ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌

ବୌଦ୍ଧ,୫ା୩(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ବୌଦ୍ଧ ଜିଲା ଦେଇ ୧୧୦ କି.ମି. ପରିବ୍ୟାପ୍ତ ଏହି ରେଳପଥ ଯିବାକୁ ଥିବା ବେଳେ କାମ ଆଗେଇ ଚାଲିଛି। ତେବେ ନିମ୍ନମାନର କାମ ଯୋଗୁ ବୌଦ୍ଧ ସଦର ବ୍ଲକ ଅଧୀନ ପୁରୁମୁଣ୍ଡା ଗ୍ରାମ ନିକଟରେ ନିର୍ମାଣାଧୀନ ରେଲଓ୍ବେ ଓଭର ବ୍ରିଜ ଭୁଶୁଡ଼ି ପଡ଼ିଛି। ଏଥିରେ ସୌଭାଗ୍ୟବଶତଃ କେହି ଆହତ ହୋଇନାହାନ୍ତି।
ପ୍ରକାଶ ଯେ, ସଦର ବ୍ଲକ ଖଲିଆପାଲି ପଞ୍ଚାୟତର ପୁରୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପାଖ ଦେଇ ଉକ୍ତ ରେଳଲାଇନ ଯାଉଛି। ତେଣୁ ଉକ୍ତ ପଞ୍ଚାୟତବାସୀଙ୍କ ଯିବା ଆସିବା ପାଇଁ ପୁରୁମୁଣ୍ଡା ନିକଟରେ ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ୩ ମାସ ହେଲା ଚାଲିଛି। ଶୁକ୍ରବାର ଏହି ବ୍ରିଜର ଢଳେଇ ଛାତ ପଡ଼ିଥିଲା। ହେଲେ ୨୪ ଘଣ୍ଟା ନ ପୂରୁଣୁ ତାହା ଭୁଶୁଡି ପଡିବା ଦେଖିବାକୁ ମିଳିଥିଲା। ଜିଲା ପ୍ରଶାସନର ଅବହେଳା ଯୋଗୁ ବ୍ରିଜ କାମ ନିମ୍ନମାନର ହେଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ଜେଇ ଓ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏହାର ପୁନଃନିର୍ମାଣ ଲାଗି ଗ୍ରାମବାସୀ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ବୌଦ୍ଧ ଜିଲାରେ ବର୍ତ୍ତମାନ ପୁରୁଣାକଟକଠାରୁ ମନମୁଣ୍ଡା ପର୍ଯ୍ୟନ୍ତ କାମ ଆରମ୍ଭ ହୋଇଥିବା ବେଳେ ବେସରକାରୀ ଠିକା ସଂସ୍ଥା ଏଆରଏସଏସ କାର୍ଯ୍ୟ କରୁଛି। ଖୋର୍ଦ୍ଧାରୋଡଠାରୁ ନୟାଗଡ଼ର ମହିପୁର ପର୍ଯ୍ୟନ୍ତ ରେଳପଥ ନିର୍ମାଣ ହୋଇ ରେଳ ଗଡି ସାରିଥିବା ବେଳେ ବଲାଙ୍ଗୀର ପଟୁ ୧୯ କି.ମି. ଭଁଇସାପାଲି ପର୍ଯ୍ୟନ୍ତ ରେଳ ଗଡିସାରିଛି। ତେବେ ବେସରକାରୀ ଠିକା ସଂସ୍ଥାର ନିମ୍ନମାନର କାମ ଯୋଗୁ ନିର୍ମାଣାଧୀନ ରେଲୱେ ଓଭର ବ୍ରିଜ ଭୁଶୁଡ଼ିବା ସମସ୍ତଙ୍କୁ ଚକିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାନା କରି ବୁଲୁଛନ୍ତି: ୨୫ ଜଣଙ୍କ ନାମରେ ମାମଲା

ଅନୁଗୋଳ ଅଫିସ୍‌, ୨୫ା୩- କରୋନା ସଂକ୍ରମଣକୁ ରୋକିବା ପାଇଁ ପୂରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଥିଲେ ହେଁ ଅନୁଗୋଳ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଏହି...

ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ସ୍ବାମୀ ଗିରଫ

ନୂଆଗାଁ, ୧୧।୩ (ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର କଇଁଆ ସାହିରେ ମଙ୍ଗଳବାର ସ୍ବାମୀଙ୍କ ଆକ୍ରମଣରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ହେଲେ ଲକ୍ଷ୍ମୀ...

ମହାମାରୀ ତାଲିକାଭୁକ୍ତ ‘ବ୍ଲାକ୍‌ ଫଙ୍ଗସ୍‌’

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ‘ବ୍ଲାକ୍‌ ଫଙ୍ଗସ୍‌’କୁ ରାଜସ୍ଥାନ ଓ ତେଲଙ୍ଗାନା ମହାମାରୀ ଘୋଷଣା କରିବା ପରେ ଓଡ଼ିଶା ସରକାର ଗୁରୁବାର ଏହାକୁ ମହାମାରୀ ଆଇନ-୧୮୯୭ରେ ଅନ୍ତର୍ଭୁକ୍ତ କରିଛନ୍ତି।...

ବାରବାଟୀ ମ୍ୟାଚ୍‌ ବନ୍ଦ ଲାଗି ହାଇକୋର୍ଟରେ ଦାୟର ହେଲା ମାମଲା

କଟକ ଅଫିସ,୧।୬: ଆସନ୍ତା ଜୁନ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା...

ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ

ରାଉରକେଲା ଅଫିସ,୨୭।୬: ଭୁବନେଶ୍ୱର ଇନଫୋସିସ୍‌ ଥାନା ଅଧୀନ ଫ୍ଲାଟ ନଂ-୪୦୧ରେ ଗତ ଫେବୃଆରୀ ୨୮ରେ ରାଉରକେଲାର ଯୁବକ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାର ମୋଡ଼ ବଦଳିଛି।...

ସ୍କୁଲରୁ କମ୍ପ୍ୟୁଟର ଚୋରି କରି ଧରାପଡ଼ିଲେ

ଜୁନାଗଡ଼,୧୯।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରୁ କମ୍ପ୍ୟୁଟର ଚୋରି ଘଟଣାର ରବିବାର ପୋଲିସ ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ପୋଲିସ...

ନନ୍ଦିଘୋଷ ରଥ ଭାଙ୍ଗିଲେ ଲକ୍ଷ୍ମୀ ଠାକୁରାଣୀ

ପୁରୀ ଅଫିସ,୨୮ା୬: ନବଦିନାତ୍ମକ ଯାତ୍ରାରେ ଆସି ଆଡ଼ପମଣ୍ଡପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ନୀତିକାନ୍ତି। ଘୋଷଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ।...

ସ୍ପେଶାଲ ଟ୍ରେନ୍‌ର ସମୟ ପରିବର୍ତ୍ତନ

ଭୁବନେଶ୍ୱର,୭ା୧୨(ବ୍ୟୁରୋ): ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର ସ୍ପେଶାଲ ଏକ୍ସପ୍ରେସ ସମୟରେ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ବରରୁ ଅପରାହ୍ନ ୨ଟା ୧୦ରେ ଛାଡ଼ୁଥିବା ଏହି ଟ୍ରେନ୍‌ ଡିସେମ୍ବର ୫ରୁ ଅପରାହ୍ନ ୧ଟା ୪୦ରେ...

Advertisement
Archives

Model This Week