ବ୍ରାହ୍ମଣୀ ନଦୀ ବାମପାଶର୍‌ବ ବନ୍ଧରୁ ଅତଡ଼ା ଖସୁଛି

ପଟ୍ଟାମୁଣ୍ଡାଇ,୧୪ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଅଳପୁଆ ପଞ୍ଚାୟତ ଦାମୋଦରପାଟଣା, ସୁବଳପୁର, ମଣିରାମପୁର ପ୍ରଭୃତି ଗ୍ରାମ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ। ବ୍ରାହ୍ମଣୀ ନଦୀ ବନ୍ଧର ବାମପାର୍ଶ୍ୱର କେତେକ ସ୍ଥାନରୁ କ୍ରମାଗତ ଭାବେ ଅତଡ଼ା ଧସିବାରେ ଲାଗିଛି। ଫଳରେ ପାଖରେ ଥିବା ଚାଷଜମିଗୁଡିକ ନଦୀ ଗର୍ଭରେ ଲୀନହେବାରେ ଲାଗିଛି। ଏଥିଯୋଗୁ ସ୍ଥାନୀୟ ଅଧିବାସୀ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି। ନଦୀବନ୍ଧରୁ ଅତଡ଼ା ଧସୁଥିବାରୁ ସେଠାରେ ପଥର ପ୍ୟାକିଂ ଓ ବୁରୁଜ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବିକରି ଆସୁଛନ୍ତି। ଆଳି ତଟବନ୍ଧ ବାଡ଼ ଡିଭିଜନ କାମ କରିବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ କୌଣସି ପଦକ୍ଷେପ ନେଉନାହିଁ ବୋଲି ଅଭିଯୋଗ ହେଉଛି। ଏଥିଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଗ୍ରାମବାସୀ ରଶ୍ମିରଞ୍ଜନ ବେହେରା କହିଛନ୍ତି, ବ୍ରାହ୍ମଣୀ ନଦୀ କୂଳରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ଅଳପୁଆ ପଞ୍ଚାୟତର ୩ଟି ଗଁା ରହିଛି। ପ୍ରତିବର୍ଷ ନଦୀ କୂଳ ଖାଇବା ଯୋଗୁ ଏହି ୩ ଗଁାକୁ ବିପଦ ଘନାଉଛି। ବନ୍ୟା ସମୟରେ ଉକ୍ତ ୩ ଗଁାର ପାଖାପାଖି ୫ ଶହ ଲୋକଙ୍କ ଆଖିରୁ ନିଦ ହଜିଯାଇଥାଏ। ବିଶେଷକରି ସୁବଳପୁରଠାରୁ ବିଦ୍ରୁପା ପର୍ଯ୍ୟନ୍ତ ପ୍ରାୟ ଦେଢ କି.ମି. ବ୍ୟାପୀ ମନେଇଘାଇ ୫ ଥର ଭାଙ୍ଗିଲାଣି। ଏଥିଯୋଗୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତିି। ଆଳି ତଟବନ୍ଧ ବାଡ଼ ଡିଭିଜନ ଅଧୀନରେ ଥିବା ବ୍ରାହ୍ମଣୀ ଘେରିବନ୍ଧ ସୁଦୃଢ଼ କାମ ବର୍ଷାଋ଼ତୁ ପୂର୍ବରୁ ଏକାନ୍ତ ଜରୁରୀ ହୋଇପଡିଛି। ନଦୀ କୂଳ ଅତଡ଼ା ଖାଇବା ଅଧିକ ବିପଦ ସୃଷ୍ଟି କରୁଛି। ପୂର୍ବତନ ଜିଲା ପରିଷଦ ସଭ୍ୟ ନାରଦ ବିଶ୍ୱାଳ କହିଛନ୍ତି, ବ୍ରାହ୍ମଣୀ ନଦୀର ଦକ୍ଷିଣ ପାଶର୍‌ବ ବନ୍ଧକୁ ପଥର ପ୍ୟାକିଂ କରାଯାଇ ସୁଦୃଢ କରାଯାଉଛି। କିନ୍ତୁ ବାମପାଶର୍‌ବ ନଦୀବନ୍ଧ ଦେଇ ଖାଦାନରୁ ବାଲି ଉଠାଣ ହେଉଛି। ବେଆଇନ ବାଲି ଉଠାଣ ଯୋଗୁ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି। ଏ ସମ୍ପର୍କରେ ବାରମ୍ବାର ତହସିଲଦାରଙ୍କୁ ଅଭିଯୋଗ କରିବା ସହ ଗଣଧାରଣା ମଧ୍ୟ ଦିଆଯାଇଥିଲା। ହେଲେ କେବଳ ପ୍ରତିଶ୍ରୁତି ମିଳିଛି , କିନ୍ତୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ବନ୍ଧ ନଷ୍ଟହେବା ସହ ବନ୍ୟା ସମୟରେ ନଦୀବନ୍ଧ ଭାଙ୍ଗି ଲୋକଙ୍କ ଜୀବନ ଓ ଜୀବିକା ନଷ୍ଟ ହେଉଛି। ତେଣୁ ଏଥିପାଇଁ ଆନ୍ଦୋଳନ କରାଯିବ। ସାମାଜିକ କର୍ମୀ ନରେନ୍ଦ୍ର ଧଳ କହିଛନ୍ତି, ଲଗାଣ ବର୍ଷା ହେଲେ ବ୍ରାହ୍ମଣୀ ନଦୀ ଫୁଲୁଥିବା ବେଳେ କୂଳ ଖାଇ ମାଟି ଅତଡ଼ା ଖସୁଛି। ନଦୀ ଗତିପଥ ପରିବର୍ତ୍ତନ କରି ଗଁା ଆଡ଼କୁ ମାଡି ମାଡ଼ି ଆସୁଛି। ଫଳରେ ଲୋକଙ୍କ ଘରଦ୍ୱାର, ଚାଷଜମି ଲୀନହେବାକୁ ବସିଲାଣି। ସୁବଳପୁର ଗଁାର ୩୦ ପରିବାରଙ୍କ ଢିଅ ପାଖକୁ କୂଳ ଖାଇ ମାଡି ଆସିଛି। ଅଧିକାଂଶ ଲୋକଙ୍କ ଜୀବିକା ଚାଷ ହୋଇଥିଲେ ବି ନଦୀ କୂଳ ଖାଉଥିବାରୁ ଜମିକୁ ପଡ଼ିଆ ପକାଇଛନ୍ତି। କିଛି ବର୍ଷ ତଳେ ଗଁାଠାରୁ ନଦୀ ୩ ଶହ ମିଟର ଦୂରରେ ଥିବାବେଳେ ୨ ବର୍ଷ ହେଲା ମାଟି ଧସି ୫୦ ମିଟରରେ ପହଞ୍ଚତ୍ଛି। ସ୍ଥାନୀୟ ଗ୍ରାମବାସୀ ଗଗନ ମହାଳିକ, ସରୋଜ ଦାସ, ଚନ୍ଦନ ସାହୁ, ରଞ୍ଜିତ ନାୟକ, ରବୀନ୍ଦ୍ର ଯେନା, ଅଭୟ ଦାସ, ବଂଶୀଧର ଦାସ, ପ୍ରଶାନ୍ତ ପଣ୍ଡା, ଶରତ ଦାସ ପ୍ରମୁଖ କହିଛନ୍ତି, ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ ବନ୍ୟା ନିରୋଧକ ବନ୍ଧ ଭିତରେ ବସବାସ କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ମନେଇଘାଇ ଭାଙ୍ଗିବା ଘଟଣା ଲୋକଙ୍କ ମନରୁ ଲିଭିନାହିଁ। ମନେଇଘାଇ ବନ୍ଧ ଭାଙ୍ଗି ଏଠାରେ ବ୍ୟାପକ କ୍ଷତି ଘଟାଇଥିଲା। କେନ୍ଦ୍ରୀୟ ଟିମ୍‌ ପରିଦର୍ଶନରେ ଆସି ତୁରନ୍ତ ଏହାର ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାର ମରାମତି ଏଯାବତ ଆରମ୍ଭ ହେଲା ନାହିଁ। ଆଳି ତଟବନ୍ଧ ବାଡ଼ ଡିଭିଜନ ଅଧୀନରେ ଥିବା ବ୍ରାହ୍ମଣୀ ଘେରିବନ୍ଧ ଅବସ୍ଥା ବର୍ଷାଋ଼ତୁ ପୂର୍ବରୁ ମରାମତି ଏକାନ୍ତ ଜରୁରୀ ହୋଇପଡିଛି। ନଦୀ କୂଳରୁ ଅତଡ଼ା ଖାଇବା ଘଟଣା ଅଧିକ ବିପଦ ସୃଷ୍ଟି କରୁଛି। ଏ ସମ୍ପର୍କରେ ଆଳି ତଟବନ୍ଧ ବାଡ଼ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ ଦାଶଙ୍କୁ ପଚାରିବାରେ ଏଭଳି ଘଟଣା ସଂକ୍ରାନ୍ତରେ ଅବଗତ ନାହଁି। ଏହି କାର୍ଯ୍ୟ ପାଇଁ ଏସ୍‌ଡିଓଙ୍କୁ କହିବି, ବ୍ୟୟ ବରାଦ କରାଯାଇ କାର୍ଯ୍ୟ ହାତକୁ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?