ବିଦେଶକୁ ଲମ୍ବିଛି ନୀଳରକ୍ତ କଙ୍କଡ଼ା ର଼୍ୟାକେଟ୍‌

ମହାକାଳପଡ଼ା,୫।୨(ଡି.ଏନ୍‌.ଏ.): ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରେ ବିରଳ ପ୍ରଜାତିର ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ବହୁଳ ମାତ୍ରାରେ ଦେଖାଯାଇଥାନ୍ତି। ବଙ୍ଗୋପସାଗରର ଓଡ଼ିଶା ଉପକୂଳ ସନ୍ତସନ୍ତିଆ ହେନ୍ତାଳ ଜଙ୍ଗଲ ଓ ବାଲିଚରରେ ମଧ୍ୟ ଏମାନେ ଦେଖିବାକୁ ମିଳିଥାନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଗହୀରମଥା, ସାମୁଦ୍ରିକ ଅଭୟାରଣ୍ୟର ହୁକିଟୋଲା, ମାଦଳୀ ମୁହାଣ, ଲଞ୍ଚଘୋଲା, ମହାନଦୀ ତ୍ରିକୋଣ ଭୂମି ଅଞ୍ଚଳରେ ପ୍ରବାହିତ ନଦୀନାଳରେ ନୀଳରକ୍ତ କଙ୍କଡ଼ା ଦେଖିବାକୁ ମିଳିଛି। ଏହି ପ୍ରଜାତିର କଙ୍କଡ଼ାକୁ ଅସାଧୁ ବ୍ୟବସାୟୀ ବିଦେଶ ଚାଲାଣ କରି ଲାଭବାନ୍‌ ହେଉଥିବା ଅଭିଯୋଗ ହେଉଛି। ମୁଖ୍ୟତଃ ଶୀତଋତୁରେ ନୀଳରକ୍ତ କଙ୍କଡା ମିଳନ ପାଇଁ କୂଳକୁ ଆସିଥିବାବେଳେ ଏମାନଙ୍କୁ ଧରି ସ୍ଥାନୀୟ ବ୍ୟବସାୟୀ ପାରାଦୀପକୁ ଚୋରା ଚାଲାଣ କରିଥାନ୍ତି। ସେଠାରୁ କୋଲକାତା ବାଟଦେଇ ବିଦେଶ ପଠାଯାଇଥାଏ ବୋଲି ଜଣେ ବ୍ୟକ୍ତି ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। କାରଣ ଏମାନଙ୍କ ରକ୍ତ ଔଷଧ ଓ ମଣିଷଙ୍କ ରୋଗ ନିଦାନରେ ବ୍ୟବହାର କରାଯାଇଥାଏ। ଏକ ରିପୋର୍ଟରୁ ଜଣାଯାଏ, ନୀଳରକ୍ତ କଙ୍କଡ଼ାଙ୍କ ୧ ଲିଟର ରକ୍ତର ଦାମ ବିଦେଶରେ ୧୧ ଲକ୍ଷ ଟଙ୍କା। ନୀଳରକ୍ତ କଙ୍କଡ଼ାଙ୍କୁ ଯେଉଁଭଳି ଭାବେ ଧରାଯାଉଛି, ଆଗାମୀଦିନରେ ଏହାର ବଂଶ ଲୋପ ପାଇଯିବ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।
ବିଶ୍ୱର ବହୁ ପୁରାତନ ଜୀବଙ୍କ ମଧ୍ୟରେ ଅନ୍ୟତମ ହର୍ଷସୁ କ୍ରାବ୍‌ ବା ନୀଳରକ୍ତ କଙ୍କଡ଼ା ଡାଇନୋସର ପୂର୍ବରୁ ପୃଥିବୀରେ ଦେଖାଯାଉଥିବା କୁହାଯାଏ। ଆମେରିକାରେ ମେଡିକାଲ ଆନାଲିସିସ୍‌ରେ ଜଣାପଡିଥିଲା, ଏହି କଙ୍କଡ଼ା ୪୫ କୋଟି ବର୍ଷରୁ ଅଧିକ ସମୟ ଧରି ପୃଥିବୀରେ ଅଛନ୍ତି। ତେଣୁ ଏମାନଙ୍କୁ ଲିଭିଂ ଫସିଲ୍‌ ୪ର୍ଥ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପ୍ରଜାତିର କଙ୍କଡ଼ାଙ୍କ ରକ୍ତରେ ଆଇରନ ବଦଳରେ କପର ବା ତମ୍ବା ସହ ହେମାସିଆନିନ ନାମକ ଏକ ରାସାୟନିକ ପଦାର୍ଥ ଥିବାରୁ ଏମାନଙ୍କ ରକ୍ତର ରଙ୍ଗ ନୀଳ ହୋଇଥାଏ। ତେଣୁ ଏମାନଙ୍କୁ ନୀଳରକ୍ତ କଙ୍କଡ଼ା କୁହାଯାଏ। ଏହି ପ୍ରଜାତିର କଙ୍କଡ଼ାଙ୍କ ରକ୍ତରେ ଥିବା ରାସାୟନିକ ପଦାର୍ଥ ମଣିଷ ରକ୍ତରେ ଥିବା ରୋଗ ନିଦାନ ଚିହ୍ନଟରେ ସାହାଯ୍ୟ କରିଥାଏ। ଉପକୂଳବର୍ତ୍ତୀ ନଦୀ, ନାଳ ଓ ସମୁଦ୍ର କୂଳରେ ଥିବା ହେନ୍ତାଳ ବନରେ ଏମାନେ ରହୁଥିବା ହେତୁ ପରିବେଶ ସନ୍ତୁଳନ ସଜାଡ଼ିବାରେ ମୁଖ୍ୟ ଭୂମିକା ନିଭାଇଥାନ୍ତି। ହେନ୍ତାଳ ଗଛମୂଳ, ଦୋରସା ବାଲିଆ ପଙ୍କ ସନ୍ତସନ୍ତିଆ ସ୍ଥାନରେ ପ୍ରାୟ ସମୟରେ ଯୋଡ଼ା ଯୋଡ଼ା ହୋଇ ନୀଳରକ୍ତ କଙ୍କଡ଼ା ପଡ଼ିଥିବା ଲକ୍ଷ୍ୟ କରାଯାଏ। ଅମାବାସ୍ୟା ଓ ପୂର୍ଣ୍ଣିମା ତିଥିରେ ଏହି କଙ୍କଡ଼ା ମିଳନ ପାଇଁ ସମୁଦ୍ରରୁ କୂଳ ଆଡ଼କୁ ଅଧିକ ସଂଖ୍ୟାରେ ଆସିଥାନ୍ତି। ନଭେମ୍ବରଠାରୁ ଫେବୃୟାରୀ ପର୍ଯ୍ୟନ୍ତ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। କଙ୍କଡ଼ାଗୁଡିକର ରକ୍ତରୁ ବହୁ ମହୌଷଧି ଓ ଦୁରାରୋଗ୍ୟ ବ୍ୟାଧିର ଉପଶମ ପାଇଁ ଔଷଧ ତିଆରି ହୋଇଥାଏ। ସେମାନଙ୍କ ବଂଶ ବିସ୍ତାର ପାଇଁ ବେଶ୍‌ ସୁରକ୍ଷିତ ମନେ କରି ଗହୀରମଥା ଅଞ୍ଚଳକୁ ନିରାପଦ ଆଶ୍ରୟସ୍ଥଳ ଭାବେ ବାଛି ନେଇଛନ୍ତି। କିନ୍ତୁ ଦିନକୁ ଦିନ ନଦୀନାଳରେ ମାଛଧରା ପାଇଁ ବ୍ୟବହୃତ ମେଶିନ ଚାଳିତ ବୋଟ୍‌, ମାଛ ଧରିବାରେ ଅତ୍ୟାଧୁନିକ ଗାଞ୍ଜ ପ୍ଲାଷ୍ଟିକ ଜାଲ ବ୍ୟବହାର ଏମାନଙ୍କ ପାଇଁ ବିପଦ ଆଣିଛି। ମାଦଳୀ ମୁହାଣ ବେଳାଭୂମିରେ ଏହି ବିରଳ ପ୍ରଜାତିର କଙ୍କଡ଼ା ଜାଲରେ ଛନ୍ଦି ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏହି ପ୍ରଜାତିର କଙ୍କଡ଼ା ପ୍ରଜନନ ପୂର୍ବରୁ ମରଣମୁହଁକୁ ଠେଲି ହୋଇ ଯାଉଛନ୍ତି। ଏ ସମ୍ପର୍କରେ ପରିବେଶବିତ୍‌ ସମରେନ୍ଦ୍ର ମାହାଳୀ କୁହନ୍ତି, ନୀଳରକ୍ତ କଙ୍କଡ଼ାଙ୍କ ରକ୍ତ ବହୁ ମାରାତ୍ମକ ରୋଗର ନିଦାନ ପାଇଁ ବ୍ୟବହାର ହେଉଛି। ସେମାନଙ୍କ ବଂଶ ବିସ୍ତାର ଓ ସୁରକ୍ଷା ପାଇଁ ବନ ବିଭାଗ ପଦକ୍ଷେପ ନେବା ସହ ମତ୍ସ୍ୟଜୀବୀଙ୍କୁ ସଚେତନ କରିବା ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

ଉପନିର୍ବାଚନ ପୂର୍ବରୁ ମମତାଙ୍କୁ ମିଳିଲା ଧୋକା! ସଙ୍ଗେ ସଙ୍ଗେ ବାଜି ପଲଟାଇଦେଲେ ଦିଦି

କୋଲକାତା,୧୮।୯: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ନିଷ୍ପତ୍ତି ଉପରେ ତୀବ୍ର…

ଶିକ୍ଷାବିତ୍‌ ବିମଳ ଷଡ଼ଙ୍ଗୀଙ୍କ ପରଲୋକ

ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…

ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

କୋଲକାତା,୧୮।୯: ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ…

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?