ୍ରବେଶ: ମେଷ ସମେତ ଏହି ୫ ରାଶିର ହେବ ବମ୍ଫର ରୋଜଗାର, ଘଟିବ ଯାହା କେବେ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ପ୍ରେମ, ସୁଖ-ସୁବିଧା, ଧନ, ବୈଭବ ଓ ଐଶ୍ୱର୍ଯ୍ୟର କାରକ ବୋଲି ମନେ କରାଯାଏ। ଶୁକ୍ରଙ୍କ ରାଶି ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି…

ସରପଞ୍ଚଙ୍କ ଗାଁ ରାସ୍ତା ଶୋଚନୀୟ: ପାଦ ଚଲା ରାସ୍ତା ପାଇଁ ବି ନୁହେଁ ଉପଯୋଗୀ

ଗଞ୍ଜାମ,୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ଅବହେଳିତ ଅବସ୍ଥାରେ ଥିବାବେଳେ ଖୋଦ ସରପଞ୍ଚଙ୍କ ଗାଁ ନୀଳାଦ୍ରିପୁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି…

ଟିମ ଇଣ୍ଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସ୍ଥାନ, କାନ୍ଦିଲେ ବଡ଼ ବଡ଼ ଖେଳାଳି!

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଗୋଟିଏ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri