ଟ୍ରଲିରେ ବୁହାହେଲା ଯୁବକଙ୍କ ମୃତଦେହ

ବରୀ,୧୮।୯(ଡି.ଏନ.ଏ.): ରାଜ୍ୟ ସରକାର ଲୋକଙ୍କ ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଏହି ଯୋଜନା ଅନେକ ସ୍ଥାନରେ ପହଞ୍ଚତ୍ ପାରୁନାହିଁ। ଯାହାର ଏକ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି ଯାଜପୁର ଜିଲାର ବରୀ ବ୍ଲକ ଅଞ୍ଚଳରେ। ବନ୍ୟା ସ୍ରୋତରେ ଭାସିଯାଇ ମୃତ୍ୟୁବରଣ କରିଥିବା ଉକ୍ତ ବ୍ଲକ ଅଧୀନ ଇଶାଣପୁର ପଞ୍ଚାୟତ ଶଙ୍କରାକୁଳ ଗ୍ରାମର ରଞ୍ଜନ କୁମାର କର(୩୯)ଙ୍କ ମୃତଦେହକୁ ପୋଲିସ ଟ୍ରଲିରେ ବୋହି ନେଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଅନେକ ବୁଦ୍ଧିଜୀବୀ ଏହାକୁ ନିନ୍ଦା କରିବା ସହ ଏଥିପାଇଁ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି।
ସୂଚନା ଅନୁସାରେ, ୩ ଦିନ ତଳେ ରଞ୍ଜନ ସ୍ଥାନୀୟ ବଜାରକୁ ଆସିଥିଲେ ମଧ୍ୟ ଘରକୁ ଫେରି ନ ଥିଲେ। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ସ୍ଥାନୀୟ ଇଶାଣପୁର ପାଟରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ବରୀ ରାମଚନ୍ଦ୍ରପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ସ୍ଥାନୀୟ ଯୁବକଙ୍କ ସହାୟତାରେ ମୃତଦେହ ଜବତ କରିଥିଲା। ମାତ୍ର ମୃତଦେହ ଆଣିବା ପାଇଁ ଘଟଣା ସ୍ଥଳକୁ ମହାପ୍ରୟାଣ କିମ୍ବା ଆମ୍ବୁଲାନ୍ସ ଆସି ନ ଥିଲା। ଫଳରେ ପୋଲିସ କର୍ମଚାରୀମାନେ ଏକ ଟ୍ରଲି ଯୋଗେ ମୃତଦେହକୁ ବୋହି ନେଇଥିଲେ। ଏହି ଘଟଣା ଦେଖିବା ପରେ ସରକାରଙ୍କ ବିକାଶର ଧାରା ବରୀରେ ଅପହଞ୍ଚ ବୋଲି ସାଧାରଣରେ ଆଲୋଚିତ ହେଉଛି। ପ୍ରଶାସନିକ ଅଧିକାରୀ ମୃତଦେହ ନେବା ପାଇଁ କାହିଁକି ବ୍ୟବସ୍ଥା କଲେନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ କିଛି ଦିନ ପୂର୍ବେ ବ୍ଲକ ଅଧୀନ ଭବାନୀପୁର ଗ୍ରାମକୁ ଆମ୍ବୁଲାନ୍ସ ନ ଆସିବାରୁ ଜଣେ ପ୍ରସୂତି ଗଛମୂଳେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ବିଭିନ୍ନ ସମୟରେ ଏଭଳି ଅବହେଳା କରାଯାଉଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଏ ସମ୍ପର୍କରେ ବରୀ ଏବିଡିଓ ମହେଶ୍ୱର ସେଠୀ କହିଛନ୍ତି, ମୃତଦେହ ମିଳିବା ସମ୍ପର୍କରେ ଖବର ମିଳିଥିଲା। ହେଲେ ତାହାକୁ କିପରି ଅଣାଯିବ ସେ ସମ୍ପର୍କରେ ସେଠାରେ ଥିବା ପୋଲିସ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଅବଗତ କରାଇ ନ ଥିଲେ। ସେମାନେ ନିଜ ଉଦ୍ୟମରେ ଏପରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri