ପ୍ରେମିକାଙ୍କ ଘର ଫ୍ୟାନ୍‌ରେ ଝୁଲୁଛି ପ୍ରେମିକଙ୍କ ମୃତଦେହ

ବ୍ରହ୍ମଗିରି, ୨୬।୫(ଡି.ଏନ.ଏ.) : ପୁରୀ ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାହୁପଡ଼ା ଗ୍ରାମରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମିକାଙ୍କ ଘରେ ପ୍ରେମିକଙ୍କର ମୃତ୍ୟୁ ଘଟିଛି। ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିବା ପରେ ପ୍ରେମିକଙ୍କ ପରିବାରଲୋକେ ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ପୋଲିସ ଗୁରୁବାରପ୍ରେମିକାଙ୍କ ପରିବାରର ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାନୁଯାୟୀ, ସାହୁପଡା ଗ୍ରାମର ସୂର୍ଯ୍ୟକାନ୍ତ ପରିଡା ଏବଂ ଉକ୍ତ ଗ୍ରାମର ଜଣେ ଝିଅ ପରସ୍ପରକୁ ଭଲ ପାଇ ଆସୁଥିଲେ। ହେଲେ ଝିଅଙ୍କ ପରିବାରଲୋକେ ସମ୍ପର୍କକୁ ବିରୋଧ କରି ଆସୁଥିଲେ। ବୁଧବାର ସୂର୍ଯ୍ୟଙ୍କୁ ଝିଅଙ୍କ ପରିବାରଲୋକେ ଘରକୁ ଡାକିଥିଲେ। ହେଲେ ସେ ନ ଫେରିବାରୁ ସୂର୍ଯ୍ୟଙ୍କ ପରିବାରଲୋକେ ଖୋଜାଖୋଜି କରିଥିଲେ। ମାତ୍ର ସେ ପ୍ରେମିକା ଘର ଭିତରେ ଥିବା ଫ୍ୟାନରେ ଝୁଲୁଥିବା ନେଇ ସେମାନଙ୍କୁ ଖବର ମିଳିଥିଲା। ପରେ ସେମାନେ ଗ୍ରାମବାସୀଙ୍କ ସହାୟତାରେ ଝିଅ ପରିବାରଲୋକଙ୍କୁ ଅଟକ ରଖି ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରେମିକାଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ଆଣି ଥାନାରେ ଅଟକ ରଖିଛି । ଘଟଣାକୁ ୧୨ ଘଣ୍ଟାରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ ସେଠାରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ନାହିଁ କି ପୋଲିସ ମୃତଦେହକୁ ଜବତ କରିନାହିଁ। ଏପଟେ ମୃତ ପ୍ରେମିକଙ୍କ ଫଟୋ ଏବେ ଭାଇରାଲ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରିଯାନ ଚଳାଚଳ ନେଇ ସମୟ ଧାର୍ଯ୍ୟ

ଯୋଡ଼ା,୧ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା, ବଡ଼ବିଲ ଓ ଚମ୍ପୁଆ ଅଞ୍ଚଳରେ ହେଉଥିବା ଟ୍ରାଫିକ ସମସ୍ୟା ଉତ୍କଟ ହେଉଛି। ଏହାକୁ ନଜରରେ ରଖି ଜିଲା ପ୍ରଶାସନ...

କୋଭିଡ୍‌ ପଜିଟିଭ୍‌ ହେବା ମାତ୍ରେ ତରବର ହୋଇ ହସ୍ପିଟାଲ ଆସନାହିଁ; ଗୁରୁତର ହେଲେ ଆମ୍ବୁଲାନ୍ସ ଆଣିବ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଏବେ ସ୍ଥିତି ନିୟନ୍ତ୍ରଣରେ। ହେଲେ ଆଗକୁ କ’ଣ ହେବ ତାହା କହିବା କଷ୍ଟକର। କିଛି ଏଭଳି ଢ଼ଙ୍ଗରେ ଆଗାମୀ ଦିନରେ ଆସୁଥିବା ବିପଦ ନେଇ...

ପଦାକୁ ଆସୁଛି ବ୍ରାଉନ୍‌ସୁଗାର ଡିଲରଙ୍କ କଳାସମ୍ପତ୍ତି: ରାଜାଙ୍କ ବିଳାସପୂର୍ଣ୍ଣ ଫ୍ଲାଟ୍‌ ସିଲ

ଭୁବନେଶ୍ୱର/ ବାଲେଶ୍ୱର ଅଫିସ, ୨୪।୯(ବ୍ୟୁରୋ): ଡ୍ରଗ୍ସ ଡିଲର ତଥା ବ୍ରାଉନସୁଗାର ଚୋରା ଚାଲାଣ ର଼୍ୟାକେଟର କିଙ୍ଗ୍‌ପିନ୍‌ ସେକ୍‌ ରାଜାଙ୍କ କଳାସାମ୍ରାଜ୍ୟର ଗୁମର ଧୀରେ ଧୀରେ ଖୋଲିବାରେ...

ବିଦେଶ ଯାଇଥିବା କର୍ମଚାରୀଙ୍କୁ ଅଫିସ ମନା

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): ଇଟାଲୀରୁ ଫେରିଥିବା ଯୁବକ ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ବୋଲି ଚିହ୍ନଟ ପରେ ବିଦେଶୀ ଓ ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର...

୧୨ ଗ୍ରାମ ବ୍ରାଉନସୁଗାର ଜବତ: ମହିଳା ଗିରଫ

ପୁରୀ ଅଫିସ, ୬ା୮: କୁମ୍ଭାରପଡ଼ା ଥାନା ଅଧୀନ ନରେନ୍ଦ୍ରକୋଣ ଏବଂ ଦେବୀଘାଟ ଅଞ୍ଚଳ ନିଶା କାରବାରର ପେଣ୍ଠସ୍ଥଳ ପାଲଟିଛି। ନାବାଳକ ଓ ମହିଳାମାନଙ୍କ ଜରିଆରେ ଏହି...

ସୁବର୍ଣ୍ଣରେଖାରେ ପୁଣି ବନ୍ୟା -୨୫ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୋଗରାଇ, ୨୪।୯(ଡି.ଏନ.ଏ.)-ସୁବର୍ଣ୍ଣରେଖା ଉପରମୁଣ୍ଡ ରାଞ୍ଚତ୍ ମାଳଭୂମି ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହୁଥିବାରୁ ପ୍ରବଳ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଚାନ୍ଦିଲି ଡ୍ୟାମ୍‌ ସହିତ ଗାଲୁଡିହି,...

ରଥ ନିର୍ମାଣ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍‌

ପୁରୀ ଅଫିସ, ୯।୫: ରଥ ନିର୍ମାଣ କାର୍ଯ୍ୟକୁ କିପରି ତ୍ୱରାନ୍ବିତ କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ରଥ ନିର୍ମାଣକାରୀଙ୍କ...

ଭୁବନେଶ୍ୱରରୁ ଜାମଶେଦପୁର ବିମାନସେବା ଆରମ୍ଭ

ଭୁବନେଶ୍ୱର, ୩୧।୧(ବ୍ୟୁରୋ) – ଭୁବନେଶ୍ୱରରୁ ଝାଡ଼ଖଣ୍ଡର ଜାମଶେଦପୁରକୁ ଦୈନିକ ବିମାନସେବା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଇଣ୍ଡିଆ ଓ୍ବାନ୍‌ ଏୟାର ପକ୍ଷରୁ ଏହି ସେବା ପ୍ରଦାନ କରାଯାଉଛି।...

Advertisement
Archives

Model This Week