ଭୋଜିକୁ ନିମନ୍ତ୍ରଣ କରି କନ୍ୟାପକ୍ଷଙ୍କୁ ଅପମାନ  ଦେଲେ ବର, ଶଙ୍ଖା ଖୋଲି ପଳାଇ ଆସିଲେ କନ୍ୟା 

 କୋଟଗଡ଼,୧୩।୬(ଡି. ଏନ.ଏ): ବର ଯୌତୁକରେ ବାଇକ୍‌ ମାଗିବାରୁ ବାପଘରକୁ ପଳେଇ ଆସିଲା ନବବଧୂ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା କୋଟଗଡ ବ୍ଲକ ପାରିଗଡ଼ ପଞ୍ଚାୟତ ସାରୁପାଟା ଗାଁରେ। ଉକ୍ତ  ଗାଁର ଆନ୍ଦୁରୁ ଦିଗାଲଙ୍କ ଝିଅ ଦେବକୀ ଗତ ୯ ତାରିଖରେ ବାଲିଗୁଡା ବ୍ଲକ ବରିକିଆ ଗାଁର ଅର୍ଜୁନ ଦିଗାଲଙ୍କୁ ବିବାହ କରିଥିଲେ। ଆଉ ୧୦ ତାରିଖରେ କନ୍ୟା ପକ୍ଷ ଲୋକେ ବରଘରର ନିମନ୍ତ୍ରଣ କ୍ରମେ ବିବାହ ଭୋଜିକୁ ଯାଇଥିଲେ । ହେଲେ ସେଠାରେ ଅର୍ଜୁନ କନ୍ୟା ପକ୍ଷ ଲୋକଙ୍କୁ ଯୌତୁକରେ ଗୋଟିଏ ବାଇକ ଦେବାକୁ ଦାବି କରିଥିଲେ। କନ୍ୟା ପକ୍ଷ ଲୋକେ ବାଇକ ଦେବାକୁ ଅକ୍ଷମ ବୋଲି କହିବା ପରେ ଅର୍ଜୁନ ରାଗିଯାଇ ତମ ଝିଅକୁ ନେଇଯାଅ ବୋଲି ଅତିଥିଙ୍କ ଆଗରେ କହିଥିଲେ। ବରର ଏଭଳି ବ୍ୟବହାର ଦେଖି ଉପସ୍ଥିତ ଥିବା ନବବଧୂ ଦେବକୀ ହାତରୁ ଶଙ୍ଖା ଓ ବେକରୁ ମଙ୍ଗଳସୂତ୍ର ଖୋଲି ଦେଇ ବାପାଘର ଲୋକଙ୍କ ସହ ଗାଁକୁ ଫେରି ଆସିଥିଲେ।
ଦୀର୍ଘ ଦୁଇ ବର୍ଷ ପୂର୍ବେ ଉଭୟ ପରିବାର ଲୋକଙ୍କ  ଜଣାଶୁଣାରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ଦେବକୀ ଗୋଟିଏ ଅଭାବୀ ଘରର ଝିଅ ହୋଇଥିବା ବେଳେ ବର ଅର୍ଜୁନର ଏଭଳି ଯୌତୁକ ଦାବିକୁ ନବବଧୂ ସହ୍ୟ କରି ନ ପାରି ଏଭଳି ନିଷ୍ପତି ନେଇଥିବା ଦେବକୀ କହିଛନ୍ତି। ବିବାହ ପାଇଁ ପରିବାର ଲୋକେ କେତେ କଷ୍ଟକରି ତାଙ୍କୁ ବାହା ଦେଇଥିଲେ, ହେଲେ ଶ୍ୱଶୁର ଘର ଲୋକେ ନିଜ ପରିବାର ଲୋକଙ୍କୁ ଅପମାନ କରି ସେଠାରୁ ଘଉଡ଼ାଇ ଦେଇଥିବାରୁ ଦେବକୀଙ୍କୁ ଭଲ ଲାଗି ନ ଥିଲା । ଏହି ଘଟଣାକୁ ନେଇ ବାଲିଗୁଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅନ୍ୟପକ୍ଷେ ବରଘର ଲୋକେ ନବବଧୂର ଅଭିଯୋଗକୁ ଖଣ୍ଡନ କରିବା ସହ ଯୌତୁକ ଦାବି କରି ନ ଥିବା କହିଛନ୍ତି ।  ଏହି ଘଟଣାରେ ବରଲୋକେ କନ୍ୟା ପକ୍ଷ ଲୋକଙ୍କୁ କ୍ଷମା ମାଗିବା ସହ ସମ୍ମାନର ସହ ଗ୍ରହଣ କଲେ
ଶ୍ୱଶୁର ଘରକୁ ଯିବା ପାଇଁ ଚିନ୍ତା କରିବେ ବୋଲି ଦେବକୀ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri