‘ଡିଲ୍‌’କୁ ନେଇ ଦୋଷ ଲଦାଲଦି

ଭୁବନେଶ୍ବର,୧୩ା୧୨(ବ୍ୟୁରୋ):ପଦମ୍‌ପୁର ଉପନିର୍ବାଚନ ଫଳାଫଳ ବାହାରିବା ପରଠାରୁ ରାଜ୍ୟର ୩ ପ୍ରମୁଖ ଦଳ ଭାଜପା, କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଭୋଟ୍‌ ପାଇଁ ଡିଲ୍‌ ହୋଇଥିବା କଥାକୁ ନେଇ ପରସ୍ପର ମଧ୍ୟରେ ଦୋଷ ଲଦା ଆରମ୍ଭ ହୋଇଯାଇଛି। ଏହି କଥାକୁ ଏବେ କଂଗ୍ରେସ ନେତାମାନେ ସମାଲୋଚନା କରିଥିବା ବେଳେ ବିଜେଡି ମଧ୍ୟ ଏହି ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କରିଛି। ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ‘ଡିଲ୍‌’ କଥାକୁ ନେଇ ଉଭୟ ବିଜେଡି ଏବଂ ଭାଜପାକୁ ଟାର୍ଗେଟ କରିଛନ୍ତି।
ଉକ୍ତ ପ୍ରସଙ୍ଗରେ ଭାଜପାକୁ ସିଧାସଳଖ ଟାର୍ଗେଟ କରି ବିଜେଡି ବିଧାୟକ ସୁଶାନ୍ତ ସିଂ କହିଛନ୍ତି, ଭାଜପା ସବୁବେଳେ ଡିଲ୍‌ କରେ। ୨୦୧୪ ସାଧାରଣ ନିର୍ବାଚନରେ ସତ୍ୟଭୂଷଣ ସାହୁ ଠିଆ ହୋଇ ନ ଥିଲେ। ସେତେବେଳେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟ ଲାଭ କରିଥିଲେ। ସେତେବେଳେ ବୋଧହୁଏ କଂଗ୍ରେସ ସହ ଭାଜପା ଡିଲ୍‌ କରିଥିଲା। ନିର୍ବାଚନ ହାରିବା ପରେ ଭାଜପା ନେତା ବିଭିନ୍ନ କଥା କହୁଛନ୍ତି। ପଦ୍ମପୁରରେ ଜିତିବା ଲାଗି ଭାଜପା ଡିଲ୍‌ କରିଥିଲା। ପୂର୍ବତନ ଏମ୍‌ପି ସଞ୍ଜୟ ଭୋଇଙ୍କ ସହିତ ଦିଲ୍ଲୀରେ ଡିଲ୍‌ କରି ଆଣିଥିଲେ। ତାଙ୍କ ମାଧ୍ୟମରେ କଂଗ୍ରେସ ଭୋଟକୁ ଡାଇଭର୍ଟ କରିଥିଲେ। ପଦ୍ମପୁରରେ ଭାଜପା ନେତାମାନେ ରେଳ ପ୍ରକଳ୍ପ ଏବଂ ବୀମା ଟଙ୍କା ଆଦି ପ୍ରସଙ୍ଗରେ ମଧ୍ୟ ମିଛ କହିଲେ। ତେବେ ମୁଖ୍ୟମନ୍ତ୍ରୀ ୨୦୨୪ ଲାଗି ରଣକୌଶଳ ପ୍ରସ୍ତୁତ କରିସାରିଲେଣି ବୋଲି ସୁଶାନ୍ତ କହିଛନ୍ତି।
ଅନ୍ୟପଟେ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗରେ ଉଭୟ ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଡିଲ୍‌ କିଏ କରୁଛି, ତାହା କେଉଁଠି ଏବଂ କେତେବେଳେ ହେଉଛି ସେକଥା ତାଙ୍କୁ ଜଣାପଡୁନି। ବିଜେଡି ଏବଂ ଭାଜପା ମଧ୍ୟରେ ଡିଲ୍‌ ହୋଇଛି। ଧାମନଗରରେ ବିଜେଡି ହାରିବାର ନ ଥିଲା। ହେଲେ ବିଜେଡି ଏବଂ ଭାଜପାର ଡିଲ୍‌ ହେଲା। ଭାଜପା ଧାମନଗର ନେଉ ଏବଂ ପଦମ୍‌ପୁର ବିଜେଡି ନେବ। ଡିଲ୍‌ କିଏ କଲାଣି। କାହା ବାପାର କେତେ ଥୁଆ ହୋଇଛି ଡିଲ୍‌ କରିବେ। ଜୟନାରାୟଣ ବାବୁ ଜଣେ ବରିଷ୍ଠ ନେତା ପ୍ରଥମେ କୁହନ୍ତୁ କେନ୍ଦ୍ରରେ ଯେଉଁ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେଇଛନ୍ତି ସେ ଡିଲ୍‌ କିଏ କରିଥିଲା। ବୈଷ୍ଣବ ତ ପ୍ରଥମେ ରାଜ୍ୟ ସଭା ପାଇଁ ବିଜେଡି ପ୍ରାର୍ଥୀ ଥିଲେ, ତା’ପରେ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ପାଇବା ପରେ ସେ ଭାଜପାରୁ ପ୍ରାର୍ଥୀ ହେଲେ। ତାଙ୍କୁ ବିଜେଡି ଭୋଟ ଦେବାରୁ ସେ ରାଜ୍ୟ ସଭା ଗଲେ। ବୈଷ୍ଣବ ମଧ୍ୟ ପଦ୍ମପୁର ପ୍ରଚାରରେ ଯାଇଥିଲେ। ତେଣୁ ଡିଲ୍‌ଟା କିଏ କରୁଛି ସେକଥା କୁହନ୍ତୁ। ୨୦୨୪ରେ କଂଗ୍ରେସ ସିଧାସଳଖ ଲଢ଼େଇ କରିବ ବୋଲି ତାରା କହିଛନ୍ତି।
ବିଜେଡି ବିଧାୟିକା ତଥା ମନ୍ତ୍ରୀ ପ୍ରମିଳା ମଲିକ କହିଛନ୍ତି, ଡିଲ୍‌ ସବୁବେଳେ ଭାଜପା କରେ। ୨୦୧୪ରେ ପଦମ୍‌ପୁରରେ ଭାଜପା ଡିଲ୍‌ କରିଥିଲା। ୨୦୧୯ରେ କଂଗ୍ରେସର ସବୁ ଭୋଟ ଭାଜପାକୁ ଯାଇଛି। ସେମାନେ ଡିଲ୍‌ କରି କଂଗ୍ରେସ ଭୋଟ ସାରା ଓଡ଼ିଶାରୁ ନେଇଛନ୍ତି। ବିଜେଡିକୁ ଭଲ ପାଇ ସାଧାରଣ ଲୋକମାନେ ପଦମ୍‌ପୁରରେ ବର୍ଷା ସିଂ ବରିହାଙ୍କୁ ଭୋଟ ଦେଇଥିବା ପ୍ରମିଳା କହିଛନ୍ତି।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଅଶ୍ୱିନୀ ବୈଷ୍ଣବ ଭାଜପା ପ୍ରାର୍ଥୀ ଥିଲେ। ସେ କଥା ବୋଧହୁଏ ତାରା ପ୍ରସାଦ ବାହିନୀପତି ଜାଣିନାହାନ୍ତି। ସେ ଜାଣିଛନ୍ତି ବୈଷ୍ଣବ ଭାଜପା ପ୍ରାର୍ଥୀ ଥିଲେ। ବିଜେଡି କାହିଁକି ବୈଷ୍ଣବଙ୍କୁ ଭୋଟ ଦେଲା, ଡିଲ୍‌ କେଉଁଠି ହୋଇଥିଲା ତା’ର ଉତ୍ତର ଶାସକ ଦଳ ଦେବ। କଂଗ୍ରେସ ସହ ଡିଲ୍‌ କରି ୨୦୧୯ରେ ବିଜେଡି ରାଜ୍ୟରେ ସରକାର କଲା। ୨୦୦୦ ମସିହାରୁ ଭାଜପା ଦୟା କଲାରୁ ରାଜ୍ୟରେ ବିଜେଡି ସରକାର କରିଥିଲା। ସେମାନେ ପରବର୍ତ୍ତୀ ସମୟରେ ଭାଜପା ସହିତ ଧୋକାବାଜି କରିଛନ୍ତି। ବିଜେଡି ଗୋଟେ ଧୋକାବାଜ ଦଳ ବୋଲି ଜୟନାରାୟଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?