‘ଡିଲ୍‌’କୁ ନେଇ ଦୋଷ ଲଦାଲଦି

ଭୁବନେଶ୍ବର,୧୩ା୧୨(ବ୍ୟୁରୋ):ପଦମ୍‌ପୁର ଉପନିର୍ବାଚନ ଫଳାଫଳ ବାହାରିବା ପରଠାରୁ ରାଜ୍ୟର ୩ ପ୍ରମୁଖ ଦଳ ଭାଜପା, କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଭୋଟ୍‌ ପାଇଁ ଡିଲ୍‌ ହୋଇଥିବା କଥାକୁ ନେଇ ପରସ୍ପର ମଧ୍ୟରେ ଦୋଷ ଲଦା ଆରମ୍ଭ ହୋଇଯାଇଛି। ଏହି କଥାକୁ ଏବେ କଂଗ୍ରେସ ନେତାମାନେ ସମାଲୋଚନା କରିଥିବା ବେଳେ ବିଜେଡି ମଧ୍ୟ ଏହି ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କରିଛି। ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ‘ଡିଲ୍‌’ କଥାକୁ ନେଇ ଉଭୟ ବିଜେଡି ଏବଂ ଭାଜପାକୁ ଟାର୍ଗେଟ କରିଛନ୍ତି।
ଉକ୍ତ ପ୍ରସଙ୍ଗରେ ଭାଜପାକୁ ସିଧାସଳଖ ଟାର୍ଗେଟ କରି ବିଜେଡି ବିଧାୟକ ସୁଶାନ୍ତ ସିଂ କହିଛନ୍ତି, ଭାଜପା ସବୁବେଳେ ଡିଲ୍‌ କରେ। ୨୦୧୪ ସାଧାରଣ ନିର୍ବାଚନରେ ସତ୍ୟଭୂଷଣ ସାହୁ ଠିଆ ହୋଇ ନ ଥିଲେ। ସେତେବେଳେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟ ଲାଭ କରିଥିଲେ। ସେତେବେଳେ ବୋଧହୁଏ କଂଗ୍ରେସ ସହ ଭାଜପା ଡିଲ୍‌ କରିଥିଲା। ନିର୍ବାଚନ ହାରିବା ପରେ ଭାଜପା ନେତା ବିଭିନ୍ନ କଥା କହୁଛନ୍ତି। ପଦ୍ମପୁରରେ ଜିତିବା ଲାଗି ଭାଜପା ଡିଲ୍‌ କରିଥିଲା। ପୂର୍ବତନ ଏମ୍‌ପି ସଞ୍ଜୟ ଭୋଇଙ୍କ ସହିତ ଦିଲ୍ଲୀରେ ଡିଲ୍‌ କରି ଆଣିଥିଲେ। ତାଙ୍କ ମାଧ୍ୟମରେ କଂଗ୍ରେସ ଭୋଟକୁ ଡାଇଭର୍ଟ କରିଥିଲେ। ପଦ୍ମପୁରରେ ଭାଜପା ନେତାମାନେ ରେଳ ପ୍ରକଳ୍ପ ଏବଂ ବୀମା ଟଙ୍କା ଆଦି ପ୍ରସଙ୍ଗରେ ମଧ୍ୟ ମିଛ କହିଲେ। ତେବେ ମୁଖ୍ୟମନ୍ତ୍ରୀ ୨୦୨୪ ଲାଗି ରଣକୌଶଳ ପ୍ରସ୍ତୁତ କରିସାରିଲେଣି ବୋଲି ସୁଶାନ୍ତ କହିଛନ୍ତି।
ଅନ୍ୟପଟେ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗରେ ଉଭୟ ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଡିଲ୍‌ କିଏ କରୁଛି, ତାହା କେଉଁଠି ଏବଂ କେତେବେଳେ ହେଉଛି ସେକଥା ତାଙ୍କୁ ଜଣାପଡୁନି। ବିଜେଡି ଏବଂ ଭାଜପା ମଧ୍ୟରେ ଡିଲ୍‌ ହୋଇଛି। ଧାମନଗରରେ ବିଜେଡି ହାରିବାର ନ ଥିଲା। ହେଲେ ବିଜେଡି ଏବଂ ଭାଜପାର ଡିଲ୍‌ ହେଲା। ଭାଜପା ଧାମନଗର ନେଉ ଏବଂ ପଦମ୍‌ପୁର ବିଜେଡି ନେବ। ଡିଲ୍‌ କିଏ କଲାଣି। କାହା ବାପାର କେତେ ଥୁଆ ହୋଇଛି ଡିଲ୍‌ କରିବେ। ଜୟନାରାୟଣ ବାବୁ ଜଣେ ବରିଷ୍ଠ ନେତା ପ୍ରଥମେ କୁହନ୍ତୁ କେନ୍ଦ୍ରରେ ଯେଉଁ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେଇଛନ୍ତି ସେ ଡିଲ୍‌ କିଏ କରିଥିଲା। ବୈଷ୍ଣବ ତ ପ୍ରଥମେ ରାଜ୍ୟ ସଭା ପାଇଁ ବିଜେଡି ପ୍ରାର୍ଥୀ ଥିଲେ, ତା’ପରେ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ପାଇବା ପରେ ସେ ଭାଜପାରୁ ପ୍ରାର୍ଥୀ ହେଲେ। ତାଙ୍କୁ ବିଜେଡି ଭୋଟ ଦେବାରୁ ସେ ରାଜ୍ୟ ସଭା ଗଲେ। ବୈଷ୍ଣବ ମଧ୍ୟ ପଦ୍ମପୁର ପ୍ରଚାରରେ ଯାଇଥିଲେ। ତେଣୁ ଡିଲ୍‌ଟା କିଏ କରୁଛି ସେକଥା କୁହନ୍ତୁ। ୨୦୨୪ରେ କଂଗ୍ରେସ ସିଧାସଳଖ ଲଢ଼େଇ କରିବ ବୋଲି ତାରା କହିଛନ୍ତି।
ବିଜେଡି ବିଧାୟିକା ତଥା ମନ୍ତ୍ରୀ ପ୍ରମିଳା ମଲିକ କହିଛନ୍ତି, ଡିଲ୍‌ ସବୁବେଳେ ଭାଜପା କରେ। ୨୦୧୪ରେ ପଦମ୍‌ପୁରରେ ଭାଜପା ଡିଲ୍‌ କରିଥିଲା। ୨୦୧୯ରେ କଂଗ୍ରେସର ସବୁ ଭୋଟ ଭାଜପାକୁ ଯାଇଛି। ସେମାନେ ଡିଲ୍‌ କରି କଂଗ୍ରେସ ଭୋଟ ସାରା ଓଡ଼ିଶାରୁ ନେଇଛନ୍ତି। ବିଜେଡିକୁ ଭଲ ପାଇ ସାଧାରଣ ଲୋକମାନେ ପଦମ୍‌ପୁରରେ ବର୍ଷା ସିଂ ବରିହାଙ୍କୁ ଭୋଟ ଦେଇଥିବା ପ୍ରମିଳା କହିଛନ୍ତି।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଅଶ୍ୱିନୀ ବୈଷ୍ଣବ ଭାଜପା ପ୍ରାର୍ଥୀ ଥିଲେ। ସେ କଥା ବୋଧହୁଏ ତାରା ପ୍ରସାଦ ବାହିନୀପତି ଜାଣିନାହାନ୍ତି। ସେ ଜାଣିଛନ୍ତି ବୈଷ୍ଣବ ଭାଜପା ପ୍ରାର୍ଥୀ ଥିଲେ। ବିଜେଡି କାହିଁକି ବୈଷ୍ଣବଙ୍କୁ ଭୋଟ ଦେଲା, ଡିଲ୍‌ କେଉଁଠି ହୋଇଥିଲା ତା’ର ଉତ୍ତର ଶାସକ ଦଳ ଦେବ। କଂଗ୍ରେସ ସହ ଡିଲ୍‌ କରି ୨୦୧୯ରେ ବିଜେଡି ରାଜ୍ୟରେ ସରକାର କଲା। ୨୦୦୦ ମସିହାରୁ ଭାଜପା ଦୟା କଲାରୁ ରାଜ୍ୟରେ ବିଜେଡି ସରକାର କରିଥିଲା। ସେମାନେ ପରବର୍ତ୍ତୀ ସମୟରେ ଭାଜପା ସହିତ ଧୋକାବାଜି କରିଛନ୍ତି। ବିଜେଡି ଗୋଟେ ଧୋକାବାଜ ଦଳ ବୋଲି ଜୟନାରାୟଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri