କୋଭିଡ୍‌ ହସ୍ପିଟାଲରେ ପଡ଼ିରହିଲା ମୃତଦେହ

ରାୟଗଡ଼ା ଅଫିସ,୧୮।୪: ରାୟଗଡ଼ା ଜିଲା ଜେକେପୁରସ୍ଥିତ କୋଭିଡ୍‌ ହସ୍ପିଟାଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲରେ ଅସ୍ଥାୟୀଭାବେ ନିୟୋଜିତ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳି ନ ଥିବାରୁ ସେମାନେ ରବିବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ କରୋନାରେ ମୃତ୍ୟୁ ଘଟିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ମେଡିକାଲ ପରିସରରେ ଦୀର୍ଘ ସମୟ ଧରି ପଡ଼ି ରହିଥିଲା। ଶେଷରେ ପ୍ରଶାସନର ହସ୍ତକ୍ଷେପ ପରେ ପୌର କାର୍ଯ୍ୟାଳୟର କର୍ମଚାରୀ ମୃତଦେହ ଉଠାଇଥିଲେ। ପ୍ରଶାସନିକ ଉଦାସୀନତା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ସିଡିଏମ୍‌ଓ ଆର୍ତ୍ତବନ୍ଧୁ ନାୟକ କହିଛନ୍ତି, କର୍ମଚାରୀଙ୍କ ସମସ୍ୟା ନେଇ ଆଲୋଚନା ହୋଇଛି। ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି। ସେହିପରି ସୋମବାର ଅସ୍ଥାୟୀ କର୍ମଚାରୀଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘାସ ବିକ୍ରିରେ ବଞ୍ଚିଛି ସଂସ୍ଥା

ବାରିପଦା ଅଫିସ,୭ା୮-ମୟୂରଭଞ୍ଜ ଜିଲା ବାରିପଦା ସଦର ଉପକଣ୍ଠରେ ରହିଛି ଏସିଆର ସର୍ବବୃହତ ଷଣ୍ଢ ପାଳନ କେନ୍ଦ୍ର। ପୂର୍ବରୁ ଏଠାରେ ଗୋ-ପ୍ରଜନନ ଓ ଦୁଗ୍ଧ ଉତ୍ପାଦାନ କେନ୍ଦ୍ର...

ପାଲଲହଡ଼ା ନିର୍ବାଚନ ମଣ୍ଡଳୀ: ୪ୟ ରାଉଣ୍ଡ ସୁଦ୍ଧା ମୁକେଶ ପାଲ ଆଗରେ

ପାଲଲହଡ଼ା,୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୧୬୩୦ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ମୁକେଶ ୩୧୬୭ ଖଣ୍ଡ...

କରୋନା ଆକ୍ରାନ୍ତ ହୋଇ ବାହାରେ ବୁଲୁଛନ୍ତି ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): କରୋନା ସଂକ୍ରମିତ ହୋଇ ବି ବାହାରେ ବୁଲୁଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ବୁଧବାର ସେ କୋଭିଡ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ହେଲେ...

ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟିନେଲେ

ବାରିପଦା ଅଫିସ/ବୈଶିଙ୍ଗା,୧୧ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବଡ଼ସାହି-ମାଣତ୍ରୀ ରାସ୍ତାର ମାଳହାତୀଠାରେ ଥିବା ଇଣ୍ଡିଆନ ଅଏଲ୍‌ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ କିଛି ଦୃର୍ବୃତ୍ତ ବନ୍ଧୁକ ଦେଖାଇ ୭ହଜାର ଟଙ୍କା...

କରୋନା ବିରୋଧୀ ଲଢ଼େଇର ପ୍ରମୁଖ ଅସ୍ତ୍ର: ମୁଁ ଟିକା ନେଇଛି

ଛତ୍ରପୁର,୨।୮(ଡି.ଏନ୍‌.ଏ.): ମୁଁ ଟିକା ନେଇଛି। ଗଞ୍ଜାମ ଜିଲାର ବୁଲା ବିକାଳୀମାନେ ନିଜ ଝୁଡି ଓ ଠେଲା ଆଗରେ ଏମିତି ଲେଖିଛନ୍ତି। କରୋନା ବିରୋଧୀ ଲଢ଼େଇରେ ଟିକା...

ଭୁବନେଶ୍ୱରରେ ଆଉ ୮୯ ପଜିଟିଭ୍‌

ଭୁବନେଶ୍ୱର,୩।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ସୋମବାର ଆଉ ୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୮୯ ଚିହ୍ନଟଙ୍କ ମଧ୍ୟରେ ୬୫ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୨୪ ଲୋକାଲ କଣ୍ଟାକ୍ଟ...

ଭିଜିଲାନ୍ସ ଜାଲରେ ଜିଲା କୃଷି ଅଧିକାରୀ

ମାଲକାନଗିରି,୧୫।୩(ଡି.ଏନ୍‌.ଏ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲା କୃଷି ଅଧିକାରୀ ଏମ. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ମାଲକାନଗିରିସ୍ଥିତ...

କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ: କୁକୁଡ଼ା ବୋହିନେଲେ ଲୋକେ

ପାଟଣା,୨୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରେଙ୍ଗାଳବେଡ଼ା ୪୯ ନଂ ଜାତୀୟ ରାଜପଥ ନିକଟ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ବ୍ରଏଲର କୁକୁଡ଼ା ବୋଝେଇ ପିକ୍‌ଅପ...

Advertisement
Archives

Model This Week