ରେଳ ଧାରଣାରୁ ମିଳିଲା ପରିବାରର ୩ ଜଣଙ୍କ ମୃତଦେହ

ଟିକିରି/ଦଶମନ୍ତପୁର,୨୬ା୧୦(ଡି.ଏନ୍‌.ଏ.)-କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ସିଙ୍ଗାରାମ ରେଳ ଷ୍ଟେଶନ ନିକଟରୁ ସୋମବାର ଗୋଟିଏ ପରିବାରର ୩ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍‌ ଚିକାମ୍ବ ଗ୍ରାମର କେଶବ ସୁବୁଦ୍ଧି(୩୮), ଝିଅ ଶ୍ରେୟା(୧୨) ଏବଂ ପୁଅ ସିଦ୍ଧୁ(୭)। ସୂଚନା ଅନୁଯାୟୀ, କେଶବ ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ପୋଡ଼ାପାଡ଼ି ଗ୍ରାମରେ ରହୁଥିଲେ। ଟିକିରିସ୍ଥିତ ଏକ କମ୍ପାନୀରେ ସେ ସୁପରଭାଇଜର ଭାବେ କାମ କରୁଥିଲେ। ତେବେ ସୋମବାର ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ରେଳ ଧାରଣା ନିକଟରେ ୩ଜଣଙ୍କ ମୃତଦେହ ପଡ଼ିଥିବା ଖବର ପାଇ ଜିଆର୍‌ପି ପହଞ୍ଚି ତଦନ୍ତ ଚଳାଇଛି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଥିଲେ ମଧ୍ୟ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ସେମାନେ ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଏ ନେଇ ତଦନ୍ତ ଜାରି ରହିଥିବା ଜିଆର୍‌ପି ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ପାଇଁ ନାହିଁ ଗ୍ରୀଷ୍ମ ପ୍ରଭାବ

ଭୁବନେଶ୍ୱର, ୧।୫(ବ୍ୟୁରୋ): ସକାଳୁଆ ସ୍କୁଲ୍‌ ନେଇ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗ୍ରୀଷ୍ମପ୍ରବାହ ନେଇ କୈଣସି ବିପଦ ନାହିଁ। ସ୍କୁଲଗୁଡିକ...

୩ ରେଳ ଷ୍ଟେଶନରେ ହେବ ବାୟୋଗ୍ୟାସ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ବର୍ଜ୍ୟ ପରିଚାଳନା ପାଇଁ ପୁରୀ, କଟକ ଓ ଭୁବନେଶ୍ୱର ରେଳ ଷ୍ଟେଶନରେ ବାୟୋଗ୍ୟାସ୍‌ ପ୍ଲାଣ୍ଟ ସ୍ଥାପନ ହେବ। ଷ୍ଟେଶନରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରି...

ବାହାର ଲୋକଙ୍କ ପୁରୀ ପ୍ରବେଶରେ କଟକଣା: ଆଜିଠୁ ପିପିଲିରେ ଯାଞ୍ଚ

ପୁରୀ ଅଫିସ,୧୬।୩: ପୁରୀକୁ ପ୍ରତ୍ୟହ ଦେଶ, ବିଦେଶର ବହୁ ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି। କିନ୍ତୁ ବର୍ତ୍ତମାନ କରୋନା ଯେଉଁଭଳି ମାଡ଼ି ଚାଲିଛି ସେଥିପାଇଁ ସତର୍କ...

ଯୁବତୀ ଚାଲାଣକାରୀ ଗିରଫ

ଲହୁଣୀପଡା, ୨୫।୧୨ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲାରୁ ଯୁବତୀ ଚାଲାଣ କରୁଥିବା ଦଲାଲଙ୍କୁ ପୋଲିସ କରିଛି। ଯୁବତୀ ଚୋରା ଚାଲାଣର ଦଲାଲଙ୍କୁ ଦୀର୍ଘ ୮ମାସ ପରେ ଚାନ୍ଦିପୋଷ...

ବିନା ପାସ୍‌ରେ ଗଡ଼ିବନି ଗାଡ଼ି: ପାସ୍‌ ପାଇଁ ଥାନାରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଜନତା କର୍ଫ୍ୟୁର ଗୋଟିଏ ଦିନ ପରେ ରାଜଧାନୀର ରାଜପଥରେ ଅନେକ ଯାନବାହନର ଭିଡ଼ ଦେଖିବାକୁ ମିଳିଥିଲା। ଯାଞ୍ଚ ସମୟରେ ପୋଲିସ ପାଇଁ ଏହା ସମସ୍ୟା ସୃଷ୍ଟି...

ଖୋର୍ଦ୍ଧା ଗୁଳିକାଣ୍ଡ: ଔଷଧ ଦୋକାନୀଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ୍‌,୧୬।୧୨: ଖୋର୍ଦ୍ଧାର ଏକ କ୍ଲିନିକରେ ହୋଇଥିବା ଗୁଳିମାଡ ଘଟଣାରେ ଗୁରୁତର ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଏହି ଗୁଳିମାଡ ଗୁରୁତର...

ଫନୀକୁ ନେଇ ନିର୍ମିତ ‘ମର୍ସି ଅଫ୍‌ ଗଡ୍‌’ : ଆମେରିକାରେ ୬ ପୁରସ୍କାର ଜିତିଲା ଅମର୍ତ୍ତ୍ୟଙ୍କ ଫିଲ୍ମ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଫିଲ୍ମ ନିର୍ମାତା ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ପୁଣିଥରେ ଓଡ଼ିଶା ଏବଂ ଓଡ଼ିଆ ଫିଲ୍ମକୁ ବିଶ୍ୱସ୍ତରୀୟ ମଞ୍ଚରେ...

ଏଯାବତ୍‌ ୧୨ କରୋନା ଆକ୍ରାନ୍ତ ହୋଇଛନ୍ତି ସୁସ୍ଥ, ଆଗାମୀ ଦିନରେ ଅନ୍ୟ ରୋଗୀ ସୁସ୍ଥ ହେବା ଆଶା : ଶାଳିନୀ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଶାଳିନୀ ପଣ୍ଡିତ ଶନିବାର ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା...

Advertisement
Archives

Model This Week