ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା ଗୁରୁତ୍ୱ ଜଣାପଡୁ ନ ଥିବା ଏକ କାର୍ଯ୍ୟର ପରିବର୍ତ୍ତନ ଦ୍ୱାରା ଫଳାଫଳରେ ବଡ଼ ପ୍ରଭାବ ପଡ଼ିଥାଏ ା ବାସ୍ତବରେ ଏହି ଶବ୍ଦର ଉତ୍ପତ୍ତି ପାଣିପାଗ ବିଜ୍ଞାନରେ ହୋଇଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ପାଣିପାଗ ବିଜ୍ଞାନୀ ଏଡ୍‌ଓ୍ବାର୍ଡ ଲୋରେଞ୍ଜ ୧୯୬୦ ଦଶକରେ ଭବିଷ୍ୟତର ପାଣିପାଗ ନିର୍ଣ୍ଣୟ ପାଇଁ ଗୋଟିଏ ମଡେଲ ପ୍ରସ୍ତୁତ କରୁଥିଲେ ା ସେ ଏଥିପାଇଁ ଅନେକ ତଥ୍ୟ ନିବେଶ ଆକାରରେ ନେଇଥିଲେ ା
ପାଣିପାଗ ମଡେଲ ହେଉଛି ଗୋଟିଏ ଜଟିଳ ପ୍ରକ୍ରିୟା ା ସେ ଦେଖିଲେ ଯେ, ନିବେଶଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏର ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ କଲେ ମଧ୍ୟ ମଡେଲର ଫଳାଫଳରେ ବିରାଟ ପରିବର୍ତ୍ତନ ଦେଖାଦେଉଛି ା
ଉଦାହଣ ସ୍ବରୂପ, ସେ ଗୋଟିଏ ସମୀକରଣରେ ୦.୫୦୬୧୨୭ ବଦଳରେ ୦.୫୦୬ ନେବାରୁ ମଡେଲ ଗୋଟିଏ ସମ୍ପୂର୍ଣ୍ଣ ପୃଥକ୍‌ ପାଣିପାଗ ଅବସ୍ଥାର ପୂର୍ବାନୁମାନ ଦେଲା ା ଏଥିରୁ ସେ ଏହାର ସାର୍ବଜନୀନକରି ପ୍ରକାଶକଲେ ଯେ, କୌଣସି ଗତିଶୀଳ ପ୍ରକ୍ରିୟାରେ ପ୍ରାରମ୍ଭିକ ଅବସ୍ଥାରେ ସାମାନ୍ୟ ତ୍ରୁଟି ପରେ ଅନେକ ଗୋଳମାଳ କରିପାରେ ା
୧୯୭୨ରେ ଓ୍ବାଶିଂଟନଠାରେ ‘ଆମେରିକାନ୍‌ ଆସୋସିଏସନ ଫର୍‌ ଦି ଆଡ୍‌ଭାନ୍ସମେଣ୍ଟ ଅଫ୍‌ ସାଇନ୍ସ’ର ଏକ ଅଧିବେଶନରେ ଲୋରେଞ୍ଜ ଗୋଟିଏ ପ୍ରଶ୍ନ ପଚାରିଥିଲେ, ‘ବ୍ରାଜିଲରେ ଗୋଟିଏ ପ୍ରଜାପତି ନିଜର ଡେଣା ହଲାଇଲେ ଟେକ୍‌ସାସ୍‌ରେ ଟର୍ନାଡୋ ହେବ କି ?’ ଏହି ପ୍ରଶ୍ନ ପଚାରି ସେ ଉତ୍ତର ଦେଇଥିଲେ ଯେ, କେତେକ ଜଟିଳ ଗତିଶୀଳ ବ୍ୟବସ୍ଥାର ପ୍ରାରମ୍ଭିକ ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଏହାର ଫଳାଫଳରେ ଅବିଶ୍ୱସନୀୟ ବିରାଟ ପରିବର୍ତ୍ତନ ଆଣିବ ା ପରେ ଏହା ‘ପ୍ରଜାପତି ପ୍ରଭାବ’ ନାମରେ ଜଣାଗଲା।
ପ୍ରଜାପତି ପ୍ରଭାବ କେବଳ ବିଜ୍ଞାନ ଓ ଗଣିତରେ ନୁହେଁ, ଆମର ସାମାଜିକ ଓ ରାଜନୈତିକ ଜୀବନରେ ମଧ୍ୟ ଏହା ଦେଖାଦେଇଥାଏ। ଇତିହାସରେ ଏପରି ଅନେକ ଉଦାହରଣ ଅଛି, ଯେଉଁଠି ଛୋଟ ଜଣାପଡୁଥିବା ଘଟଣାଟିଏ ଜାତୀୟ ଓ ଏପରିକି ଅନ୍ତର୍ଜାତୀୟ ସ୍ତରରେ ଅନେକ ବିପର୍ଯ୍ୟୟ ଆଣିଥାଏ ା ଗୋଟିଏ ସାଧାରଣ ନିର୍ବାଚନ ସମୟରେ ଏକ ଛୋଟ ଇ-ମେଲ୍‌ର ପ୍ରଘଟ ନିର୍ବାଚନର ଫଳାଫଳରେ ବିରାଟ ପରିବର୍ତ୍ତନ ଆଣିଥିବାର ଉଦାହରଣ ରହିଛି ା ସରକାରଙ୍କ କିଛି ଗୋପନୀୟ ଫାଇଲ ଜଣାପଡ଼ି ଦେଶରେ ଆନ୍ଦୋଳନ ଓ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି ା
ବର୍ତ୍ତମାନ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ବିଶ୍ଳେଷଣକଲେ ଏହା ଭଲ ଭାବରେ ଜଣାପଡ଼େ। ଯୁଦ୍ଧର ପ୍ରଥମ ଦିନରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣରେ ଇରାନ୍‌ର ସର୍ବୋଚ୍ଚ ନେତା ଆୟାତୋଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ଏହାର ପ୍ରତିଫଳନ ସୁଦୂର ପାକିସ୍ତାନ ଓ କଶ୍ମୀରରେ ପଡ଼ିଥିଲା। ପାକିସ୍ତାନର ଅନେକ ସହରରେ ଆମେରିକା ଦୂତାବାସ ପ୍ରତି ଆକ୍ରମଣ ଏବଂ କଶ୍ମୀରରେ ଅନେକ ବ୍ୟକ୍ତିଙ୍କ ଶୋଭାଯାତ୍ରା ହେଉଛି ‘ପ୍ରଜାପତି ପ୍ରଭାବ’ର ଏକ ଉଦାହରଣ। ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ସମଗ୍ର ପୃଥିବୀକୁ କରାଯାଉଥିବା ପେଟ୍ରୋଲିୟମ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ରପ୍ତାନିରେ ପ୍ରତିବନ୍ଧକ ପହଞ୍ଚତ୍ଛି ଏବଂ ପ୍ରାୟ ବନ୍ଦ ହୋଇଯାଇଛି କହିଲେ ଚଳେ। ଏହାର ପ୍ରଭାବ ସମଗ୍ର ପୃଥିବୀରେ ପଡ଼ିଛି। ଯୁଦ୍ଧ ପୂର୍ବରୁ ପେଟ୍ରୋଲିୟମ ତୈଳର ମୂଲ୍ୟ ୧ ବ୍ୟାରେଲ ପ୍ରତି ୭୦ ଡଲାର ଥିବାବେଳେ ମାର୍ଚ୍ଚ ୪ର୍ଥ ସପ୍ତାହରେ ଏହା ୧୨୦ ଡଲାରରେ ପହଞ୍ଚତ୍ଛି। ପ୍ରାୟ ପ୍ରତ୍ୟେକ ଦେଶର ଅର୍ଥନୀତିରେ ଏହାର ପ୍ରଭାବ ପଡ଼ିଛି। ଆମ ଦେଶରେ କେତେଜଣ ଲୋକ ପୁଣି କାଠଚୁଲା ଆଡ଼କୁ ଗଲେଣି। ପୂର୍ବରୁ ନିଷେଧ କରାଯାଇଥିବା କୋଇଲା ଚୁଲାକୁ ପୁଣି ଅନୁମତି ଦିଆଯାଉଛି। ଦେଶର ବିଭିନ୍ନ ଅଞ୍ଚଳରେ ସାଧାରଣ ଜନତା ଏବଂ ବିରୋଧୀ ରାଜନୀତିକ ଦଳ ଖାଲି ଗ୍ୟାସ୍‌ ସିଲିଣ୍ଡର ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆଉ କିଛିଦିନ ଯୁଦ୍ଧ ହେଲେ ଆମ ଦେଶ ସମେତ ଅନେକ ଦେଶରେ ଅଶାନ୍ତି ସୃଷ୍ଟିହେବ। ସତେ ଯେପରି ଇରାନ୍‌ରେ ପ୍ରଜାପତି ତା’ର ଡେଣା ହଲାଇ ସମଗ୍ର ପୃଥିବୀର ଅର୍ଥ ବ୍ୟବସ୍ଥାକୁ ଅସ୍ତବ୍ୟସ୍ତ କରିଦେଇଛି।
ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ପ୍ରଜାପତି ପ୍ରଭାବ ଦେଖିବା। ଛାତ୍ରଙ୍କୁ ଶିକ୍ଷକମାନଙ୍କର ଉତ୍ସାହପୂର୍ଣ୍ଣ କେତୋଟି ଶବ୍ଦ ସେମାନଙ୍କର ଭବିଷ୍ୟତରେ ବଡ଼ ପ୍ରଭାବ ପକାଇଥାଏ। ସେହିପରି +୨ ପରୀକ୍ଷା ପରେ ସେମାନଙ୍କର ପରବର୍ତ୍ତୀ ଅଧ୍ୟୟନ ଚୟନ ସେମାନଙ୍କ ଭବିଷ୍ୟତର କ୍ୟାରିୟରକୁ ନିର୍ଦ୍ଧାରଣ କରିଥାଏ। ଜଣେ ଛାତ୍ର ଯଦି ନିଜ ରୁଚି ଅନୁଯାୟୀ ଇଞ୍ଜିନିୟରିଂ ପଢ଼ିବାକୁ ଚାହୁଁଛି, କିନ୍ତୁ ପିତାମାତାଙ୍କ ବାଧ୍ୟବାଧକତାରେ ଡାକ୍ତରୀ ପଢ଼େ, ତାହା ତା’ର ଭବିଷ୍ୟତକୁ ସମ୍ପୂର୍ଣ୍ଣ ରୂପେ ଅଲଗା ରୂପରେ (ଭଲ କିମ୍ବା ଖରାପ) ଗଢ଼ିବ।

ଇଂ. ମାୟାଧର ସ୍ବାଇଁ
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri