Posted inଜାତୀୟ

ସାମ୍ବାଦିକଙ୍କୁ ମାଡ଼ ମାରି ପରିସ୍ରା ପିଇବାକୁ ଦେଲେ ଭାଜପା ନେତା, ଅଖିଳେଶ ଯାଦବ କହିଲେ ମିଡିଆର ମନୋବଳକୁ…

ଲକ୍ଷ୍ନୌ,୩ା୧୧: ଉତ୍ତରପ୍ରଦେଶର ହମିରପୁରରେ ଦୁଇ ସାମ୍ବାଦିକଙ୍କୁ ଉଲଗ୍ନ କରି ପିଟାଯିବା ପରେ ପରିସ୍ରା ପିଆଇବା ପରି ମାମଲା ସାମ୍ନାକୁ ଆସିଛି। ସାମ୍ବାଦିକମାନେ ଭାଜପା ନଗର ପଞ୍ଚାୟତ ଅଧ୍ୟକ୍ଷ ପଓ୍ବନ ଅନୁରାଗୀଙ୍କ ଦ୍ୱାରା କରାଯାଇଥିବା ଦୁର୍ନୀତିକୁ ପ୍ରକାଶ କରିଥିବାରୁ ପରେ ଭାଜପା ନେତା ଏହି ଉଭୟ ସାମ୍ବାଦିକଙ୍କୁ ଏପରି ଦଣ୍ଡ ଦେଇଛନ୍ତି। ବର୍ତ୍ତମାନ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଅଖିଳେଶ କହିଛନ୍ତି,‘ସାମ୍ବାଦିକଙ୍କ ହତ୍ୟା, ସାମ୍ବାଦିକଙ୍କ ଉପରେ ଚାପ ପକାଇବା, ସାମ୍ବାଦିକଙ୍କୁ ବାନ୍ଧିବା, ସାମ୍ବାଦିକଙ୍କ ବିରୋଧରେ ଏଫ୍‌ଆଇଆର ଦାଖଲ କରିବା, ସାମ୍ବାଦିକମାନଙ୍କୁ ହତ୍ୟା କରି ସାମ୍ବାଦିକମାନଙ୍କୁ ପରିସ୍ରା ପିଆଇବା ଭାଜପା ଶାସନ ଅଧୀନରେ ଗଣମାଧ୍ୟମର ମନୋବଳକୁ ଏନ୍‌କାଉଣ୍ଟର କରାଯାଉଛି। ଆଜି ଗଣମାଧ୍ୟମ କହିଛି, ଭାଜପାର ଆଉ ଆବଶ୍ୟକତା ନାହିଁ।

ଉତ୍ତରପ୍ରଦେଶ କଂଗ୍ରେସ କହିଛି, ‘ହମିରପୁରର ଦୁଇ ସାମ୍ବାଦିକ ପଓ୍ବନଙ୍କ ଦ୍ୱାରା ନଗର ପଞ୍ଚାୟତରେ ହୋଇଥିବା ଦୁର୍ନୀତି ବିଷୟରେ ପ୍ରକାଶ କରିଥିଲେ। ଏହି କଥା ତାଙ୍କୁ ଏତେ ଅସନ୍ତୁଷ୍ଟ କରିଥିଲା ଯେ, ସେ ସାମ୍ବାଦିକ ଅମିତ ଦ୍ୱିବେଦୀ ଏବଂ ଶୈଳେନ୍ଦ୍ର ମିଶ୍ରଙ୍କୁ ତାଲିବାନ ପରି ଦଣ୍ଡ ଦେଇଥିଳେ।

କଂଗ୍ରେସ ଆହୁରି କହିଛି, ‘ପୀଡ଼ିତମାନେ କହିଥିଲେ, ସେମାନଙ୍କୁ ଉଲଗ୍ନ କରି ପ୍ରବଳ ମାଡ଼ ଦିଆଗଲା, ପରିସ୍ରା ପିଇବାକୁ ଦିଆଗଲା, ପୋଲିସ ନିକଟରେ ଅଭିଯୋଗ ନ କରିବାକୁ ଧମକ ଦିଆଗଲା ଏବଂ ଅଶ୍ଳୀଳ ଭିଡିଓ ଭାଇରାଲ କରାଗଲା। ଶାସକ ଦଳର ଚାପରେ ଏହି ସାମ୍ବାଦିକମାନଙ୍କ ବିରୋଧରେ ଏକ ମାମଲା ମଧ୍ୟ ଦାୟର କରାଯାଇଥିଲା।

ସେ କହିଛନ୍ତି, ‘ଭାଜପା ସମ୍ବିଧାନକୁ ରଦ୍ଦ କରିବାକୁ ଚାହୁଁଛି କି ଏହା ତାଲିବାନୀ ମନୋଭାବ ସହିତ ଶାସନ କରିପାରିବ? ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର କଣ୍ଠରୋଧ କରିବା ପାଇଁ ସରକାର ଏହାର ସଂରକ୍ଷିତ ଗୁଣ୍ଡାମାନଙ୍କ ମାଧ୍ୟମରେ ସେମାନଙ୍କ ଉପରେ ଘାତକ ଆକ୍ରମଣ କରୁଛନ୍ତି। ଏସବୁ ସତ୍ତ୍ୱେ ରାଜ୍ୟ ମୁଖ୍ୟଙ୍କ ନୀରବତା ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ, ସେ ଏସବୁକୁ ନେଇ ସହମତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ କଡ଼ା ଜବାବ ଦେଲେ ଶିନ୍ଦେ

ମୁମ୍ବାଇ,୮।୧୨: ରବିବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଇଲେକ୍ଟ୍ରୋନିକ ଭୋଟିଂ ମେଶିନ ବିଷୟରେ ଲୋକଙ୍କୁ ବିଭ୍ରାନ୍ତ କରିବା ଏବଂ ସେମାନଙ୍କ ଆଦେଶ...

ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ ନୁହେଁ ମହମ୍ମଦ ୟୁନୁସ! କାହିଁକି ଭାଜପା ପରେ ଏମିତି କହିଲେ ଏହି ନେତା

ନୂଆଦିଲ୍ଲୀ,୮।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କୁ ଦିଆଯାଇଥିବା ନୋବେଲ ପୁରସ୍କାର ପ୍ରତ୍ୟାହାର ସମ୍ପର୍କରେ ଭାଜପା ଏମପି ଜ୍ୟୋତିର୍ମୟ ମହତୋ ନୋବେଲ କମିଟିକୁ ଏକ ଚିଠି...

ଫିଟୁନି ମହାରାଷ୍ଟ୍ରର ଅଡୁଆ ସୂତା, ମନ୍ତ୍ରିମଣ୍ଡଳକୁ ନେଇ ରହିଛି ସସପେନ୍ସ

ମୁମ୍ବାଇ,,୮।୧୨: ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପରେ ବିଭାଗ ବଣ୍ଟନକୁ ନେଇ ଆଲୋଚନା ଚାଲିଛି। ଡିସେମ୍ବର ୫ରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଶପଥ ଗ୍ରହଣ କରିଥିଲେ...

ନିଜ ରାମ୍ପ ଓ୍ବାକ୍‌ରେ ସମସ୍ତଙ୍କୁ ଘାଇଲା କଲେ ମୋଦି ସରକାରଙ୍କ ମନ୍ତ୍ରୀ, ସିନ୍ଧିଆଙ୍କୁ ଦେଖି ଲୋକେ କହିଲେ…

ନୂଆଦିଲ୍ଲୀ,୮।୧୨: ଫ୍ୟାଶନ ଶୋ’ରେ ନିଜ ଜଲଓ୍ବା ଦେଖାଇଛନ୍ତି ମୋଦି ସରକାରଙ୍କ ମନ୍ତ୍ରୀ। ରାମ୍ପ ଓ୍ବାକ୍‌ କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ତାଙ୍କ ସହ ରାଜ୍ୟ ମନ୍ତ୍ରୀ ସୁକାନ୍ତ...

୩୮୮ କୋଟିର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୭ା୧୨: ମହାଦେବ ଅନ୍‌ଲାଇନ ବେଟିଂ ଆପ୍‌ ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ୩୮୮ କୋଟି ଟଙ୍କାର ସମ୍ପତ୍ତି...

କଂଗ୍ରେସ କରିବ ବଡ଼ ପରିବର୍ତ୍ତନ: ୟୁପି ଭଳି ସବୁ ରାଜ୍ୟରେ…

ନୂଆଦିଲ୍ଲୀ,୭।୧୨: ୨୮ ଡିସେମ୍ବରରେ କଂଗ୍ରେସ ଏହାର ୧୪୦ ତମ ସ୍ଥାପନା ଦିବସ ପାଳନ କରିବାକୁ ଯାଉଛି। ସୂଚନାନୁସାରେ, ଦଳର ଅଧ୍ୟକ୍ଷଙ୍କ ଦ୍ୱାରା ରାଜ୍ୟ ୟୁନିଟରେ ବଡ଼...

ମମତାଙ୍କୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ!

ନୂଆଦିଲ୍ଲୀ,୭।୧୨: ଇଣ୍ଡିଆ ମେଣ୍ଟ ଗଠନ ହେବା ସହିତ ଏହାର ପ୍ରତିନିଧୀ ଦଳ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା। ଏହାର ସଠିକ ରୂପରେଖ ଆସିବା ପୂର୍ବରୁ ନୀତୀଶ...

ଖାନ ସାର୍‌ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ପାଟନା,୭।୧୨: ବିହାରର ଜଣେ ଚର୍ଚ୍ଚିତ ଶିକ୍ଷାବିତ୍‌ ତଥା ତାଙ୍କର ଭିନ୍ନ ଶିକ୍ଷଣ େ ଶଳୀ ପାଇଁ ଜଣାଶୁଣା ଖାନ ସାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri