ଟ୍ରଲିରେ ବୁହାହେଲା ଯୁବକଙ୍କ ମୃତଦେହ

ବରୀ,୧୮।୯(ଡି.ଏନ.ଏ.): ରାଜ୍ୟ ସରକାର ଲୋକଙ୍କ ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଏହି ଯୋଜନା ଅନେକ ସ୍ଥାନରେ ପହଞ୍ଚତ୍ ପାରୁନାହିଁ। ଯାହାର ଏକ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି ଯାଜପୁର ଜିଲାର ବରୀ ବ୍ଲକ ଅଞ୍ଚଳରେ। ବନ୍ୟା ସ୍ରୋତରେ ଭାସିଯାଇ ମୃତ୍ୟୁବରଣ କରିଥିବା ଉକ୍ତ ବ୍ଲକ ଅଧୀନ ଇଶାଣପୁର ପଞ୍ଚାୟତ ଶଙ୍କରାକୁଳ ଗ୍ରାମର ରଞ୍ଜନ କୁମାର କର(୩୯)ଙ୍କ ମୃତଦେହକୁ ପୋଲିସ ଟ୍ରଲିରେ ବୋହି ନେଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଅନେକ ବୁଦ୍ଧିଜୀବୀ ଏହାକୁ ନିନ୍ଦା କରିବା ସହ ଏଥିପାଇଁ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି।
ସୂଚନା ଅନୁସାରେ, ୩ ଦିନ ତଳେ ରଞ୍ଜନ ସ୍ଥାନୀୟ ବଜାରକୁ ଆସିଥିଲେ ମଧ୍ୟ ଘରକୁ ଫେରି ନ ଥିଲେ। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ସ୍ଥାନୀୟ ଇଶାଣପୁର ପାଟରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ବରୀ ରାମଚନ୍ଦ୍ରପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ସ୍ଥାନୀୟ ଯୁବକଙ୍କ ସହାୟତାରେ ମୃତଦେହ ଜବତ କରିଥିଲା। ମାତ୍ର ମୃତଦେହ ଆଣିବା ପାଇଁ ଘଟଣା ସ୍ଥଳକୁ ମହାପ୍ରୟାଣ କିମ୍ବା ଆମ୍ବୁଲାନ୍ସ ଆସି ନ ଥିଲା। ଫଳରେ ପୋଲିସ କର୍ମଚାରୀମାନେ ଏକ ଟ୍ରଲି ଯୋଗେ ମୃତଦେହକୁ ବୋହି ନେଇଥିଲେ। ଏହି ଘଟଣା ଦେଖିବା ପରେ ସରକାରଙ୍କ ବିକାଶର ଧାରା ବରୀରେ ଅପହଞ୍ଚ ବୋଲି ସାଧାରଣରେ ଆଲୋଚିତ ହେଉଛି। ପ୍ରଶାସନିକ ଅଧିକାରୀ ମୃତଦେହ ନେବା ପାଇଁ କାହିଁକି ବ୍ୟବସ୍ଥା କଲେନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ କିଛି ଦିନ ପୂର୍ବେ ବ୍ଲକ ଅଧୀନ ଭବାନୀପୁର ଗ୍ରାମକୁ ଆମ୍ବୁଲାନ୍ସ ନ ଆସିବାରୁ ଜଣେ ପ୍ରସୂତି ଗଛମୂଳେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ବିଭିନ୍ନ ସମୟରେ ଏଭଳି ଅବହେଳା କରାଯାଉଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଏ ସମ୍ପର୍କରେ ବରୀ ଏବିଡିଓ ମହେଶ୍ୱର ସେଠୀ କହିଛନ୍ତି, ମୃତଦେହ ମିଳିବା ସମ୍ପର୍କରେ ଖବର ମିଳିଥିଲା। ହେଲେ ତାହାକୁ କିପରି ଅଣାଯିବ ସେ ସମ୍ପର୍କରେ ସେଠାରେ ଥିବା ପୋଲିସ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଅବଗତ କରାଇ ନ ଥିଲେ। ସେମାନେ ନିଜ ଉଦ୍ୟମରେ ଏପରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri