Posted inଫୁରସତ

ଫୁଲ ପରି ବନ୍ଧାକୋବି

ବନ୍ଧାକୋବି ଖାଇବାକୁ କିଏ ପସନ୍ଦ କରନ୍ତି ତ ଆଉ କିଏ ନୁହେଁ। କିନ୍ତୁ ଏମିତି ଏକ ପ୍ରକାରର ବନ୍ଧାକୋବି ଅଛି, ଯାହାକୁ ଦେଖୁ ଦେଖୁ ଭଲ ପାଇବସିବେ। କାରଣ ତାହା ଦେଖିବାକୁ ଏତେ ସୁନ୍ଦର ଯେ, ତା’ ଉପରୁ ନଜର ହଟେଇ ହେବ ନାହିଁ। ରଙ୍ଗିନ୍‌ ସୁନ୍ଦର ଫୁଲ ପରି ଦେଖିବାକୁ ଏହି ବନ୍ଧାକୋବି। କିଛି କିଛି ତ ବଡ଼ ବଡ଼ ଗୋଲାପ ଫୁଲ ପରି ଲାଗେ। ଏହି ସ୍ବତନ୍ତ୍ର ଧରଣର ବନ୍ଧାକୋବି ଅର୍ନାମେଣ୍ଟାଲ କାବେଜ୍‌ ଭାବେ ପରିଚିତ। ଜାପାନ ହେଉଛି ଏହାର ଜନ୍ମସ୍ଥାନ। ଏହି ଅର୍ନାମେଣ୍ଟାଲ କାବେଜ୍‌ ସାଧାରଣତଃ ଦୁଇ ପ୍ରକାରର। ଅର୍ନାମେଣ୍ଟାଲ କାବେଜ୍‌ ଓ ଅର୍ନାମେଣ୍ଟାଲ କେଲ୍‌। ଅର୍ନାମେଣ୍ଟାଲ କାବେଜ୍‌୍‌ର ପତ୍ର ବଡ଼ ଏବଂ ଓସାରିଆ। କିନ୍ତୁ ଅର୍ନାମେଣ୍ଟାଲ୍‌ କେଲ୍‌ର ପତ୍ର ଅଧିକ କୁଞ୍ଚୁକୁଞ୍ଚତ୍ଆ, ସେଥିରେ ଡିପ୍‌ କଟ୍‌ ଥାଏ। ଉଭୟ ଅର୍ନାମେଣ୍ଟାଲ କାବେଜ୍‌ ଓ କେଲ୍‌ ବାଇଗଣୀ, ଧଳା ଓ ଗୋଲାପୀ ଭଳି ତିନୋଟି ରଙ୍ଗରେ ଦେଖିବାକୁ ମିଳେ। ଏହା ଥଣ୍ଡା ଜଳବାୟୁରେ ଭଲ ବଢ଼ିଥାଏ। ତେବେ ଦେଖିବାକୁ ଖୁବ୍‌ ସୁନ୍ଦର ହେଲେ ହେଁ ଏହା ସାଧାରଣ ବନ୍ଧାକୋବି ପରି ଏତେ ସ୍ବାଦିଷ୍ଠ ନୁହେଁ। ପ୍ରାୟତଃ ପିତା ଲାଗେ। ତେଣୁ ଏହାକୁ କେବଳ ଖାଦ୍ୟ ସଜାଇବା ପାଇଁ ଅଧିକ ବ୍ୟବହାର କରାଯାଏ। ଯଦିଓ ଦୁଇ ଥର ସିଝାଇ ଏହାର ପିତା ଅଂଶ କମ୍‌ କରି ଖାଇହେବ। ତେବେ ଅର୍ନାମେଣ୍ଟାଲ କାବେଜ୍‌ର ଟୋକିଓ ଭେରାଇଟି ସ୍ବାଦିଷ୍ଠ ହୋଇଥାଏ। ସେ ଯାହାବି ହେଉ, ଏହାକୁ ବଗିଚାରେ ଲଗାଇଲେ ଯେ ଘରର ଶୋଭା ବଢ଼ିବ ସେଥିରେ ଦ୍ୱିମତ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri