ବାହାଘର ଦିନ ସ୍ବାମୀଠାରୁ ୮୦ ହଜାର ଟଙ୍କା ଲୁଟି ଫେରାର୍‌ ହୋଇଥିବା କନ୍ୟା ୯ ମାସ ପରେ…

ଉଜ୍ଜୟୀନ, ୨୬।୯: ମଧ୍ୟପ୍ରଦେଶର ଉଜ୍ଜୟୀନିରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି। ବାହାଘର ଗୋଟିଏ ଦିନ ଫେରାର୍‌ ହୋଇଯାଇଥିବା ଲୁଟେରା କନ୍ୟା ୯ ମାସ ପରେ ନିଜର ଅସଲି ସ୍ବାମୀ ସହ ଧରା ପଡ଼ିଛି। ମିଛ ବିବାହ ନାମରେ ଏହି କନ୍ୟା ବାହାଘର ପରଦିନ ବରଠାରୁ ୮୦ ହଜାର ଟଙ୍କା ଧରି ଫେରାର୍‌ ହୋଇଯାଇଥିଲା। କିନ୍ତୁ ଏହି ଘଟଣାର ୯ ମାସ ପରେ ସେହି ବର ଲୁଟେରା କନ୍ୟାକୁ ତା’ର ଅସଲି ସ୍ବାମୀ ଓ ଏକ ଯୁବତୀ ସହ ଧରିବାରେ ସଫଳ ହୋଇଛି। ଏହି ଲୁଟେରା କନ୍ୟା ଆଉ କେଉଁ ଯୁବକଙ୍କୁ ଚୂନ ଲଗାଇବା ଲକ୍ଷ୍ୟରେ ଥିବା ଜଣାପଡ଼ିଛି।
ଜଣାପଡ଼ିଛି ଯେ, ଉଜ୍ଜୟୀନିରେ ରହୁଥିବା ବସ୍‌ କଣ୍ଡକ୍ଟର ଚନ୍ଦ୍ରଶେଖର ମାଲବୀୟ ୯ ମାସ ତଳେ ଆଶା ନାମକ ଜଣେ ଯୁବତୀଙ୍କ ସହ ବିବାହ ହୋଇଥିଲା। ଏହି ବିବାହ ଚନ୍ଦ୍ର ନାଗର ନାମକ ଜଣେ ମଧ୍ୟସ୍ଥିଙ୍କ ମାଧ୍ୟମରେ ହୋଇଥିଲା। ବିବାହ ପାଇଁ ଆଶା ୮୦ ହଜାର ଟଙ୍କା ଚନ୍ଦ୍ରଶେଖରଙ୍କଠାରୁ ନେଇଥିଲା। କିନ୍ତୁ ବିବାହ ପରଦିନ ଆଶା କୌଣସି ବାହାନା ଦେଖାଇ ପଳାଇ ଯାଇଥିଲା। ଏହାପରେ ଚନ୍ଦ୍ରଶେଖର ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଆଶାଙ୍କ କୌଣସି ଖବର ପାଇ ନ ଥିଲେ। ଠକେଇର ଶିକାର ହୋଇଥିବା ଜାଣି ଚନ୍ଦ୍ରଶେଖର ଓ ତାଙ୍କ ପରିବାର ନାନାଖେଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ତେବେ ଏହି ଘଟଣାର ୯ମ ମାସ ପରେ ଚନ୍ଦ୍ରଶେଖର ସଂଯୋଗବଶତଃ ଗୋଟିଏ ବସରେ ଆଶାଙ୍କୁ ବସିଥିବାର ଦେଖିବାକୁ ପାଇଥିଲେ। ତାଙ୍କ ସହ ଜଣେ ଯୁବତୀ ଓ ଯୁବକ ମଧ୍ୟ ଥିଲେ। ଚନ୍ଦ୍ରଶେଖର ତୁରନ୍ତ ପୋଲିସକୁ ଏନେଇ ଖବର ଦେଇଥିଲେ। ପୋଲିସ ଆଶାଙ୍କ ସମେତ ସେହି ଯୁବକ ଓ ଯୁବତୀଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ସେହି ଯୁବକ ଜଣଙ୍କ ହେଉଛନ୍ତି ଆଶାଙ୍କ ପ୍ରକୃତ ସ୍ବାମୀ। ସ୍ବାମୀ-ସ୍ତ୍ରୀ ପୁଣି କାହାକୁ ଚୂନ ଲଗାଇବା ଚକ୍କରରେ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଆଁ କରି ଆସୁଛି ସାପ, ବିଲେଇ ଦେଖି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

ଶହଶହ ବିଷଧର ସାପଙ୍କ ସହ ବ୍ୟକ୍ତି, ଦେଖନ୍ତୁ ଏହି ଭୟଙ୍କର ଭିଡିଓ

କେତେକ ଲୋକ ସାପ ଦେଖି ଡରିଯାଇ ଚିତ୍କାର କରୁଥିବା ବେଳେ ଆଉ କିଛିଲୋକ ସାହସର ସହ ଏମାନଙ୍କୁ ଧରିଥାନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ...

ନିଜ ଦୁନିଆର ସେମାନେ ରାଜା: ଆକାରରେ ଛୋଟ ହେଲେ ବି କାମରେ ବଡ଼…

ସମାଜରେ ସେମାନେ ପରିଚିତ ବାମନଭାବେ। ଭିନ୍ନ ଦୃଷ୍ଟିର ଚାହାଣି ସହ ଅନେକ ସମୟରେ ତାଚ୍ଛଲ୍ୟଭରା ହସ ସତେ ଯେମିତି ତାଙ୍କ ଜୀବନର ଏକ ଅଂଶ। ହେଲେ...

ମାଗଣାରେ ଖାଇବାକୁ ଡେଟ୍‌ରେ ଯାଆନ୍ତି ଯୁବତୀ

କାଲିଫର୍ନିଆ: ବିବାହ ବା ରିଲେଶପଶିପରେ ରହିବା ପୂର୍ବରୁ ପରସ୍ପରକୁ ଜାଣିବା ପାଇଁ ପୁଅ-ଝିଅ ଡେଟିଂରେ ଯାଉଥିବା କଥା କିଛି ନୂଆ ନୁହେଁ। ଅନ୍‌ଲାଇନ୍‌ ଡେଟିଂ ଆପ୍‌ରୁ...

ଅବିବାହିତ ଭାବି ମହିଳାଙ୍କ ସହ ସମ୍ପର୍କ ରଖିବା ବ୍ୟାଙ୍କ ମ୍ୟାନେଜରଙ୍କୁ ପଡ଼ିଲା ମହଙ୍ଗା

ଇନ୍ଦୋର, ୧୯।୧୦: ମଧ୍ୟପ୍ରଦେଶର ଇନ୍ଦୋରରୁ ହନି ଟ୍ରାପ୍‌ର ଏକ ଅନନ୍ୟ ମାମଲା ସାମ୍ନାକୁ ଆସିଛି। ଘରୋଇ କାମ କରୁଥିବା ମହିଳାଙ୍କୁ ଅବିବାହିତ ଭାବି ଜଣେ ବ୍ୟାଙ୍କ...

ସବୁଦିନ ପାଇଁ ବିଦାୟ ନେଲେ ବିଶ୍ୱର ସବୁଠୁ ଡେଙ୍ଗା ବ୍ୟକ୍ତି, ଏମିତି ଥିଲା ତାଙ୍କ ଜୀବନଶୈଳୀ

ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଥିବା ଆମେରିକାର ସବୁଠୁ ଉଚ୍ଚ ବ୍ୟକ୍ତି ଇଗୋର ଭୋଭ୍‌କୋଭିନ୍‌ସ୍କି ମାତ୍ର ୩୮ ବର୍ଷ ବୟସରେ ଦୁନିଆରୁ ସବୁଦିନ ପାଇଁ ବିଦାୟ...

ଛାତ୍ରଙ୍କୁ ଭୁଜାଲିରେ ଆକ୍ରମଣ ଘଟଣା: ଜଣେ ଗିରଫ ସମେତ ୨ ନାବାଳକଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର,୯।୩(ବ୍ୟୁରୋ): ସାମାନ୍ୟ ବଚସାକୁ କେନ୍ଦ୍ରକରି ନୟାପଲ୍ଲୀ ଥାନା ଆଇଆରସି ଭିଲେଜ ସାଇମନ୍ଦିର ନିକଟରେ ଜଣେ ଛାତ୍ରଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ପୋଲିସ ମୁଖ୍ୟ...

ଯେଉଁଠି ପ୍ରତିଘରେ ଜଣେ ମହିଳାଙ୍କର ରହିଛନ୍ତି ଏକାଧିକ ସ୍ବାମୀ

ମହାଭାରତରେ ଦ୍ରୌପଦୀଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ଯାହାଙ୍କର ୫ ଜଣ ସ୍ବାମୀ ଥିଲେ। ହେଲେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସୀମାରେ ଥିବା ଏକ...

Advertisement
Archives

Model This Week