ମାସ୍କ ଚେକିଂ ବେଳେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ

ଭଦ୍ରକ ଅଫିସ,୧୫।୪: ମାସ୍କ ଚେକିଂ ବେଳେ ଗୁରୁବାର ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ୩ ବ୍ରାଉନସୁଗାର ବେପାରୀ। ପୋଲିସ ଗିରଫ ବେପାରିଙ୍କଠାରୁ ୧୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଯତୀନ କୁମାର ପଣ୍ଡା ଗୁରୁବାର ଏହି ସୂଚନା ଦେଇଛନ୍ତି। ଗିରଫ ବେପାରୀମାନେ ହେଲେ ପୁରୀ ଜିଲାର ସିତେଶ କୁମାର ପାତ୍ର, ଗ୍ରାମାଞ୍ଚଳ ଥାନା ଅଧୀନ ବଉଳପୋଖରୀର ରବୀନ ଦାଶ ଓ ଉମାକାନ୍ତ ମଲ୍ଲିକ। ଏ ନେଇ ଥାନାରେ ଏକ ମାମଲା (ନଂ.୧୮୧/୨୧) ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ବ୍ୟବସାୟୀମାନେ ବାଲେଶ୍ୱର ଜିଲା ଜଳେଶ୍ୱରରୁ ଏକ କାର୍‌ରେ ଭଦ୍ରକକୁ ବ୍ରାଉନସୁଗାର ଆଣୁଥିଲେ। ୧୬ ନଂ. ଜାତୀୟ ରାଜପଥର ରାଣୀତାଲ ନିକଟରେ ପୋଲିସର ମାସ୍କ ଚେକିଂ ଚାଲିଥିଲା। ପୋଲିସକୁ ଦେଖି କାର୍‌ ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଇଥିଲେ। ହେଲେ ରାଣୀତାଲ ଲେଭଲ କ୍ରସିଂ ନିକଟରେ ରେଳ ଫାଟକ ପଡ଼ିଥିବାରୁ ଗାଡ଼ିଟି ଆଉ ଆଗକୁ ଯାଇପାରି ନ ଥିଲା। ପୋଲିସ ଚଢାଉ କରି ଗାଡ଼ି ଯାଞ୍ଚ କରିଥିଲା। ସେତିକିବେଳେ ମୁଖ୍ୟ ବେପାରୀ କିଛି ବ୍ରାଉନସୁଗାର ଧରି ଦୌଡି ଫେରାର ହୋଇଯାଇଥିଲେ। ପୋଲିସ ୩ ଜଣଙ୍କୁ କାବୁ କରିଥିଲା। ପୋଲିସ କାର ଭିତରୁ ୧୦ ଗ୍ରାମରୁ ଅଧିକ ବ୍ରାଉନସୁଗାର, ଖଣ୍ଡା, ଲାଠି, ୨ଟି ଛୁରୀ ସହ ଗୋଟିଏ ଖେଳନା ବନ୍ଧୁକ ଜବତ କରିଛି। ପୋଲିସ ଫେରାର ମୁଖ୍ୟ ବେପାରୀଙ୍କ ଫଟୋ ଜାରି କରି ଧରିବାକୁ ତନାଘନା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri