Posted inଫୁରସତ

ଭଡ଼ାଟିଆ କନ୍ୟା ବାନ୍ଧବୀ

ବାହାଘରେ କନ୍ୟାଙ୍କ ଭଉଣୀ ଓ ବାନ୍ଧବୀମାନଙ୍କର ଏକ ଅଲଗା ସ୍ଥାନ ଥାଏ। ବାହାଘରକୁ ମଜାଦାର ଓ ମସ୍ତିଭରା କରିବାରେ ଏମାନଙ୍କ ଭୂମିକା ଅଧିକ। ବର ଓ ବରର ସାଙ୍ଗମାନେ ଏମାନଙ୍କ ସହ ଥଟ୍ଟାମଜା କରିବା ଯେମିତି ପରମ୍ପରା ପାଲଟି ଗଲାଣି। ବିବାହରେ କନ୍ୟାର ଭଉଣୀ ଓ ବାନ୍ଧବୀମାନଙ୍କୁ ନେଇ କିଛି ପରମ୍ପରା ବି ଜଡ଼ିତ ଅଛି। ଯାହା ମଜାଦାର ହେବା ସହ କନ୍ୟାର ସଖୀମାନେ ଓ ଭଉଣୀ ମୋଟା ଅଙ୍କର ଟଙ୍କା, ପୋଷାକ ବି ପାଇଥାଆନ୍ତି। ଆଉ ଯଦି କନ୍ୟାର ବାନ୍ଧବୀ ନ ଥିବେ, ତେବେ ବାହାଘର ପୂରା ମାନ୍ଦା ହେଇଯାଏ। ତେଣୁ ଯେଉଁ କନ୍ୟାଙ୍କର ବାନ୍ଧବୀ ନାହାନ୍ତି, ସେମାନେ ମନଦୁଃଖ କରିବାର ଆବଶ୍ୟକତା ନାହିଁ। କାରଣ ଆଜିକାଲି ଭଡ଼ାରେ ବାନ୍ଧବୀ ପାଇବାର ସୁବିଧା ଉପଲବ୍ଧ ହେଲାଣି। ସେମାନେ କନ୍ୟାଙ୍କ ବାନ୍ଧବୀ ସାଜି ବାହାଘରକୁ ଯାଇ ଏକ ଖୁସିର ମାହୋଲ ତିଆରି କରିବେ। ଆଉ ତା’ ବଦଳରେ ପାଇବେ ମୋଟା ଅଙ୍କର ଅର୍ଥ। ତା’ସହ ବିବାହରେ ପିନ୍ଧିବା ପାଇଁ ସୁନ୍ଦର ସୁନ୍ଦର ପୋଷାକ ବି ମିଳିବ। ଏବେ ଆମେରିକାରେ ଏହି ଚଳଣି ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?