ବାହାଘର ଦିନ ସ୍ବାମୀଠାରୁ ୮୦ ହଜାର ଟଙ୍କା ଲୁଟି ଫେରାର୍‌ ହୋଇଥିବା କନ୍ୟା ୯ ମାସ ପରେ…

ଉଜ୍ଜୟୀନ, ୨୬।୯: ମଧ୍ୟପ୍ରଦେଶର ଉଜ୍ଜୟୀନିରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି। ବାହାଘର ଗୋଟିଏ ଦିନ ଫେରାର୍‌ ହୋଇଯାଇଥିବା ଲୁଟେରା କନ୍ୟା ୯ ମାସ ପରେ ନିଜର ଅସଲି ସ୍ବାମୀ ସହ ଧରା ପଡ଼ିଛି। ମିଛ ବିବାହ ନାମରେ ଏହି କନ୍ୟା ବାହାଘର ପରଦିନ ବରଠାରୁ ୮୦ ହଜାର ଟଙ୍କା ଧରି ଫେରାର୍‌ ହୋଇଯାଇଥିଲା। କିନ୍ତୁ ଏହି ଘଟଣାର ୯ ମାସ ପରେ ସେହି ବର ଲୁଟେରା କନ୍ୟାକୁ ତା’ର ଅସଲି ସ୍ବାମୀ ଓ ଏକ ଯୁବତୀ ସହ ଧରିବାରେ ସଫଳ ହୋଇଛି। ଏହି ଲୁଟେରା କନ୍ୟା ଆଉ କେଉଁ ଯୁବକଙ୍କୁ ଚୂନ ଲଗାଇବା ଲକ୍ଷ୍ୟରେ ଥିବା ଜଣାପଡ଼ିଛି।
ଜଣାପଡ଼ିଛି ଯେ, ଉଜ୍ଜୟୀନିରେ ରହୁଥିବା ବସ୍‌ କଣ୍ଡକ୍ଟର ଚନ୍ଦ୍ରଶେଖର ମାଲବୀୟ ୯ ମାସ ତଳେ ଆଶା ନାମକ ଜଣେ ଯୁବତୀଙ୍କ ସହ ବିବାହ ହୋଇଥିଲା। ଏହି ବିବାହ ଚନ୍ଦ୍ର ନାଗର ନାମକ ଜଣେ ମଧ୍ୟସ୍ଥିଙ୍କ ମାଧ୍ୟମରେ ହୋଇଥିଲା। ବିବାହ ପାଇଁ ଆଶା ୮୦ ହଜାର ଟଙ୍କା ଚନ୍ଦ୍ରଶେଖରଙ୍କଠାରୁ ନେଇଥିଲା। କିନ୍ତୁ ବିବାହ ପରଦିନ ଆଶା କୌଣସି ବାହାନା ଦେଖାଇ ପଳାଇ ଯାଇଥିଲା। ଏହାପରେ ଚନ୍ଦ୍ରଶେଖର ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଆଶାଙ୍କ କୌଣସି ଖବର ପାଇ ନ ଥିଲେ। ଠକେଇର ଶିକାର ହୋଇଥିବା ଜାଣି ଚନ୍ଦ୍ରଶେଖର ଓ ତାଙ୍କ ପରିବାର ନାନାଖେଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ତେବେ ଏହି ଘଟଣାର ୯ମ ମାସ ପରେ ଚନ୍ଦ୍ରଶେଖର ସଂଯୋଗବଶତଃ ଗୋଟିଏ ବସରେ ଆଶାଙ୍କୁ ବସିଥିବାର ଦେଖିବାକୁ ପାଇଥିଲେ। ତାଙ୍କ ସହ ଜଣେ ଯୁବତୀ ଓ ଯୁବକ ମଧ୍ୟ ଥିଲେ। ଚନ୍ଦ୍ରଶେଖର ତୁରନ୍ତ ପୋଲିସକୁ ଏନେଇ ଖବର ଦେଇଥିଲେ। ପୋଲିସ ଆଶାଙ୍କ ସମେତ ସେହି ଯୁବକ ଓ ଯୁବତୀଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ସେହି ଯୁବକ ଜଣଙ୍କ ହେଉଛନ୍ତି ଆଶାଙ୍କ ପ୍ରକୃତ ସ୍ବାମୀ। ସ୍ବାମୀ-ସ୍ତ୍ରୀ ପୁଣି କାହାକୁ ଚୂନ ଲଗାଇବା ଚକ୍କରରେ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବେହାଲ ବରଗଡ଼ ସହର, ତଳି ଅଞ୍ଚଳ ଜଳମଗ୍ନ

ବରଗଡ଼,୬।୭,(ପ୍ରେମାନନ୍ଦ ଖମାରୀ): ବିିକଶିତ ବରଗଡ଼ ଲକ୍ଷ୍ୟ ନେଇ ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଛି। ସେଠାରେ ଡ୍ରେନ ନିର୍ମାଣ କରାଯାଇଛି। କେଉଁଠି ଡ୍ରେନ ନିର୍ମାଣ ସରିଛି ତ ଆଉ…

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ।…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri