ଦିଶାହୀନ ‘ଯାଯାବର’

ଢେଙ୍କାନାଳ ଅଫିସ, ୨୩।୩: କଟକ ଜିଲା ମଙ୍ଗୁଳିରୁ ଢେଙ୍କାନାଳକୁ ସଂଯୋଗ କରୁଥିବା ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ନିର୍ମିତ ହୋଇଥିବା ‘ଯାଯାବର’ ଏବଂ ‘ପାନ୍ଥିକା’ କାମରେ ଆସୁନାହିଁ। ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ପାନ୍ଥନିବାସ ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠିରେ ପରିଣତ ହୋଇଛି। ପର୍ଯ୍ୟଟନ ବିଭାଗ କେବଳ କୋଠା ନିର୍ମାଣ କରିଦେଇ ଚୁପ୍‌ ବସିଯାଇଥିବାବେଳେ ‘ଯାଯାବର’ ପରିସର ଲଟାବୁଦାରେ ଭର୍ତ୍ତି ହୋଇ ଅସାମାଜିକଙ୍କ ଆଡ୍ଡା ପାଲଟିଛି।
କେନ୍ଦ୍ରୀୟ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିବା ଲାଗି ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ଲାଗି ଢେଙ୍କାନାଳ-କଟକ ସୀମାନ୍ତ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱର ତୋଟାପଡ଼ା, ଢେଙ୍କାନାଳ ଜିଲାର ଗୋବିନ୍ଦପୁରରେ ରହିଛି ‘ଯାଯାବର’। ସେହିପରି ଢେଙ୍କାନାଳ-ଅନୁଗୋଳ ସୀମାନ୍ତ କଣ୍ଟାବଣିଆରେ ନିର୍ମିତ ହୋଇଛି ‘ପାନ୍ଥିକା’। ହେଲେ ଲୋକାର୍ପଣ ହେବା ପରେ ଏହା ବ୍ୟବହାରରେ ଆସୁନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ପରିତ୍ୟକ୍ତ ହେବାକୁ ବସିଛି। ତେବେ ଦୀର୍ଘଦିନ ପରେ ଏହାକୁ ନେଇ ତତ୍ପରତା ଦେଖାଇଛି ପର୍ଯ୍ୟଟନ ବିଭାଗ। ମିଶନ ଶକ୍ତି ଏବଂ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଏହାର ପରିଚାଳନା ଦାୟିତ୍ୱ ପ୍ରଦାନ କରିବାକୁ ମଙ୍ଗଳବାର ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ, ୨୦୧୮-୧୯ରେ ତୋଟାପଡ଼ା ଏବଂ ଗୋବିନ୍ଦପୁରଠାରେ ଆରମ୍ଭ ହୋଇଥିଲା ‘ଯାଯାବର’ ପ୍ରକଳ୍ପ। ଏଥିରେ ପ୍ରାୟ ୧ କୋଟି ୮୫ ଲକ୍ଷ ଟଙ୍କା ଲେଖାଏ ଖର୍ଚ୍ଚ ହୋଇଥିବାବେଳେ ୨୦୨୦ରୁ ଉକ୍ତ ଦୁଇ କୋଠା ପର୍ଯ୍ୟଟକଙ୍କ ଅପେକ୍ଷାରେ ରହିଛି। ସେହିପରି ୧୯୯୬ରେ କଣ୍ଟାବଣିଆ ଅଞ୍ଚଳରେ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ‘ପାନ୍ଥିକା’। ଶିଳ୍ପାଞ୍ଚଳରେ ନିର୍ମିତ ଏହି ପ୍ରକଳ୍ପ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକଙ୍କ ରହଣିସ୍ଥଳ ପାଲଟିଥିଲା। ତେବେ ଏଠାରେ ଘଟିଥିବା ଏକ ହତ୍ୟାକାଣ୍ଡ ପରେ ପର୍ଯ୍ୟଟକ, ଶ୍ରମିକମାନେ ଏଠାରୁ ମୁହଁ ଫେରାଇନେଲେ। ଦୀର୍ଘଦିନ ଧରି ଏହା ଆଉ ବ୍ୟବହାରରେ ନ ଆସି ପରିତ୍ୟକ୍ତ ହୋଇ ପଡ଼ିଛି। ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏହାକୁ କିପରି କାର୍ଯ୍ୟକ୍ଷମ କରି ରାଜସ୍ବ ଆଦାୟର ମାଧ୍ୟମ କରାଯାଇପାରିବ ସେ ଦିଗରେ କେହି ଆନ୍ତରିକତା ଦେଖାଉ ନ ଥିଲେ। ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବା ପରେ ଅବହେଳିତ ‘ଯାଯାବର ଏବଂ ‘ପାନ୍ଥିକା’ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ିଛି।
ଏ ସଂକ୍ରାନ୍ତରେ ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ କୁହନ୍ତି, ଉକ୍ତ ୩ ପ୍ରକଳ୍ପକୁ ମିଶନ ଶକ୍ତି ଏବଂ ଏସ୍‌ଏଚ୍‌ଜିକୁ ହସ୍ତାନ୍ତର କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଜିଲା ମିଶନ ଶକ୍ତି ପ୍ରକଳ୍ପ ଅଧିକାରୀ ମୋନାଲିସା ଭଞ୍ଜ କୁହନ୍ତି, ଏସ୍‌ଏଚ୍‌ଜିକୁ ‘ଯାଯାବର’ ପରିଚାଳନା ଦାୟିତ୍ୱ ଦେବା ପାଇଁ ସରକାରଙ୍କ ପକ୍ଷରୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ତେବେ ଏହାକୁ କିଭଳି ଭାବେ ବ୍ୟବହାର କରାଯାଇପାରିବ, ତାହା ଆଲୋଚନା ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri