ବସ୍‌ଷ୍ଟାଣ୍ଡ ଅଛି, ବସ୍‌ ଆସୁନାହିଁ

ବଲାଙ୍ଗୀର ଅଫିସ, ୨ା୩: ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ଅଦୂରଦର୍ଶିତା ତଥା ବିଚିତ୍ର ନିଷ୍ପତ୍ତି ବଲାଙ୍ଗୀର ସହରର ଚଳଚଞ୍ଚଳ ସରକାରୀ ବସଷ୍ଟାଣ୍ଡକୁ ଏବେ ଜନଶୂନ୍ୟ କରିଦେଇଛି। ଦୂରଦୃଷ୍ଟିର ଅଭାବ ଯୋଗୁ ଯାତ୍ରୀମାନେ କିଭଳି ହନ୍ତସନ୍ତ ହୁଅନ୍ତି ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡ ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି। ଏଠାରେ ବସଷ୍ଟାଣ୍ଡ ତ ରହିଛି, ମାତ୍ର କୌଣସି ବସ ଆସୁ ନ ଥିତ୍ବାରୁ ପ୍ରତିଦିନ ଲୋକେ ଏଠାକୁ ଆସି ହଇରାଣ ହରକତ ହେଉଛନ୍ତି। ଏନେଇ ସ୍ଥାନୀୟ ଜିଲା ପ୍ରଶାସନ ଏବଂ ରାଜ୍ୟ ସଡକ ପରିବହନ ନିଗମ କେବଳ ନୀରବଦ୍ରଷ୍ଟା ସାଜି ଚୁପ୍‌ ବସିଛି। ଗତ ୨୦୨୨ ଜୁଲାଇ ୧ ତାରିଖ ଦିନ ବଲାଙ୍ଗୀର ଆରଟିଓ ଅଫିସ ନିକଟରେ ତିଆରି ହୋଇଥିବା ନୂତନ ବସ ଟର୍ମିନାଲ କାର୍ଯ୍ୟକାରୀ କରାଯାଇଥିଲା। ଏଠାରୁ ଉଭୟ ସରକାରୀ ଓ ଘରୋଇ ବସ ଚଳାଚଳ ଆରମ୍ଭ ହୋଇଥିଲା। ଜିଲାପାଳ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ବସ ଟର୍ମିନାଲ କାର୍ଯ୍ୟକ୍ଷମ ହେବା ପୂର୍ବରୁ ସହରର ମଧ୍ୟସ୍ଥଳରେ ଏକ ସରକାରୀ ବସଷ୍ଟାଣ୍ଡ ଏବଂ ଘରୋଇ ଭଡା ଜାଗାରେ ଏକ ଘରୋଇ ବସଷ୍ଟାଣ୍ଡ କାର୍ଯ୍ୟକାରୀ ହେଉଥିଲା। ବିଶେଷକରି ଘରୋଇ ବସଷ୍ଟାଣ୍ଡରେ ଭିଡ ଏବଂ ଟ୍ରାଫିକ ପରିଚାଳନା ସୁଚାରୁ ରୂପେ ସମ୍ପାଦନ ହେଉ ନ ଥିବାରୁ ଯାତ୍ରୀ ଏବଂ ସହରବାସୀ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଫଳରେ ବସଷ୍ଟାଣ୍ଡ ସ୍ଥାନାନ୍ତରଣ ଦାବି ହୋଇ ଆସୁଥିଲା।

ନୂଆ ବସ ଟର୍ମିନାଲ କାର୍ଯ୍ୟକାରୀ ହେଲା ପରେ ସହର ଭିତରେ ଥିବା ପୁରୁଣା ସରକାରୀ ବସଷ୍ଟାଣ୍ଡକୁ ଆଗଭଳି ଉଭୟ ସରକାରୀ ଏବଂ ଘରୋଇ ବସ ଯିବ ଏବଂ ସେଠାରୁ ମଧ୍ୟ ଯାତ୍ରୀମାନେ ବସରେ ଯିବା ଆସିବା ସୁବିଧା ପାଇପାରିବେ ବୋଲି କୁହାଯାଇଥିଲା। ମାତ୍ର ବସ ଟର୍ମିନାଲ କାର୍ଯ୍ୟକାରୀ ହେବାର କିଛି ଦିନ ମଧ୍ୟରେ ସରକାରୀ ବସଷ୍ଟାଣ୍ଡକୁ ଆଉ ସରକାରୀ କିମ୍ବା ଘରୋଇ ବସ ଯିବା ଆସିବା ବନ୍ଦ କରିଦେଲେ। ଫଳରେ ଯାତ୍ରୀମାନେ ସରକାରୀ ବସଷ୍ଟାଣ୍ଡକୁ ଆସିଲେ ବି ରାସ୍ତାର ଉଭୟ କଡରେ ଠିଆ ହୋଇ ବସକୁ ଅପେକ୍ଷା କରୁଛନ୍ତି। ପିଲାଛୁଆ, ପରିବାର ସଦସ୍ୟ ଏବଂ ବୟସ୍କ ଯାତ୍ରୀମାନେ ଏହାଦ୍ୱାରା ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟ୍ରାଫିକ୍‌ ନିୟନ୍ତ୍ରଣ ନଁାରେ ପାଟଣା ହୋଟେଲ ଛକରୁ କଚେରି ଛକ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶାସନ ୱାନ୍‌ ୱେ ଘୋଷଣା କରି ଡିଭାଇଡର ନିର୍ମାଣ କରିଥିଲେ। ତେବେ ସରକାରୀ ବସଷ୍ଟାଣ୍ଡକୁ ବସ ଯିବା ଆସିବା ପାଇଁ ରାସ୍ତା ଛଡା ଯାଇଥିଲା। ମାତ୍ର ରାତ୍ରୀକାଳୀନ ଭାରୀଯାନ ଗୁଡିକ ଓଣଓସାରିଆ ୱାନ୍‌ ୱେରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା କାରଣରୁ ସରକାରୀ ବସଷ୍ଟାଣ୍ଡ ଭିତର ପ୍ରବେଶ ପଥକୁ ଗୋଟିଏ ପଟ ରାସ୍ତାରୁ ବନ୍ଦ କରି ଦିଆଗଲା ା ଫଳରେ ସୋନପୁର, ବୌଦ୍ଧ, କଟକ, ଭୁବନେଶ୍ୱର ଏବଂ ସମ୍ବଲପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ପଟରୁ ଆସୁଥିବା ବସ ଆଉ ସରକାରୀ ବସଷ୍ଟାଣ୍ଡକୁ ପଶି ପାରିଲେ ନାହିଁ। ଏଭଳି ଭାବେ ବସ ଟର୍ମିନାଲ ଆରମ୍ଭ ହେବାର ମାତ୍ର ୩-୪ ମାସ ଭିତରେ ସରକାରୀ ବସଷ୍ଟାଣ୍ଡ ଅଲୋଡା ଏବଂ ଜନଶୂନ୍ୟ ହୋଇପଡିଛି। ସରକାରୀ ବସଷ୍ଟାଣ୍ଡ ଭିତରେ ଏକ ଟିକଟ କାଉଣ୍ଟର ରହିଛି। ଲୋକେ ଏଠାକୁ ଟିକେଟ କାଟିବାକୁ ଆସୁଛନ୍ତି ା ମାତ୍ର ୨-୩ଟି ଲମ୍ବାରୁଟ୍‌ ବସକୁ ଛାଡିଦେଲେ ଅନ୍ୟ କୌଣସି ବସ ଆସୁ ନ ଥିବାରୁ ଲୋକେ ଘୋର ହଇରାଣ ହରକତ ହେଉଛନ୍ତି। ପ୍ରତିଦିନ ଦୂରଦୂରାନ୍ତର ଯାତ୍ରୀମାନେ ଏଠାକୁ ଆସି ଢ଼େର ସମୟ ଅତିବାହିତ କରିବା ପରେ ସ୍ଥାନୀୟ ଲୋକଙ୍କୁ ପଚାରି ଏହି ବସଷ୍ଟାଣ୍ଡକୁ ବସ ଆସୁ ନ ଥିବା ଜାଣି ପୁଣି ନୂଆ ବସ ଟର୍ମିନାଲକୁ ଯାଉଛନ୍ତି। ଯାତ୍ରୀମାନେ ପ୍ରତିଦିନ ଘୋର ହଇରାଣ ହରକତ ହେଉଥିଲେ ମଧ୍ୟ ଓଏସ୍‌ଆରଟିସି ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ। ବସ ଆସୁ ନ ଥିବାରୁ ବସଷ୍ଟାଣ୍ଡ ଭିତରେ ଚଢ଼ାଦରରେ ଷ୍ଟଲ ଭଡା ନେଇଥିବା ପ୍ରାୟ ୨୦ଟି ଦୋକାନୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏନେଇ ପରିବହନ ମ୍ୟାନେଜର ଅମିତ ମିଶ୍ରଙ୍କୁ ପଚାରିବାରୁ ସେଠାକୁ ବସ ଯାଉଛି ବୋଲି ସେ ଜାଣିଥିବା କହିବା ସହ ଏନେଇ ପଚାରି ବୁଝିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri