ଡାକ୍ତରଖାନାରେ ୪୦ଘଣ୍ଟା ପଡ଼ିରହିଲା ମୃତଦେହ

ରାଜନଗର,୧୨।୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଙ୍ଗୀୟ ବହୁଳ ତାଳଚୁଆ ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ସନ୍ଦେହନକ ମୃତ୍ୟୁ ଘଟିଛି। ଇତିମଧ୍ୟରେ ୪୦ ଘଣ୍ଟା ବିତିଥିଲେ ମଧ୍ୟ ରାଜନଗର ଗୋଷ୍ଠୀକେନ୍ଦ୍ରରେ ମୃତଦେହ ପଡ଼ି ରହିଛି ା ମୃତଦେହକୁ ଛାଡ଼ି ଶାଶୁଘର ଓ ବାପଘର ଲୋକେ ଚାଲିଯାଇଛନ୍ତି। ଏହି ଘଟଣାକୁ ନେଇ ଏଠାରେ ଚର୍ଚ୍ଚା ଜୋର ଧରିଛି ା ମଣିଷ ମନରୁ ମାନବିକ ମୂଲ୍ୟବୋଧ କିପରି କମି କମି ଚାଲିଛି ଏହି ଘଟଣା ତାର ଏକ ଉଦାହରଣ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ା
ସୂଚନା ଅନୁଯାୟୀ, ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବାଘମାରୀ ପଞ୍ଚାୟତ ଅମରାବତୀ ଗାଁର ରାଜେଶ ମାଇତିଙ୍କ ସ୍ତ୍ରୀ ସୁବାସିନୀଙ୍କ ଗତ ୯ ତାରିଖ ରାତିରେ ମୃତ୍ୟୁ ଘଟିଥିଲା। ସେଦିନରାତି ପ୍ରାୟ ୧ ଘଟିକା ସମୟରେ ସୁବାସିନୀଙ୍କୁ ସ୍ବାମୀ ଓ ପରିବାର ଲୋକେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ପହଞ୍ଚତ୍ବା ପୂର୍ବରୁ ସୁବାସିନୀଙ୍କ ମୃତ୍ୟୁ ଘଟିଥିଲା ବୋଲି ଡାକ୍ତର କହିଥିଲେ ା ରାଜେଶ ଏକା ମୃତଦେହ ଜଗି ରହିଥିବା ବେଳେ ପରିବାର ଲୋକେ ଛୁ ମାରିଥିଲେ। ବିବାହକୁ ମାତ୍ର ୪ ବର୍ଷ ହୋଇଥିବାରୁ ଏବଂ ସୁବାସିନୀଙ୍କ ମୃତ୍ୟୁ ସନ୍ଦେହଜନକ ଥିବାରୁ ପୋଲିସ ସମ୍ପୃକ୍ତ ମହିଳାଙ୍କ ବାପଘର ଲୋକଙ୍କ ସହ ଯୋଗାଯୋଗ କରିଥିଲା। ରାଜନଗର ଥାନା ଅନ୍ତର୍ଗତ କୃଷ୍ଣନଗର ଗାଁର ମୃତ ସୁବାସିନୀଙ୍କ ସାନଭାଇ ସୁବାଶିଷ ମଣ୍ଡଳ ୧୦ ତାରିଖ ରାତି ପ୍ରାୟ ୧୦ ଘଟିକା ସମୟରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଭଉଣୀଙ୍କୁ ସ୍ବାମୀ, ଶାଶୁ, ଦିଅର, ଯାଆ ମିଳିତ ଭାବେ ପିଟି ହତ୍ୟା କରିଛନ୍ତି ବୋଲି ଦର୍ଶାଇଥିଲେ। ୨୦୧୯ରେ ସୁବାସିନୀଙ୍କ ବିବାହ ହୋଇଥିଲା ା ତାଙ୍କର ୩ ବର୍ଷର ଶିଶୁପୁତ୍ର ରହିଛି। ସୁବାସିନୀଙ୍କ ବାପଘର ଲୋକେ ଅଭିଯୋଗ କରିଥିଲେ ମଧ୍ୟ ମୃତଦେହ ବ୍ୟବଚ୍ଛେଦ କରି ନେବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ଏପଟେ ସୁବାସିନୀଙ୍କ ସ୍ବାମୀ ରାଜେଶଙ୍କୁ ପୋଲିସ ନିଜ ହେପାଜତକୁ ନେଇ ଯାଇଥିବା ବେଳେ ତାଙ୍କର ଅନ୍ୟ କେହି ସମ୍ପର୍କୀୟ ମୃତଦେହ ନେବାକୁ ଧରାଛୁଆଁ ଦେଇ ନ ଥିଲେ। ଏଥିପାଇଁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ମୃତଦେହ ଜଗି ରହିଥିଲା ା ଶେଷରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ରାଜେଶଙ୍କ ସହ ଆଳି ଡାକ୍ତରଖାନା ପଠାଇଥିଲା ା ସେଠାରୁ ମୃତଦେହ ବ୍ୟବଚ୍ଛେଦ ହୋଇ ଆସିବା ପରେ ଶାଶୁଘର ଗାଁର କେତେଜଣ ସମ୍ପର୍କୀୟ ମୃତଦେହ ସକତ୍ାର ପାଇଁ ପହଞ୍ଚତ୍ଥିଲେ। ଏହାପରେ ପୋଲିସ ରାଜେଶଙ୍କୁ ପୁଣି ଥରେ ନିଜ ହେପାଜତକୁ ନେଇଥିଲା ା ଏ ନେଇ ତାଳଚୁଆ ସାମୁଦ୍ରିକ ଥାନାରେ ଏକ ମାମଲା(ନଂ. ୨୭/୨୦୨୩) ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି ଆଇଆଇସି ଅନାମ ଚରଣ ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?