ସାଫ୍‌ରେ ଓଡ଼ିଆ କ୍ରୀଡ଼ାବିତ୍‌ଙ୍କ ଚମକ

ଭୁବନେଶ୍ୱର, ୧୫।୯ (ତପନ ସ୍ବାଇଁ): ଚେନ୍ନାଇରେ ଶେଷ ହୋଇଥିବା ଜୁନିୟର ଦକ୍ଷିଣ ଏସୀୟ ଆଥ୍‌ଲେଟିକ୍ସ ଫେଡେରେଶନ୍‌ (ସାଫ୍‌) ଚାମ୍ପିୟନଶିପ୍‌ରେ ଭାରତ ଭଲ ପ୍ରଦର୍ଶନ କରିଛି। ମୋଟ ୪୮ ପଦକ ସହ ଭାରତ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ଓଡ଼ିଶାର ଯୁବ ଖେଳାଳିମାନେ ଭାରତ ପାଇଁ ୫ ପଦକ ହାସଲ କରିଛନ୍ତି। ଓଡ଼ିଶାର ପ୍ରତୀକ ମହାରଣା, ଦଣ୍ଡପତି ମୃତ୍ୟମ୍‌ ଜୟରାମ, ମହେନ୍ଦ୍ର ସାନ୍ତା, ସବିତା ଟପ୍ପୋ ଓ ଲକ୍ଷ୍ମୀ ପ୍ରିୟା କିସାନ ଏଥିରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେମାନେ ୪ଟି ବ୍ୟକ୍ତିଗତ ଓ ଗୋଟିଏ ଦଳଗତ ଇଭେଣ୍ଟରେ ୪ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଯୋଡ଼ିଛନ୍ତି।
ବରଗଡ଼ରେ ଡେଲିଭରି ଏକ୍‌ଜିକ୍ୟୁଟିଭ୍‌ ଭାବେ କାମ କରୁଥିବା ପ୍ରତୀକ କୋଭିଡ୍‌ ମହାମାରୀ ସମୟରେ ଜୀବନ ଓ ଭାଗ୍ୟ ସହ ସଂଘର୍ଷ କରିଥିଲେ। ଜଣେ ଦୌଡ଼କୁଦ ଆଥଲେଟ୍‌ ଭାବେ ବଡ଼ ହୋଇ ଦେଶ ପାଇଁ ଗୌରବ ଅର୍ଜନ କରିବାର ସ୍ବପ୍ନ ଦେଖିଥିଲେ ମଧ୍ୟ ଜୀବନର କଠୋର ବାସ୍ତବତା ତାଙ୍କୁ ପଛକୁ ଠେଲି ଦେଇଥିଲା। ତେବେ ରାଜ୍ୟ ସରକାରଙ୍କ ସହାୟତା ଓ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନରେ ସେ ଟ୍ରାକ୍‌କୁ ଫେରି ସାଫ୍‌ ଜୁନିୟର ଚାମ୍ପିୟନଶିପ୍‌ ପାଇଁ କଠିନ ଅଭ୍ୟାସ କରିଥିଲେ। ଏହାପରେ ସେ ଜୁନିୟର ପୁରୁଷ ୨୦୦ ମିଟର ଓ ୪x୧୦୦ ମିଟର ରିଲେରେ ଭାରତ ପାଇଁ ଗୋଟିଏ ଦିନରେ ୨ଟି ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ। ସେହିପରି ୧୯ ବର୍ଷୀୟ ଜୟରାମଙ୍କ ଜୀବନରେ ଆଗକୁ ବଢ଼ିବା ସହଜ ନ ଥିଲା। କଳାହାଣ୍ଡି ବାସିନ୍ଦା ଏହି ପ୍ରତିଭାସମ୍ପନ୍ନ ଆଥଲେଟ୍‌ଙ୍କ କ୍ରୀଡ଼ା ପ୍ରତି ଆଗ୍ରହ ଥିଲେ ମଧ୍ୟ ଉପଯୁକ୍ତ ପ୍ରଶିକ୍ଷଣ ଅଭାବରୁ କ୍ରିକେଟ୍‌ ସମେତ ବିଭିନ୍ନ କ୍ରୀଡ଼ାକୁ ଆପଣେଇଥିଲେ। କିନ୍ତୁ ଓଡ଼ିଶା ସରକାରଙ୍କ ଏକ ଟ୍ୟାଲେଣ୍ଟ ସ୍କାଉଟ୍‌ କାର୍ଯ୍ୟକ୍ରମରେ ଜିଲା ସ୍ତରୀୟ ଟ୍ରାକ୍‌ରେ ଦୌଡ଼ିବାପରେ ତାଙ୍କ ଭାଗ୍ୟ ବଦଳି ଯାଇଥିଲା। ଏବେ ସେ ଜଣେ ପଦକ ବିଜେତା ଓ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥ୍‌ଲେଟ୍‌ ଭାବେ ପରିଚିତ ହେବା ସହ ନିଜର ପ୍ରଥମ ସାଫ୍‌ ପ୍ରତିଯୋଗିତାରେ ଦେଶ ପାଇଁ ୨ଟି ପଦକ (୧ ରୌପ୍ୟ, ୧ ବ୍ରୋଞ୍ଜ) ଜିତିଛନ୍ତି।
ସାଫ୍‌ କ୍ରୀଡ଼ାରେ ଓଡ଼ିଶାକୁ ମିଳିଥିବା ୫ ପଦକ ମଧ୍ୟରୁ ୨ଟି ମହିଳା କ୍ରୀଡ଼ାବିତ୍‌ ଜିତିଥିଲେ। ଭାରତୀୟ ଦଳରେ ଶେଷ ମୁହୂର୍ତ୍ତରେ ସାମିଲ ହୋଇଥିବା ଓଡ଼ିଶାର ସବିତା ଟପ୍ପୋ ୧୦୦ ମିଟର ହର୍ଡଲ୍ସ ଓ ମହିଳା ୮୦୦ ମିଟର ଦୌଡ଼ରେ ଲକ୍ଷ୍ମୀପ୍ରିୟା କିସାନ ରୌପ୍ୟ ପଦକ ଜିତିଛନ୍ତି। ଉଭୟ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ତୃଣମୂଳସ୍ତରରୁ ଆଥଲେଟମାନଙ୍କୁ ଖୋଜିବା ଓ ବିକଶିତ କରିବା ପାଇଁ ଓଡ଼ିଶା ସରକାର ନେଇଥିବା ପଦକ୍ଷେପ ମାଧ୍ୟମରେ ଭାରତର ପ୍ରତିନିଧିତ୍ୱ କରିବା ସହ ପଦକ ଜିତିଛନ୍ତି। ପ୍ରଶିକ୍ଷକ ମାର୍ଟିନ୍‌ ଓଭେନ୍ସଙ୍କ ତତ୍ତ୍ୱାବଧାନରେ ଜୟରାମ, ମହେନ୍ଦ୍ର ସାନ୍ତା, ସବିତା ଟପ୍ପୋ ଓ ଲକ୍ଷ୍ମୀ ପ୍ରିୟା କିସାନ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେଶନ୍‌ ଆଥ୍‌ଲେଟିକ୍ସ ହାଇ ପର୍‌ଫର୍ମାନ୍ସ ସେଣ୍ଟର, ପ୍ରତୀକ ମହାରଣା ରାଉରକେଲା ବିର୍ସା ମୁଣ୍ଡା ଆଥ୍‌ଲେଟିକ୍ସ ଷ୍ଟାଡିୟମରେ ନିଜ ପ୍ରଶିକ୍ଷକ ଶିବ ମିଶ୍ରଙ୍କ ଅଧୀନରେ ପ୍ରଶିକ୍ଷଣ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?