ଲୁଣାନଦୀରୁ ଉଦ୍ଧାର ଯୁବତୀ,ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା ଅଫିସ୍‌/ମାର୍ଶାଘାଇ, ୧୦।୯ (ଡି.ଏନ୍‌.ଏ.)-କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ପଳାସପୁର ନିକଟ ଲୁଣାନଦୀରୁ ଜଣେ ଯୁବତୀ ଓ ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳିପାରିନାହିଁ। ହେଲେ ଉଭୟଙ୍କ ଘର କଟକ ସହର ମାଲଗୋଦାମ ଥାନା ଅଞ୍ଚଳର ବୋଲି ଥାନାଧିକାରୀ କାଳନ୍ଦୀ ବେହେରା ସୂଚନା ଦେଇଛନ୍ତି। ଯୁବକଙ୍କ ବୟସ ୨୦ ମଧ୍ୟରେ ହୋଇଥିବା ବେଳେ ଯୁବତୀ ଜଣକ ନାବାଳିକା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଥାନା ଅଧିକାରୀ ବେହେରାଙ୍କ ସୂଚନା ଅନୁଯାୟୀ, ଲୁଣାନଦୀରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଦମକଳବାହିନୀଙ୍କୁ ଖବର ଦେଇଥିଲେ। ଦମକଳ ବାହିନୀ ମୃତଦେହ ଦ୍ୱୟକୁ ଉଦ୍ଧାର କରିଛନ୍ତି। ଦୁଇ ମୃତଦେହର ହାତ ଓ ଗୋଡ଼ରେ ରସି ବନ୍ଧା ଯାଇଥିବା ଦେଖାଯାଇଛି। ଏ ନେଇ ପୋଲିସ ଅପମୃତ୍ୟୁ ମାମଲା (୧୯/୨୦) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବଢ଼ାଇଛି ଅସନ୍ତୋଷ

କେନ୍ଦ୍ରାପଡା ଅଫିସ,୩ା୬: ୨୦୧୯ ପୂର୍ବ ସମସ୍ତ ଗାଡିର ନମ୍ବର ପ୍ଲେଟ ବଦଳିବ। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଗାଡିରେ ଲଗାଯିବ।...

ସଂଖ୍ୟା ଅଧିକ ସତ୍ତ୍ୱେ ବିଜେଡିର ବିଦ୍ରୋହୀଙ୍କୁ ଡର

କେନ୍ଦ୍ରାପଡ଼ା ଅଫିସ, ୩୦।୩: କେନ୍ଦ୍ରାପଡ଼ା ପୌର ପରିଷଦ ନିର୍ବାଚନ ସରିଛି। ଅଧ୍ୟକ୍ଷା ପଦରେ ବିଜେଡିର ସରିତା ସାହୁ ପ୍ରତ୍ୟେକ ୱାର୍ଡରୁ ବିଜୟ ସଂଖ୍ୟକ ଭୋଟ ପାଇ...

କେନାଲ ଜଳସେଚନ କାଗଜପତ୍ରରେ ଚାଲିଛି

କେନ୍ଦ୍ରାପଡ଼ା ଅଫିସ, ୩ା୩: କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ନାହିଁ। ଜିଲାରେ କୃଷିକୁ ୬୯ ପ୍ରତିଶତ ପରିବାର ଜୀବିକା କରିଛନ୍ତି। ତେବେ ଜିଲାରେ କେନାଲ ଜଳସେଚିତ ଅଞ୍ଚଳ...

ସିଆଇଆର୍‌ବି ଗଠନକୁ ଅଣଦେଖା

କେନ୍ଦ୍ରାପଡ଼ା ଅଫିସ, ୩୦ା୧୨: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ଏକ କୋଷ୍ଟାଲ ଇଣ୍ଡିଆ ରିଜର୍ଭ ବାଟାଲିଅନ (ସିଆଇଆରବି) ଆବଶ୍ୟକ। ଏହି ବାଟାଲିୟନର ମଞ୍ଜୁର ସକାଶେ ରାଜ୍ୟ...

ଜୀବନ ବଞ୍ଚିବ, ଜୀବିକା ଚାଲିଗଲା

କେନ୍ଦ୍ରାପଡ଼ା ଅଫିସ,୫।୮: ଜୀବନ ରକ୍ଷା ପାଇଁ ଦୀର୍ଘ ୫ ଦଶନ୍ଦୀ ସଂଘର୍ଷର ଅବସାନ ଘଟିଛି। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ଶେଷ ୧୪୮ ପରିବାର...

୧୫ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୨୮୬ ଜଣଙ୍କ ସ୍ବାବ୍‌ ସଂଗ୍ରହ

ରାଜନଗର,୭ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ବିଭିନ୍ନ ପଞ୍ଚାୟତର ୧୫ଟି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ୫ ଦିନରେ ୧୮୬ ଜଣଙ୍କର ସ୍ବାବ୍‌...

ତଟକ୍ଷୟ: ବିପଦରେ ନାଶୀ-୨, ହାବେଳିଖଟି, ଏକକୁଳା

କେନ୍ଦ୍ରାପଡ଼ା ଅଫିସ, ୨୭ା୧୨:କେନ୍ଦ୍ରାପଡ଼ା ଜିଲାରେ ତଟକ୍ଷୟ ଏବେ ଚିନ୍ତାଜନକ ସ୍ଥିତିରେ ଅଛି। ଜିଲାର ୪୮ କିଲୋମିଟର ତଟ ମଧ୍ୟରୁ ୨୮ କି.ମି. ଅଞ୍ଚଳରେ ସମୁଦ୍ର ମାଡି...

ଦଳୀୟ ପ୍ରାର୍ଥୀଙ୍କ ଖେଳ ବିଗାଡ଼ିଲେ ଅସନ୍ତୁଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୨୮।୩: ଆସନ୍ତା ସାଧାରଣ ନିର୍ବାଚନକୁ ଆଉ ଦୁଇବର୍ଷ ବାକି ଅଛି। ଏହା ପୂର୍ବରୁ ରାଜ୍ୟରେ ଲୋକଙ୍କ ମତିଗତିକୁ ପଞ୍ଚାୟତ ଓ ପୌର ନିର୍ବାଚନରେ...

Advertisement
Archives

Model This Week