ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର ଜବାବ ଦେଲା ବିଜେଡି

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ରବିବାର ବହିସ୍କୃତ କରାଯାଇଛି। ତେବେ କେଉଁ ଜନବିରୋଧୀ କାର୍ଯ୍ୟ ସ୍ବାମୀ କରିଛନ୍ତି ସେ ବିଷୟରେ ଗଣମାଧ୍ୟମକୁ ବିଜେଡି ପକ୍ଷରୁ ଜଣାଯିବା ଦରକାର ବୋଲି ପ୍ରଦୀପଙ୍କ ସ୍ତ୍ରୀ ଏକ ଖବରଦାତା ସମ୍ମିଳନୀରେ କହିଥିଲେ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବିଜେଡି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି , ୩ ଥର ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଓଡ଼ିଶାବାସୀଙ୍କୁ ବୋକା ଭାବି ଭୂତାଉଛନ୍ତି। ତାଙ୍କ ଭାବୀ ଜ୍ୱାଇଁ ଆକାଶ ପାଠକ ଟାଟା ମୋଟର୍ସର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ। ସିଏ ସବୁଠୁ ମହଙ୍ଗା ଚାର୍ଟର ବିମାନରେ ଯାତ୍ରା କରନ୍ତି ଓ ଦାମୀ ଫ୍ଲାଟରେ ରୁହନ୍ତି ବୋଲି ପ୍ରଦୀପ କହିଥିଲେ। ଯେତେବେଳେ କି ଟାଟା କମ୍ପାନି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି , ଆକାଶ ପାଠକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ବହୁ ଯୁବତୀଯୁବକଙ୍କୁ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଜାଲ୍‌ ନିଯୁକ୍ତିପତ୍ର ଦେବା ସହ ଆକାଶ କୋଟି କୋଟ ଟଙ୍କା ଠକିଛନ୍ତି ବୋଲି କମ୍ପାନି ତାଙ୍କ ବିରୋଧରେ ଏତଲା ଦେଇଛି।
ପ୍ରଦୀପ ଭାବୁଛନ୍ତି ଓଡ଼ିଶାବାସୀ ମୁର୍ଖ। ତା’ ନ ହୋଇଥିଲେ ଏପରି ହାଇ ପ୍ରୋଫାଇଲ ଠକାମିକୁ ଲୁଚାଇବାକୁ ଓଡ଼ିଶାବାସୀଙ୍କୁ ମନଗଢ଼ା କାହାଣୀ କହି ଦିନରେ ଜହ୍ନ ଦେଖାନ୍ତେ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ଗଞ୍ଜାମରେ ଯେତେବେଳେ କରୋନା ସ୍ଥିତି ଭୟଙ୍କର ଥିଲା, ଲୋକମାନେ ମରୁଥିଲେ ଏବଂ କୋଭିଡ୍‌ ଯୋଦ୍ଧାମାନେ ଦିନରାତି ସଂଘର୍ଷ କରୁଥିଲେ ସେତେବେଳେ ଗୋପାଳପୁର ବିଧାୟକ ତାଙ୍କ ପରିବାର ସହ ଦିଲ୍ଲୀରେ ପଞ୍ଚତାରକା ହୋଟେଲରେ ଦିନକୁ ଅଢ଼େଇ ଲକ୍ଷ ଟଙ୍କା ଉଡ଼ାଇ ମଉଜ କରୁଥିଲେ। ନିଜର ଅୟସ ପାଇଁ ଉଡ଼ାଉଥିବା ଟଙ୍କା କାହାର ଥିଲା। ଏତେ ଟଙ୍କା ସେ କେଉଁଠୁ ଆଣିଥିଲେ। ଏହା ଓଡ଼ିଶାବାସୀଙ୍କ ଝାଳବୁହା ଧନ ଥିଲା। ଯାହା ସେ ବେଧଡକ ଖର୍ଚ୍ଚ କରୁଥିଲେ। ଏହି ଟଙ୍କା ସେହିମାନଙ୍କର ଯେଉଁମାନେ ଖଣ୍ଡେ ଚାକିରି ପାଇବା ଆଶାରେ ତାଙ୍କୁ ଲକ୍ଷାଧିକ ଟଙ୍କା ଦେଇଥିଲେ। ଏସବୁ ଜନବିରୋଧୀ କାର୍ଯ୍ୟକଳାପ ନୁହେଁ ତ ଆଉ କ’ଣ ବୋଲି ବିଜେଡି ପ୍ରଶ୍ନ କରିଛି। ୩ ଥର ବିଧାୟକ, ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ ମିଳିତ ଭାବେ ୨୧ ବର୍ଷର ଯୁବକ ତଥା ନିଜ ପୁଅ ଓ ଭାବୀ ଜ୍ୱାଇଁଙ୍କୁ ଟାଟା ମୋଟର୍ସର ଜାଲ୍‌ ଏମ୍‌ଡି କରିପାରନ୍ତି। ସେଭଳି ଲୋକଙ୍କୁ କ’ଣ କୁହାଯିବ। ପିଲାଙ୍କୁ ଭୁଲ୍‌ ପଥରେ ଯିବାକୁ ରୋକିବା, ଉଚିତ୍‌ ରାସ୍ତା ଦେଖାଇବା ମା’ବାପାଙ୍କ କର୍ତ୍ତବ୍ୟ। ହେଲେ ଏଠି ନିଜର ସ୍ବାର୍ଥ ସକାଶେ ଆରାମଦାୟକ ଜୀବନ ପାଇଁ ମା’ବାପା ନିଜ ପିଲାଙ୍କୁ ଦୁର୍ନୀତିର ଦଳ ଭିତରକୁ ଠେଲି ଦେଇଛନ୍ତି। ଗୋଟିଏ ପରେ ଗୋଟିଏ ଦୁର୍ନୀତି କରିବାକୁ ପ୍ରୋତ୍ସାହନ ଦେଇଛନ୍ତି। ପ୍ରେସ୍‌ ମିଟ୍‌ କରି ଲୋକଙ୍କୁ ଭ୍ରମିତ କରିବା ସହ ଚାକିରି ପାଇଁ ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ତାଙ୍କ ବିରୋଧରେ ନ ଯିବାକୁ ପରୋକ୍ଷରେ ପ୍ରଦୀପ ଧମକାଇଥିଲେ। ଓଡ଼ିଶାବାସୀ ତାଙ୍କ ଚାଲ୍‌ ଜାଣି ପାରିଛନ୍ତି। ଏପରି ଧୋକାବାଜଙ୍କୁ ସେମାନେ ଛାଡିବେ ନାହିଁ। ଓଡ଼ିଶାବାସୀଙ୍କ କାମ କରିବା ବିଜେଡିର ଏକମାତ୍ର ଉଦ୍ଦେଶ୍ୟ। ପ୍ରଦୀପଙ୍କ ପରି ହୀନ ବ୍ୟକ୍ତି ଯିଏ ନିଜର ସ୍ବାର୍ଥ ପାଇଁ ଭାବି ଜ୍ୱାଇଁଙ୍କୁ ବ୍ୟବହାର କରିପାରନ୍ତି, ନିଜର ନିର୍ବାଚନମଣ୍ଡଳୀବାସୀଙ୍କ୍‌ୁ ଧୋକା ଦେଇପାରନ୍ତି ଏବଂ ଓଡ଼ିଶାବାସୀଙ୍କୁ ମିଛ କହିପାରନ୍ତି ସେପରି ବ୍ୟକ୍ତିଙ୍କ ଦଳରେ ସ୍ଥାନ ନାହିଁ ବୋଲି ବିଜେଡି ଇସ୍ତାହାରରେ କୁହାଯାଇଛି। ବିଜେଡିର ଏଭଳି ଜବାବ ସମ୍ପର୍କରେ ପ୍ରଦୀପଙ୍କୁ ପଚରାଯିବାରୁ ସେ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?