Posted inଫୁରସତ

ଆନ୍ଧ୍ରପ୍ରଦେଶର ସାଂସ୍କୃତିକ ରାଜଧାନୀ ରାଜମହେନ୍ଦ୍ରୀ

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଅବସ୍ଥିତ ଏକ ପ୍ରାଚୀନ ସହର ହେଉଛି ରାଜମହେନ୍ଦ୍ରୀ; ଯାହାର ପ୍ରାଚୀନ ନାମ ହେଲା ରାଜା ମହେନ୍ଦ୍ର ବରମ୍‌ ବା ରାଜମହେନ୍ଦ୍ରବରମ୍‌। ଏବେ ବି ଏହି ନାମକୁ ଔପଚାରିକ ସରକାରୀ ନାମ ଭାବେ ଏଠାରେ ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳୁଛି। ତେବେ ଏହା ଏମିତି ଏକ ଆକର୍ଷଣୀୟ ସହର, ଯାହା ପବିତ୍ର ଗୋଦାବରୀ ନଦୀର ତଟଦେଶରେ ଅବସ୍ଥିତ। ତା’ଛଡ଼ା ଏହା ଆନ୍ଧ୍ରପ୍ରଦେଶର ସାଂସ୍କୃତିକ ରାଜଧାନୀ ଭାବେ ବି ବେଶ୍‌ ପ୍ରସିଦ୍ଧ। କାରଣ ଏଠାକାର କଳା, ସଂସ୍କୃତି ବେଶ୍‌ ସମୃଦ୍ଧ। ତା’ଛଡ଼ା ଏଠାରେ ରହିଛି ଅନେକ ପ୍ରସିଦ୍ଧ ପ୍ରାଚୀନ ମନ୍ଦିର, ଯାହାକୁ ଦର୍ଶନ କରିବା ପାଇଁ ବର୍ଷସାରା ଏହି ସ୍ଥାନରେ ଭକ୍ତଗଣଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ। ସେହିପରି ଏହି ସହର ଭାରତୀୟ ସ୍ବତନ୍ତ୍ରତା ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା ବୋଲି ସୂଚନା ମଧ୍ୟ ରହିଛି। ତେଣୁ ଏଠାକାର କେବଳ ଇତିହାସ ନୁହେଁ ସାଂସ୍କୃତିକ ଓ ପ୍ରାକୃତିକ ମହତ୍ତ୍ୱ ବି ଏହାକୁ ଏକ ଆଦର୍ଶ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାରେ ବିଶେଷ ସାହାଯ୍ୟ କରିଆସିଛି।

ଏଠାରେ କ’ଣ ରହିଛି ଦେଖିବାକୁ
*ଗୋଦାବରୀ ନଦୀ: ରାଜମହେନ୍ଦ୍ରୀ ବୁଲିବାର ପ୍ରକୃତ ମଜା ବିନା ଗୋଦାବରୀ ନଦୀର ଭ୍ରମଣରେ ପୂରା ହୁଏନା। ଏହା ଦକ୍ଷିଣ ଭାରତର ଏକ ପ୍ରସିଦ୍ଧ ନଦୀ, ଯାହା ରାଜମହେନ୍ଦ୍ରୀ ସହର ମଧ୍ୟ ଦେଇ ପ୍ରବାହିତ ହୋଇଥାଏ। ଅନେକ ପାହାଡ଼ ତଥା ସବୁଜ ବନାନୀର ପାର୍ଶ୍ୱ ଦେଇ ବହି ଯାଉଥିବା ଏହି ନଦୀର ଆକର୍ଷଣ ଏତେ ସୁନ୍ଦର ହୋଇଥାଏ ଯେ, ପର୍ଯ୍ୟଟକ ଆପେ ଆପେ ଆକର୍ଷିତ ହୋଇ ଏହି ନଦୀକୂଳରେ କିଛି ସମୟ ବିତାଇବା ପାଇଁ ଚାଲି ଆସିଥାନ୍ତି। ଆଉ ତାକୁ ହିଁ ଲକ୍ଷ୍ୟ କରି ରାଜମହେନ୍ଦ୍ରୀରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ବୋଟିଂ ଏବଂ କ୍ରୁଜ୍‌ର ବ୍ୟବସ୍ଥା ଉପଲବ୍ଧ ରହିଛି; ଯେଉଁଥିରେ ବସି ପର୍ଯ୍ୟଟକ ଗୋଦାବରୀ ନଦୀ ଏବଂ ତା’ ଆଖପାଖର ସୌନ୍ଦର୍ଯ୍ୟ ତଥା ନଦୀ ଉପରେ ଗଢ଼ି ଉଠିଥିବା ବ୍ରିଜ୍‌ର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିପାରିବେ।

*ପାପୀ ହିଲ୍ସ: ରାଜମହେନ୍ଦ୍ରୀର ଗୋଦାବରୀ ନଦୀତଟରେ ଠିଆ ହୋଇ ଏହି ପର୍ବତର ଶୋଭାକୁ ଉପଭୋଗ କରିବା ବେଶ୍‌ ନିଆରା ଲାଗିଥାଏ। ତା’ଛଡ଼ା ଏହି ପର୍ବତରେ ଅନେକ ରୋମାଞ୍ଚକର କ୍ରୀଡ଼ା ଖେଳିବାର ସୁବିଧା ମଧ୍ୟ ରହିଛି; ଯେଉଁଥିପାଇଁ ପ୍ରକୃତିପ୍ରେମୀଙ୍କ ସମେତ ଦୁଃସାହସିକ ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କର ପ୍ରବଳ ଭିଡ଼ ଏଠାରେ ଦେଖିବାକୁ ମିଳିଥାଏ। କେବଳ ସେତିକି ନୁହେଁ, ଏହି ପର୍ବତ ନିକଟରେ ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ ବି ରହିଛି; ଯାହା ପାପୀକୋଣ୍ଡା ଜାତୀୟ ଉଦ୍ୟାନ ନାମରେ ପରିଚିତ। ପ୍ରାୟ ୧,୦୧୨.୮୬ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢ଼ି ଉଠିଥିବା ଏହି ଜାତୀୟ ଉଦ୍ୟାନରେ ପର୍ଯ୍ୟଟକ ବହୁ ବିରଳ ପଶୁପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇପାରିବେ।

*କାଦିୟାପୁଲଙ୍କ: ପାପୀ ହିଲ୍ସ ପରି କାଦିୟାପୁଲଙ୍କ ବି ହେଉଛି ରାଜମହେନ୍ଦ୍ରୀର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ମୁଖ୍ୟ ସହରରୁ ପ୍ରାୟ ୮ କି.ମି. ଦୂରରେ ଥିବା ଏହା ହେଉଛି ଏକ ଛୋଟ ଗାଁ; ଯେଉଁଠାରେ ବିଶେଷକରି ଚାଷବାସ କରାଯାଇଥାଏ। ମୁଖ୍ୟତଃ ଫୁଲଚାଷ ପାଇଁ ଏହି ସ୍ଥାନର ବେଶ୍‌ ନାଁ ରହିଛି। ଏଠାରେ ଚାଷ କରାଯାଉଥିବା ଫୁଲକୁ ବିଭିନ୍ନ ସ୍ଥାନକୁ ରପ୍ତାନି ମଧ୍ୟ କରାଯାଇଥାଏ। ତା’ଛଡ଼ା ଆଗନ୍ତୁକଙ୍କୁ ଆକର୍ଷିତ କରିବା ପାଇଁ ପ୍ରତିବର୍ଷ ଜାନୁୟାରୀ ମାସରେ ଏଠାରେ ଫୁଲ ମହୋତ୍ସବର ଆୟୋଜନ କରାଯାଉଥିବାର ସୂଚନା ବି ରହିଛି।

* ଆଧ୍ୟାତ୍ମିକ ପୀଠ: ରାଜମହେନ୍ଦ୍ରୀରେ ଅନେକ ଆଧ୍ୟାତ୍ମିକ ପୀଠ ବି ରହିଛି; ଯେଉଁଠାକୁ ଆଗନ୍ତୁକ ବୁଲି ଯାଇ ଅପୂର୍ବ ଶାନ୍ତି ଲଭିପାରିବେ। ତନ୍ମଧ୍ୟରୁ କୋଟିଲିଙ୍ଗେଶ୍ୱର ମନ୍ଦିର, ମାର୍କଣ୍ଡେୟ ମନ୍ଦିର ଇତ୍ୟାଦି ହେଉଛି ପ୍ରମୁଖ।

କଳା, ସଂସ୍କୃତିରେ ନିପୁଣ
ରାଜମହେନ୍ଦ୍ରୀର କଳା, ସଂସ୍କୃତି ସତରେ ଅନନ୍ୟ। ସାହିତ୍ୟ ହେଉ ଅବା ଚିତ୍ରକଳା କିମ୍ବା ହସ୍ତକଳା ଏପରି କି ସଙ୍ଗୀତ ଏବଂ ଅଭିନୟ କ୍ଷେତ୍ରରେ ବି ଏଠାକାର ଅନେକ ବାସିନ୍ଦା ବେଶ୍‌ ନାଁ କରିପାରିଛନ୍ତି। ଏବେ ବି ଏସବୁ କଳା କ୍ଷେତ୍ରରେ କ୍ୟାରିୟର୍‌ କରିବାକୁ ଏଠାକାର ଯୁବପିଢ଼ିଙ୍କୁ ଅନେକ ପ୍ରେରଣା ଦିଆଯାଉଛି। ତେଣୁ ଏଠାକୁ ଗଲେ ଆଗନ୍ତୁକ ଏଠାକାର କଳା, ସଂସ୍କୃତିକୁ ଖୁବ୍‌ ନିକଟରୁ ଜାଣିବାର ସୁଯୋଗ ପାଇପାରିବେ।

କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ପର୍ଯ୍ୟଟକ ଏଠାକୁ ବୁଲି ଯାଇପାରିବେ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ରାଜମହେନ୍ଦ୍ରୀ ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟତମ ରେଳଷ୍ଟେଶନ। ସେହିପରି ରାଜମହେନ୍ଦ୍ରୀ ଏୟାରପୋର୍ଟ ବି ଏଠାରେ ରହିଛି। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଟୁରିଷ୍ଟ ବସ୍‌ ମଧ୍ୟ ଏଠାକୁ ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଏଠାରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?