ସିଏଜି ରିପୋର୍ଟ ନେଇ ସରକାରଙ୍କ ଉପରେ ବର୍ଷିଲା ଭାଜପା

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ରାଜ୍ୟ ସରକାର ବିଭିନ୍ନ ବିଭାଗ ଅର୍ଥ ହେରଫେର କରିଛନ୍ତି ବୋଲି ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି ା ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ କରିବାରେ ବିଳମ୍ବ ହୋଇଥିବାରୁ ୨୦୧୬-୧୭ ଏବଂ ୨୦୧୮-୧୯ରେ ୪୫,୩୪୦ କୋଟି ଏବଂ ୨୯,୧୩୮ କୋଟି ଟଙ୍କାର ୟୁସି ବାକି ପଡିଛି ା ସରକାରଙ୍କ ବିଭିନ୍ନ ବିଭାଗର ଅଡିଟ ବେଳେ ସିଏଜି ୯୬୪ କୋଟି ୩୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଚୋରି, ତୋଷାରପାତ, ଅପବ୍ୟବହାର ଭଳି ଗୁରୁତର ଅନିୟମିତତା ହୋଇଛି ବୋଲି ଦର୍ଶାଇଛନ୍ତି ା ସିଏଜି ରିପୋର୍ଟ ସରକାରଙ୍କ ଅସଲ ମୁଖା ଖୋଲିଦେଇଛି ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୋମବାର ଅଭିଯୋଗ କରିଛନ୍ତି ା ଭାଜପା କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଗୋଲକ କହିଛନ୍ତି, ରାଜସ୍ବ ବିପର୍ଯ୍ୟୟ ବିଭାଗରେ ସର୍ବାଧିକ ୨୪୪.୮୩ କୋଟି, ଗ୍ରାମ ଉନ୍ନୟନରେ ୧୧୫.୮୬ କୋଟି, ପଞ୍ଚାୟତିରାଜ ବିଭାଗରେ ୧୬୦.୯୫ କୋଟି, ନଗରଉନ୍ନୟନ ବିଭାଗର ୭୯.୮୬ କୋଟି, ଗୃହ ବିଭାଗର ୮୬.୦୭ କୋଟି ଟଙ୍କାର ହିସାବ ସରକାର ଦେଇନାହାନ୍ତି। ୨୦୧୭ ଫେବୃଆରୀରୁ ୨୦୧୮ ଜୁଲାଇ ମଧ୍ୟରେ ହୋଇଥିବା ଅଡିଟ୍‌ ବେଳେ ୭ ବିଭାଗ ଅଧୀନରେ ରହିଥିବା କାର୍ଯ୍ୟାଳୟ ଦ୍ୱାରା ଖର୍ଚ୍ଚ ହୋଇଥିବା ୧୭.୦୩ କୋଟି ଟଙ୍କାର ଭାଉଚର ଉପଲବ୍ଧ କରାଯାଇ ନ ଥିଲା। କେବଳ ସେତିକି ନୁହେଁ ଗରିବଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ଆଳରେ ଅନେକ ଅର୍ଥ ଆତ୍ମସାତ କରାଯାଇଛି। ପରୀକ୍ଷାମୂଳକଭାବେ ୯ ପଞ୍ଚାୟତ ସମିତିରେ ମଧୁବାବୁ ପେନସନ ଯୋଜନାରେ ୭୨ ଗାଁର ୧୫୦ ମୃତ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତାକୁ ଆତ୍ମସାତ୍‌ କରାଯାଇଛି ବୋଲି ଗୋଲକ ଅଭିଯୋଗ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୨୦ରେ ରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଦୀର୍ଘଦିନର ନୀରବତା ପରେ ବିଜେଡି କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବା ପାଇଁ ଅଣ୍ଟା ଭିଡିଛି। କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କ ପ୍ରତି...

ସରିଲା ବାହାର ଚନ୍ଦନ ଯାତ୍ରା; ଆଜିଠୁ ଭିତର ଚନ୍ଦନ

ପୁରୀ ଅଫିସ, ୨୮।୫: ଶ୍ରୀକ୍ଷେତ୍ରରେ ପବିତ୍ର ଅକ୍ଷୟ ତୃୀତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନଯାତ୍ରା ସୋମବାର ଶେଷ ହୋଇଛି। ରବିବାର ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ଭଉଁରୀ ଅନୁଷ୍ଠିତ...

ଜଙ୍ଗଲ ନିଆଁ ଲିଭାଉଛନ୍ତି ଗ୍ରାମବାସୀ, ବିଭାଗୀୟ କର୍ମଚାରୀଙ୍କ ଦେଖାନାହିଁ

ନୂଆପଡ଼ା ଅଫିସ,୧୯।୩ :  ନୂଆପଡ଼ା ସଦର ବ୍ଲକ ସୀମାନ୍ତ ଅଞ୍ଚଳ ସିରିଗିଡି ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ପୋଡ଼ି ଧ୍ୱଂସ ହେବାକୁ ବସିଲାଣି। ନିଆଁର ପ୍ରକୋପ...

୨ୟ ପର୍ଯ୍ୟାୟ ଟିକାକରଣ ନେଇ ଗାଇଡ୍‌ଲାଇନ ଜାରି

ଭୁବନେଶ୍ୱର,୨୪।୨(ବ୍ୟୁରୋ) : ମାର୍ଚ୍ଚ ୧ରୁ ବୟସ୍କମାନଙ୍କୁ ଟିକାକରଣ ନେଇ ଗାଇଡ୍‌ଲାଇନ ଜାରି କରାଯାଇଛି। ଏନେଇ ସମସ୍ତ ଜିଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗ ଏସିଏସ୍‌ ଗାଇଡ୍‌ଲାଇନ ପଠାଇଛନ୍ତି। ରବିବାରକୁ...

‘ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରୁଛି ଛାତ୍ର କଂଗ୍ରେସ

ଭୁବନେଶ୍ୱର,୧୦।୪ (ବ୍ୟୁରୋ): ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଶନିବାର ରାଜ୍ୟ କଂଗ୍ରେସ ଭବନରେ ଏନ୍‌ଏସ୍‌ୟୁଆଇର ୫୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଛାତ୍ର କଂଗ୍ରେସ ସଭାପତି...

କୁପୋଷଣର ଶିକାର ୩ ଶିଶୁ

କଟକ ଅଫିସ,୨୯ା୭: ରୌପ୍ୟ ନଗରୀ କଟକ ସହରରେ ଯାଜପୁର ଜିଲାର ନଗଡ଼ା ପରି ଦୃଶ୍ୟ ଦେଖିବାକୁ ମିଳିଛି। ୩ଶିଶୁ ଭୋକ ଓପାସରେ ଆଉଟୁପାଉଟୁ ହେଉଥିବାବେଳେ ଆଖିରୁ...

୫ ବର୍ଷ ପରେ ବି ଷ୍ଟାଣ୍ଡକୁ ଗଲାନି ବସ୍‌

ବ୍ରହ୍ମପୁର ଅଫିସ,୮ା୧୧-ଗୋପାଳପୁର ଏନ୍‌ଏସିର ଉନ୍ନତୀ ପାଇଁ ଯୋଜନା ପରେ ଯୋଜନା ହେଉଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ଆଲୋକ ସଜା,...

ଶ୍ରୀମନ୍ଦିର ହେବ ଆଲୋକୀକରଣ

ପୁରୀ ଅଫିସ,୧୬।୬: ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବ। ରଙ୍ଗବେରଙ୍ଗ ଆଲୋକରେ ଶ୍ରୀମନ୍ଦିର ଚୂଡ଼ାରୁ ତଳ ଭାଗ ପର୍ଯ୍ୟନ୍ତ ଝଲସିବ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)ର ପାଞ୍ଚଜଣିଆ...

Advertisement
Archives

Model This Week